Posted inଖେଳ

ପୋଗାକାର ଜିତିଲେ ଟୁର୍‌ ଡି’ ଫ୍ରାନ୍ସ

ପ୍ୟାରିସ୍‌, ୨୨ା୯-ସ୍ଲୋଭେନିଆର ଟାଡେଜ୍‌ ପୋଗାକାର୍‌ ଟୁର୍‌ ଡି’ ଫ୍ରାନ୍ସ ୨୦୨୦ ସାଇକେଲ ରେସ୍‌ ଜିତିଛନ୍ତି। ଇଭେଣ୍ଟର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ସାଇକ୍ଲିଷ୍ଟ ଭାବେ ସେ ଏହି ସଫଳତା ହାସଲ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ସାମ୍‌ ବେନେଟ୍‌ ପ୍ୟାରିସ୍‌ରେ ଫାଇନାଲ ସ୍ପ୍ରିଣ୍ଟ୍‌ ଜିତିଛନ୍ତି। ଟୁର୍‌ ଡି’ ଫ୍ରାନ୍ସରେ ପ୍ରଥମଥର ଭାଗ ନେଇଥିବା ୨୧ବର୍ଷୀୟ ପୋଗାକାର ଶନିବାର ଟାଇମ୍‌ ଟ୍ରାଏଲ୍‌ରେ ଦୀର୍ଘ ସମୟ ଧରି ରେସ୍‌ ଲିଡର ରହିଆସିଥିବା ପ୍ରିମୋଜ ରଗ୍‌ଲିକ୍‌ଙ୍କୁ ଅତିକ୍ରମ କରି ୟଲୋ ଜର୍ସି ହାସଲ କରିନେଇଥିଲେ। ରେସ୍‌ ଲିଡର ଫାଇନାଲ ଷ୍ଟେଜ୍‌ରେ ଚ୍ୟାଲେଞ୍ଜ ଦେଇପାରି ନ ଥିଲେ। ଫଳରେ ପୋଗାକାର ତାଙ୍କ ପେଲୋଟନ୍‌ରେ ସହଜରେ ରେସ୍‌ ଫିନିଶ କରିଥିଲେ। ଅନ୍ୟପକ୍ଷରେ ଖୁସିରେ ଆତ୍ମହରା ବେନେଟ୍‌ ବିଶ୍ୱ ଚାମ୍ପିୟନ ମ୍ୟାଡ୍ସ ପେଡରସନଙ୍କ ଆଗରେ ଲାଇନ୍‌ ଅତିକ୍ରମ କରିଥିଲେ। ବେନେଟ ପଏଣ୍ଟ କ୍ଲାସିଫିକେଶନରେ ବିଜୟ ହାସଲ କରିଥିଲେ। ଆୟର୍ଲାଣ୍ଡର ଦ୍ୱିତୀୟ ବ୍ୟକ୍ତି ଭାବେ ସେ ଗ୍ରୀନ୍‌ ଜର୍ସି ହାସଲ କରିଥିଲେ। ପୂର୍ବରୁ ସିନ୍‌ କେଲି ୧୯୮୨ରୁ ୧୯୮୯ ମଧ୍ୟରେ ୪ଥର ଗ୍ରୀନ୍‌ ଜର୍ସି ଲାଭ କରିଥିଲେ। ୧୩ ଦିନ ଧରି ୟଲୋ ଜର୍ସିକୁ କବ୍‌ଜାରେ ରଖି ଆସିଥିବା ୩୦ ବର୍ଷୀୟ ରଗଲିକ୍‌ ୫୯ ସେକେଣ୍ଡ ପଛରେ ଦ୍ୱିତୀୟ ହୋଇଥିଲେ। ଅଷ୍ଟ୍ରେଲିଆର ୩୫ ବର୍ଷୀୟ ରିଚିି ପୋର୍ଟ ୩ ମିନିଟ୍‌ ୩୦ ସେକେଣ୍ଡ ପଛରେ ତୃତୀୟ ହୋଇଥିଲେ। ଏହାଥିଲା ତାଙ୍କର ପ୍ରଥମ ଗ୍ରାଣ୍ଡ ଟୁର୍‌ ପୋଡିୟମ ଫିନିଶ। ରଗଲିକ୍‌ ଷ୍ଟେଜ୍‌ ୯ରେ ୟଲୋ ଜର୍ସି ଅକ୍ତିଆର କରିବା ପୂର୍ବରୁ ବ୍ରିଟେନର ଆଡାମ ୟେଟ୍ସ ୪ ଦିନ ପାଇଁ ୟଲୋ ଜର୍ସି ପାଇଥିଲେ। ଫାଇନାଲ ଷ୍ଟେଜ୍‌ରେ ସେ ୯ ମିନିଟ୍‌ ୨୫ ସେକେଣ୍ଡ ପଛରେ ଓଭରାଲ ୯ମ ସ୍ଥାନରେ ରହିଥିଲେ। ପୁରସ୍କାର ଗ୍ରହଣ ପାଇଁ ପୋଗାକାର ସ୍ଲୋଭେନିଆ ଜାତୀୟ ପତାକା ସହ ଫୋଡିୟମକୁ ଉଠିଥିଲେ। ପୁରସ୍କାର ବିତରଣ ଉତ୍ସବରେ ତାଙ୍କ ପିତାମାତା ଉପସ୍ଥିତ ଥିଲେ। ସେ କହିଛନ୍ତି, ଏଠାରେ ଟାଇଟଲ ଜିତିବା ମୋ କଳ୍ପନା ବାହାରେ ଥିଲା। ୩ ସପ୍ତାହ ଧରି ଅନୁଷ୍ଠିତ ଏହି ଦୁଃସାହସିକ ସାଇକେଲ ରେସ୍‌ ବେଶ୍‌ ରୋମାଞ୍ଚକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ଏମିତି ପ୍ରଶ୍ନ ପଚାରିଲେ ନ୍ୟୁଜ ଆଙ୍କର, ରାଗରେ ନାଲି ପଡ଼ିଗଲେ ଡୋନାଲ୍ଡ ଟ୍ରମ୍ପ, ସାକ୍ଷାତକର ମଝିରୁ ଚାଲିଯିବ ସହ କହିଲେ…

ଓ୍ବାଶିଂଟନ,୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଏତେ କ୍ରୋଧିତ ହୋଇଗଲେ ଯେ ସେ ସାମ୍ବାଦିକଙ୍କୁ ‘ବେଇମାନ ଏବଂ ମୂର୍ଖ’ ବୋଲି କହି ମଝିରୁ…

ଭୟଙ୍କର ଭୂକମ୍ପ, ଘଣ୍ଟାକ ଭିତରେ ୩ ଥର ଥରି ଉଠିଲା, ଜାରି ହେଲା ସୁନାମୀ ସତର୍କତା

ମାନିଲା,୮।୬: ସୋମବାର (ଜୁନ ୮) ସକାଳେ ଫିଲିପାଇନ୍ସରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗୋଟିଏ ଘଣ୍ଟା ମଧ୍ୟରେ ଭୂମି ତିନିଥର ଥରି ଉଠିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri