ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି ଗାଁ ରେ (ପୋଡ଼ମପେଟା) ୫୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ବସବାସ କରି ଆସୁଥିଲେ । ସମୁଦ୍ରରେ ମାଛ ମାରିବା ତାଙ୍କର ମୁଖ୍ୟ ବେଉସା ଥିଲା। ବେଳକୁ ବେଳ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଦିନେ ଏହି ଗ୍ରାମଟି ସମ୍ପୂର୍ଣ ସମୁଦ୍ର ଗର୍ଭରେ ଲୀନ ହେଇଯିବା ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ୨୦୦୪ରେ ସେମାନଙ୍କ ଥଇଥାନ ବ୍ୟବସ୍ଥା ଆରମ୍ଭ କରିଥିଲା । ପ୍ରଶାସନ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ଓ ଥଇଥାନ ପ୍ରକଳ୍ପ (ଓଡିଆରପି )ପ୍ରଥମେ ଉକ୍ତ ଗ୍ରାମର ୧୧୦ ପରିବାରକୁ ଓଡିଆରପି ଯୋଜନାରେ ରାମଗଡ଼ ପଞ୍ଚାୟତ ଡୁମୁନାଗିରି ପାହାଡ଼ ପାଦଦେଶ ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରିଥିଲା। ପରେ ୨୦୧୩ରେ ଓଡିଆରପି କଲୋନୀରେ ୧୦୨ ପରିବାରକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୮ରେ ଏକାକାଳୀନ ୩୦୦ରୁ ଊର୍ଦ୍ଧ୍ୱ ପରିବାରକୁ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରିଛି ପ୍ରଶାସନ। ବର୍ତ୍ତମାନ ପୋଡ଼ମପେଟା ଗ୍ରାମ ଜନଶୂନ୍ୟ । ସମୁଦ୍ରକୂଳ ଠାରୁ ପ୍ରାୟ ତିନି କିମି ଦୂରରେ ଏହି ଗ୍ରାମ ଥିବା ବେଳେ ପ୍ରାୟ ତିନୋଟି ସାହି ଅର୍ଥାତ ଶହେରୁ ଊର୍ଦ୍ଧ୍ୱ ଘର ସମୁଦ୍ର ଗର୍ଭରେ ଲୀନ ହୋଇସାରିଥିବା ସେହି ଗ୍ରାମର ଜି. ରାମେୟା ସୂଚନା ଦେଇଛନ୍ତି।ଏବେ ସୁଦ୍ଧା ସେଠାରେ ବହୁ ଘର ସେମିତି ଥିବା ଦେଖିବାକୁ ମିଳୁଛି । ସେହି ଗାଁରେ କେହି ଲୋକ ରହୁ ନ ଥିଲେ ମଧ୍ୟ ମତ୍ସ୍ୟଜୀବୀଙ୍କ ଇଷ୍ଟ ଦେବୀ ଏବେବି ଉକ୍ତ ପୋଡ଼ମପେଟା ଗ୍ରାମ ଶେଷରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି । ଜଣେ ଅବିବାହିତ ମହିଳା ମା’ ଙ୍କୁ ପୂଜାର୍ଚନା କରି ନିଜ ଘରକୁ ଯାଉଥିବା ସୂଚନା ମିଳିଛି। ଗତ କିଛିଦିନ ମଧ୍ୟରେ ସମୁଦ୍ର ଅଶାନ୍ତ ହୋଇ ପଡିବା ସହ ପ୍ରବଳ ଜୁଆର ମାଡି ଆସୁଥିବା କହିଛନ୍ତି ଜଣେ ମତ୍ସ୍ୟଜୀବୀ। ସମୟ ଆସିବ ଦିନେ ଗଞ୍ଜାମ ମାନଚିତ୍ରରୁ ଲିଭିଯିବ ପୋଡ଼ମପେଟା ଗ୍ରାମ ବୋଲି ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ: ମଲାଡ଼ ପଞ୍ଚାୟତ ପକ୍ଷରୁ…

ଗଞ୍ଜାମ, ୨୧/୭ (ବିଦ୍ୟାଧର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆହ୍ୱାନ ଏବଂ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପରାମର୍ଶକ୍ରମେ ଜିଲାର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri