ଲେଫ୍ରିପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଦୋଷୀଙ୍କୁ ୨୦ ବର୍ଷ…

ସୁନ୍ଦରଗଡ,୧୫ା୭(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଅତିରିକ୍ତ ଜିଲା ଦୌରାଜଜ ତଥା ପକ୍ସୋ କୋର୍ଟ ର ପ୍ରିଜାଇଡିଂ ଅଫିସର ଜ୍ଞାନ ରଞ୍ଜନ ପଟ୍ଟନାୟକ୨୦୨୩ ମସିହାରେ ଲେଫ୍ରିପଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଚାଲାଣ ଓ ଗଣବଳତ୍କାର ମାମଲାର ଶୁଣାଣି ବୁଧବାର କରିଛନ୍ତି । ଏଥିରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଜ ଅଭିଯୁକ୍ତ ମଧୁକର ତାଣ୍ଡିଆ ଓରଫ ମିଟୁ ଓ ହେମନ୍ତ ମାଝୀ ଓରଫ ଖଇରୁଙ୍କୁ ୨୦ ବର୍ଷ ଜେଲଦଣ୍ଡ ସହ ୨୦ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ବର୍ଷ ଅଧିକ ଜେଲଦଣ୍ଡ ଶୁଣାଣି କରାଯାଇଛି । ଅନ୍ୟ ୨ ଜଣ ଶୁଭମ ଧରୁଆ ଓ ସନାତନ କିସାନ ଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୫ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ମାସ ଲେଖାଏଁ ଜେଲଦଣ୍ଡ ସକାଶେ କୋର୍ଟ ତାଙ୍କ ରାୟରେ ଆଦେଶ ଦେଇଛନ୍ତି।

ମାମଲାର ରାୟର ବିବରଣୀରୁ ପ୍ରକାଶ ଯେ ଗତ୨୧/୩/୨୦୨୩ ସନ୍ଧ୍ୟା ୫ଟାରୁ ୧୬ ବର୍ଷିୟା ପିଡିତା ନାବାଳିକା ଜଣକ ଘରୁ ବାହାରକୁ ନ ଫେରିବା ଓ ତାଙ୍କୁ ଜଣେ କେହି ଅପହରଣ କରିନେଇଥିବା ନେଇ ତାଙ୍କ ବାପା ଲେଫ୍ରିପଡା ଥାନା ସର୍ଗିପାଲି ଫାଣ୍ଡିରେ୨୩/୩/୨୦୨୩ରେ ରିପୋର୍ଟ କରିଥିଲେ। ରିପୋର୍ଟ ପରେ ପୋଲିସ ପ୍ରଥମେ ଏକ।ନିଖୋଜ ମାମଲା ରୁଜ୍ଜୁ କରିତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ,ପ୍ରଥମେ ଅଭିଯୁକ୍ତ ଖଇରୁ ଏହି ନାବାଳିକାଙ୍କୁ ସାଇକେଲରେ ବୁଲୁଥିଲେ। ଏହି ସମୟରେ ସନାତନ ଓ ଶୁଭମଙ୍କୁ ଦେଖି ଖଇରୁ କହିଥିଲେ ସେହି ଗାଁର ମଧୁକର ତାଣ୍ଡିଆ ଝିଅକୁ ଆଣି ୨ଦିନ ରଖିବାପରେ ତାଙ୍କୁ ଦେଇଛି ଓ ଖଇରୁ ନାବାଳିକା କୁ ଗୋଟିଏ ରାତି ରଖିଥିବା ଓ ନାବାଳିକାକୁ ମୁଁ ରଖି ପାରିଵି ନାହିଁ ତମେ ରଖିପାରିବ ଯଦି ନିଅ କହି ସେମାନଙ୍କୁ ଦେଇଥିଲେ। ଏହାପରେ ସନାତନ ଓ ଶୁଭମ ଦିଲ୍ଲୀରେ ଭଲ କାମ କରାଇ ଦେବାର ପ୍ରଲୋଭନ ଦେଖାଇ ଦିଲ୍ଲୀରେ ନାବାଳିକାଙ୍କୁ ବିକ୍ରି କରିଦେବା ପାଇଁ ଯୋଜନା କରିଥିଲେ।

ଯୋଜନା ମୁତାବକ ସନାତନ ଓ ଶୁଭମ ୨୩/୩/୨୦୨୩ରେ ଝାରସୁଗୁଡା ରେଳଷ୍ଟେସନରୁ ଉତ୍କଳ ଏକ୍ସପ୍ରେସରେ ଉତ୍ତର ପ୍ରଦେଶର ମଥୁରାରେ। ରେଳ ବିଭାଗରେ ଚାକିରୀ କରୁଥିବା ସନାତନଙ୍କ ମାଙ୍କ ଘରେ ପହଞ୍ଚି ଥିଲେ। ସେଠାରେ ଝିଆକୁ ବିବାହ ବାହାନା କରି ୫/୬ଜଣ ବ୍ୟକ୍ତିଙ୍କୁ ଦେଖାଇ ମୂଲଚାଲ କରିଥିଲେ। ହେଲେ ଝିଅ ଶରୀର ପତଳାଥିବା କହି ତାଙ୍କୁ ନେବାକୁ କେହି ରାଜି ହୋଇନଥିଲେ। ଫଳରେ ସନାତନ ମଥୁରା ନିକଟ ଚୌମୁ ଗାଁରେ ରହୁଥିବା ତାଙ୍କ ଭାଇଙ୍କ ଛୁଆଙ୍କୁ ଦେଖା ରଖା କରିବା ପାଇଁ ସେଠାରେ ଏହି ଝିଅକୁ ଛାଡି୬/୪/୨୦୨୩ରେ ଲେଫ୍ରିପଡା ଚାଲି ଆସିଥିଲେ । ଆସିଲା ପରେ ଜାଣିବାକୁ ପାଇଲେ ଯେ, ସେମାନେ ନେଇଥିବା ଝିଅ କୁ ପୋଲିସ ଖୋଜୁଛି ଓ ମଧୁକର। ତାଣ୍ଡିଆ ଓରଫ ମିଟୁକୁ ଗିରଫ କରିଛି । ଏହାପରେ ସନାତନ ତାଙ୍କ କଥା ଜଣା ପଡିଯିବ ଭୟରେ ମଥୁରା ଥିବା ଭାଇଙ୍କୁ ସବୁ କହି ଝିଅକୁ ଆଣିଦେବାକୁ କହିଥିଲେ।ଏହାପରେ ତାଙ୍କ ଭାଇ ସୁରେଶ ଝିଅକୁ ଆଣି ସନାତନଙ୍କ ଘରେ ଛାଡି ଦେଇଥିଲେ ।

ଏହାପରେ ସନାତନଙ୍କ ସ୍ତ୍ରୀ ଝିଅକୁ ନେଇ ଲେଫ୍ରିପଡା ଥାନା ପୋଲିସ ନିକଟରେ ଜିମା ଦେଇଥିଲେ । ଏହାପରେ ସନାତନଙ୍କ ଲିଖିତ ବୟାନ ରେକର୍ଡ ପରେ ପୋଲିସ ନାବାଳିକା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ସମସ୍ତ ଡାକ୍ତରୀ ମାଇନା କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଲେଫ୍ରିପଡା ଥାନାରେ କେଶ ନମ୍ବର ୪୭/୨୦୨୩ରେ ପକ୍ସୋ ଆଇନ ଅନୁଯାୟୀ ଅପହରଣ, ଚାଲାଣ ଓ ଗଣବଳତ୍କାର ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। କୋର୍ଟ ଏହି ମାମଲାର ବିଚାର କରି ବୁଧବାର ଏହି ରାୟ ଶୁଣାଇ ପିଡିତା ଙ୍କ ୭ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଭାତ କୁମାର ନନ୍ଦ ପରିଚାଳନା କରୁଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri