Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି ଅଘଟଣ ଘଟିଛି। ଯେତେବେଳେ ପିଏମ ମୋଦିଙ୍କ କାର ଦାଭାନଗେରେ ଯାଉଥିଲା, ଜଣେ ଯୁବକ ତାଙ୍କ କାର ନିକଟକୁ ଧସେଇ ପଶିଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ସମୟରେ ଯୁବକ ଜଣକ ମୋଦିଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ସୁରକ୍ଷାରେ ମୁତୟନ ଥିବା ପୋଲିସ କର୍ମଚାରୀ ତୁରନ୍ତ ଯୁବକଙ୍କୁ ଧରିଥିଲେ। ଯୁବକଙ୍କୁ ପଚରାଉଚରା କରାଯାଉଛି। ତିନିମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପିଏମ ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ପୁଣି ଥରେ ଏକ ଅଘଟଣ ଘଟିଛି। ଜାନୁଆରୀରେ କର୍ନାଟକର ହୁବଲିରେ ଜଣେ ଶିଶୁ ରୋଡ ଶୋ‘ରେ ପିଏମ ମୋଦିଙ୍କ ନିକଟରେ ପହଞ୍ଚି ଯାଇଥିଲେ।

ମେ ମାସରେ କର୍ନାଟକରେ ବିଧାନସଭା ନିବ;ାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଶନିବାର ଭାଜପା ପକ୍ଷରୁ ଦାଭାନଗେରେଠାରେ ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିଛି। ଭାଜପା ଅଭିଯାନର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିରାଟ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ସମୟରେ ଜଣେ ଯୁବକ ହଠାତ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ମୋଦିଙ୍କ କାର ଆଡକୁ ମାଡ଼ି ଆସିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?