ପିଏମ୍‌ଓ ବାବୁ

Dillip Cherian

ସର୍ବକ୍ଷମତାଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯେକୌଣସି ନିଯୁକ୍ତିକୁ ବହୁତ ଆଗ୍ରହ ସହିତ ଦେଖାଯାଏ। ତେଣୁ ତାମିଲନାଡୁ କ୍ୟାଡର୍‌ର ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପି. ଅମୁଧା ଯେତେବେଳେ ତାଙ୍କର ପାଞ୍ଚବର୍ଷିଆ କେନ୍ଦ୍ରୀୟ ଡେପୁଟେଶନ୍‌ର ଅବଶିଷ୍ଟ ଅବଧି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମସଚିବ ଭାବରେ ନିଯୁକ୍ତି ପାଇଲେ, ସେତେବେଳେ ପର୍ଯ୍ୟବେକ୍ଷକମାନେ ତାଙ୍କ ପ୍ରତିଭା ବିଷୟରେ ଅନୁମାନ ଲଗାଉଛନ୍ତି, ଯାହା କି ପିଏମ୍‌ଓର ଉଚ୍ଚ ମାନଦଣ୍ଡକୁ ପୂରଣ କରୁଥିବ। ଏହି ନିଯୁକ୍ତି ପୂର୍ବରୁ ଅମୁଧା ମସୂରୀରେ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶ୍‌ନାଲ୍‌ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। କୌତୂହଳର ବିଷୟ ହେଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇବାର କେଇ ମିନିଟ୍‌ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସାମୀ ଟୁଇଟ୍‌ କରି ଉକ୍ତ ଆଇଏଏସ୍‌ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ସେ ତାଙ୍କ ସଚ୍ଚୋଟତା ଏବଂ ଦକ୍ଷତା ଦ୍ୱାରା ରାଜ୍ୟ ସରକାରଙ୍କ ଶୁଭେଚ୍ଛା ଓ ରାଜ୍ୟବାସୀଙ୍କ ଭଲପାଇବା ଅର୍ଜନ କରିଛନ୍ତି। ଅମୁଧା ଜଣେ ପ୍ରଭାବଶାଳୀ କ୍ଷେତ୍ର ଅଧିକାରୀ ଏବଂ ଶୀଘ୍ର ନିଷ୍ପତ୍ତି ନେଇପାରୁଥିବା ଅଫିସର ଭାବରେ ସୁନାମ ଅର୍ଜନ କରିଛନ୍ତି। ୨୦୧୫ରେ ସେ ସ୍ବତନ୍ତ୍ର ମୌସୁମୀ ରିଲିଫ୍‌ ଅଧିକାରୀ ଥିବାବେଳେ ହୋଇଥିବା ଚେନ୍ନାଇ ବନ୍ୟା ସମୟରେ ସେ ଯେପରି ଦକ୍ଷତାର ସହ ରିଲିଫ କାର୍ଯ୍ୟର ପରିଚାଳନା କରିଥିଲେ ତାକୁ ତାଙ୍କ ସାଥୀମାନେ ମନେପକାଇଛନ୍ତି। ତାଙ୍କର ଏହି ଗୁଣଗୁଡିକ ହୁଏତ ପିଏମ୍‌ଓକୁ ପ୍ରଭାବିତ କରିଥାଇପାରେ, ଯେଉଁଥିପାଇଁ ତାଙ୍କୁ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ସବୁଠାରୁ ଅଧିକ ପୁରସ୍କାରପ୍ରଦ ଏବଂ ଆହ୍ବାନମୂଳକ କାର୍ଯ୍ୟର ଦାୟିତ୍ୱ ଥିବା ପଦବୀ ଦିଆଯାଇଛି।

ଆର୍‌ବିଆଇର ଡେପୁଟି ଗଭର୍ନର
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ନେତୃତ୍ୱରେ ଗଠିତ ଏକ ସର୍ଚ୍ଚ କମିଟି ଅଗଷ୍ଟ ୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦ ପାଇଁ ପ୍ରାର୍ଥୀମାନଙ୍କର ସାକ୍ଷାତ୍‌କାର ନେବେ ବୋଲି ଜଣାପଡ଼ିଛି। ଏହା ଜୁଲାଇ ୨୩ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୌଣସି ସ୍ପଷ୍ଟୀକରଣ ବିନା ଏହାକୁ ବନ୍ଦ କରିଦିଆଯାଇଥିଲା। ବରିଷ୍ଠତମ ଡେପୁଟି ଗଭର୍ନର ଏନ୍‌.ଏସ୍‌. ବିଶ୍ୱନାଥନ୍‌ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ତିନିମାସ ପୂର୍ବରୁ ଗତ ମାର୍ଚ୍ଚମାସରେ ଅଫିସ୍‌ ଛାଡିବା ପରଠାରୁ ଉକ୍ତ ପଦଟି ଖାଲି ପଡ଼ିଛି। ଗୌବାଙ୍କ ବ୍ୟତୀତ ଏହି କମିଟିରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ, ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା ଏବଂ ଦୁଇଜଣ ସ୍ବାଧୀନ ସଦସ୍ୟ ଅଛନ୍ତି। ସାକ୍ଷାତ୍‌କାରରୁ ମନୋନୀତ ନାମ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟ ଥିବା କ୍ୟାବିନେଟ ନିଯୁକ୍ତି କମିଟି ନିକଟକୁ ପଠାଯିବ। ପ୍ୟାନେଲ ଏହି ପଦବୀ ପାଇଁ ଆଠଜଣ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରିଥିବା ଜଣାପଡ଼ିଛି। ଆର୍‌ବିଆଇ ଅଧିନିୟମ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କରେ ଚାରିଜଣ ଡେପୁଟି ଗଭର୍ନର ରହିବା କଥା- ଦୁଇଜଣ ର଼୍ୟାଙ୍କ ଭିତରର, ଜଣେ ବ୍ୟବସାୟିକ ବ୍ୟାଙ୍କର ଅଧିକାରୀ ହୋଇଥିବେ ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ମୁଦ୍ରାନୀତି ବିଭାଗର ମୁଖ୍ୟ ରହିବେ। ବର୍ତ୍ତମାନ, ଆର୍‌ବିଆଇର ତିନିଜଣ ଡେପୁଟି ଗଭର୍ନର ଅଛନ୍ତି- ବି.ପି. କାନୁନ୍‌ଗୋ, ଏମ୍‌.କେ. ଜୈନ ଏବଂ ମାଇକେଲ ଦେବବ୍ରତ ପାତ୍ର।

କ୍ୟାଡର ଦ୍ୱନ୍ଦ୍ୱ
ଗତବର୍ଷ ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ପରିଣତ କରାଯିବା ପରେ ସର୍ବଭାରତୀୟ ସେବାର ଜମ୍ମୁ-କଶ୍ମୀର କ୍ୟାଡର୍‌ରେ ନୂତନ ଅଧିକାରୀଙ୍କ ନିଯୁକ୍ତି ବନ୍ଦ କରି ଦିଆଯାଇଥିଲା। ଏହି ପ୍ରକ୍ରିୟା ନିକଟରେ ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହାଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ ବୋଲି ଅଧିକାରୀମାନଙ୍କ ମତାମତ ପାଇବା ପରେ ସରକାର ଏହାକୁ ପୁନଶ୍ଚ ବନ୍ଦ କରି ଦେଇଛନ୍ତି। ଜମ୍ମୁ-କଶ୍ମୀର କ୍ୟାଡର୍‌ର ଆଇଏଏସ୍‌, ଆଇପିଏସ୍‌ ଓ ଆଇଓଏଫ୍‌ଏସ୍‌କୁ AGMUT (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ୍‌, କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡର୍‌ରେ ମିଶ୍ରଣ କରିବାର ଥିଲା। ତେବେ ନିୟମାବଳୀ ଅନୁଯାୟୀ, ଜମ୍ମୁ-କଶ୍ମୀର କ୍ୟାଡର୍‌ରେ ଅଦ୍ୟାବଧି କାର୍ଯ୍ୟ କରୁଥିବା ଅଧିକାରୀମାନେ ସେହି କ୍ୟାଡର୍‌ରେ ହିଁ ରହିବେ। ସେମାନଙ୍କର କ୍ୟାଡର ବଦଳିବ ନାହିଁ। AGMUT ପାଇଁ କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ ହେଉଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ କ୍ୟାଡରଗୁଡ଼ିକ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ନିୟନ୍ତ୍ରିତ। ବୋଧହୁଏ କିଛି ଅଧିକାରୀ କେନ୍ଦ୍ରକୁ ଅଭିଯୋଗ କରିଥିଲେ ଯେ, ସମାନ ବ୍ୟାଚ୍‌ର ଦୁଇଜଣ ଅଧିକାରୀ ବିଭିନ୍ନ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଲେ ଅଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ବିଭେଦ ସୃଷ୍ଟି ହେବ। ବାବୁମାନଙ୍କ ପ୍ରତିରୋଧକୁ ଦେଖି ପ୍ରସ୍ତାବିତ କ୍ୟାଡର ମିଶ୍ରଣକୁ ବର୍ତ୍ତମାନ ପାଇଁ ଆଗକୁ ନ ନେବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। କେତେଜଣ ଅଧିକାରୀ ବିଶ୍ୱାସ କରନ୍ତି ଯେ, ବୋଧହୁଏ ଏହି କ୍ୟାଡର ମିଶ୍ରଣ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ଅଗଷ୍ଟ ୧୫ ପରେ ହିଁ ନିଆଯିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri