ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥଳୀକୁ ସ୍ମାରକୀ ଘୋଷଣା କରିବେ ପ୍ରଧାନମନ୍ତ୍ରୀ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଞ୍ଜିଗିରିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଭାସି ମାଧ୍ୟମରେ ସ୍ମାରକୀ ଘୋଷଣା କରିବେ। ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଚାରିଆଡ଼େ ଖୁସିର ଲହରୀ ଖେଳିଯାଇଛି। ସ୍ମାରକୀ ଘୋଷଣା ପରେ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସିବ। ପ୍ରଧାନମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗୁରୁବାର ସମୀକ୍ଷା କରିଛନ୍ତି। ତେଣୁ ସେ ବିଭିନ୍ନ ବିଭାଗର ଅଧିକାରୀ, ଲେଖକ, ଐତିହାସିକ, କବିଙ୍କୁ ଡାକି ଆଲୋଚନା କରିଥିଲେ।

ଆସନ୍ତା କାଲି ଅପରାହ୍ନ ସାଢେ଼ ୩ ଟା ରେ ଏହି କାର୍ଯ୍ୟକ୍ରମ ହେବ। ସୂଚନା ଯୋଗ୍ୟ ଯେ ଓଡ଼ିଶାର ଭାଜପା
ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ଆସନ୍ତା କାଲି ଭୁବନେଶ୍ୱର ଜନତା ମଇଦାନରେ ଏକ ବିରାଟ ସଭା ଆୟୋଜନ ହୋଇଛି। ଏହି ଅବସରରେ ଓଡ଼ିଶାର ବରପୁତ୍ର ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ସେମାନଙ୍କ ଜନ୍ମସ୍ଥଳୀକୁ ସମ୍ମାନ ଦିଆଯିବା ସହ ସ୍ମାରକୀ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସଭାରୁ ତାହା ଘୋଷଣା କରିବେ।

ଏଥିସହ ଉକ୍ତ ଅଞ୍ଚଳ ଗୁଡ଼ିକର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଗଞ୍ଜାମ ଜିଲାର ଖଲ୍ଲିକୋଟ ଠାରେ ଓଡ଼ିଆ ଜାତୀୟ ଆନ୍ଦୋଳନର କୀର୍ତ୍ତିମାନ୍ ବରପୁତ୍ର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମସ୍ଥାନ ଏବଂ ଭଞ୍ଜନଗର ବିଞ୍ଜିଗିରି ଠାରେ ସୁଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମସ୍ଥାନକୁ ଆଭାସୀ ମାଧ୍ୟମରେ ସ୍ମାରକୀ ଘୋଷଣା ସହ ରୂପାନ୍ତରଣ କରାଯିବାର କାର୍ଯ୍ୟକ୍ରମ ରହିଅଛି l ତେଣୁ ଆସନ୍ତା କାଲି ସେଠାରେ ଏକ ସଭା ଆୟୋଜନ ହୋଇଛି।

ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଲଢେଇ କରି ନିଜର ସାହସିକତା ପରିଚୟ ଦେଇଥିଲେ। ଏହିଭଳି ଜଣେ ବୀର ଯୋଦ୍ଧାଙ୍କୁ ବିଗତ ସରକାର ଉପଯୁକ୍ତ ସମ୍ମାନ ଦେଇନଥିଲେ। ଭାଜପା ସରକାର ଆସିବା ପରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଉଦ୍ୟମ କ୍ରମେ ବର୍ତ୍ତମାନ ଘୁମୁସର ଇତିହାସ ଦେଶ ବିଦେଶରେ ପ୍ରଚାର ପୁଣି ଆରମ୍ଭ ହୋଇଛି। ଯାହାକି ଘୁମୁସରବାସୀଙ୍କ ପାଇଁ ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri