ଓଡ଼ିଶାରେ କାର୍ଯ୍ୟକାରୀ ହେବ ପିଏମ୍‌ ଶ୍ରୀ ସ୍କୁଲ, ପିଏମ୍‌ ଉଷା ଯୋଜନା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୬(ସୁନିତ୍‌ ମିଶ୍ର): ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନକୁ ଗତି ଦିଆଯିବ। ବିଶେଷଭାବେ ଓଡ଼ିଶାରେ ନବଗଠିତ ଭାଜପା ସରକାର ସହଯୋଗରେ ଓଡ଼ିଶାରେ ପିଏମ୍‌ ଶ୍ରୀ ସ୍କୁଲ ଓ ପିଏମ୍‌ ଉଷାକୁ କାର୍ଯ୍ୟକାରୀ କରାଯିବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦି ସରକାରଙ୍କ ୩ୟ ପାଳିରେ ବର୍ତ୍ତମାନ ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ତାଙ୍କ ଉପରେ ନିରନ୍ତର ବିଶ୍ୱାସ ଓ ଭରସା ରଖି ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ। ଶିକ୍ଷାର ପ୍ରମୁଖ ଏଜେଣ୍ଡାରେ ମୂଳତଃ ଜାତୀୟ ଶିକ୍ଷାନୀତିକୁ ଅଧିକରୁ ଅଧିକ କ୍ରିୟାନ୍ବୟନ ଉପରେ ଗୁରୁତ୍ୱ ଦିଆଯିବ। ସେ ଏବଂ ତାଙ୍କ ଟିମ୍‌ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆ ନୂଆ ମାର୍ଗ ପ୍ରସ୍ତୁତ କରିବେ। ଭାରତବର୍ଷର ନୂଆପିଢ଼ିଙ୍କୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ପାଇଁ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଲ୍‌ବାଟିକାରୁ ଆରମ୍ଭ କରି ଗବେଷଣା କ୍ଷେତ୍ରରେ ସବୁ କାମକୁ ତ୍ୱରାନ୍ବିତ କରାଯିବ। ଜାତୀୟ ଶିକ୍ଷା ନୀତି ରୂପକ ଦାର୍ଶନିକ ଦସ୍ତାବିଜ ଆହୁରି ରୁଟେଡ୍‌ ହେବ।

ଶିକ୍ଷା ଦୃଶ୍ୟପଟକୁ ଭବିଷ୍ୟତଗାମୀ କରାଯିବ। ଲୋକଙ୍କୁ ସଶକ୍ତ କରିବା ସହ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବେ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁ ନ ଥିଲା। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍‌-ଉଷା) ସମେତ ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‌ ଶ୍ରୀ ସ୍କୁଲକୁ ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ପିଏମ୍‌ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ୍‌ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ। ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦% ପିଲା ପରୀକ୍ଷା ଦେଉ ନ ଥିବାବେଳେ ତାହା ଉପରେ ଦୃଷ୍ଟି ଦିଆଯିବ।

ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ। ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ରାଜ୍ୟର ବୌଦ୍ଧିକ କ୍ଷମତା। ୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୪୭ ସୁଦ୍ଧା ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରିବ। ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ବପ୍ନ ପୂରଣ ହେବ। ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍‌ ଶିକ୍ଷା ଉପରେ ଜୋର୍‌ ଦିଆଯିବ। କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଚୌଧୁରୀ ଜୟନ୍ତ ସିଂହ ଏବଂ ସୁକାନ୍ତ ମଜୁମଦାର୍‌ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?