ଓଡ଼ିଶାରେ କାର୍ଯ୍ୟକାରୀ ହେବ ପିଏମ୍‌ ଶ୍ରୀ ସ୍କୁଲ, ପିଏମ୍‌ ଉଷା ଯୋଜନା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୬(ସୁନିତ୍‌ ମିଶ୍ର): ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନକୁ ଗତି ଦିଆଯିବ। ବିଶେଷଭାବେ ଓଡ଼ିଶାରେ ନବଗଠିତ ଭାଜପା ସରକାର ସହଯୋଗରେ ଓଡ଼ିଶାରେ ପିଏମ୍‌ ଶ୍ରୀ ସ୍କୁଲ ଓ ପିଏମ୍‌ ଉଷାକୁ କାର୍ଯ୍ୟକାରୀ କରାଯିବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦି ସରକାରଙ୍କ ୩ୟ ପାଳିରେ ବର୍ତ୍ତମାନ ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ତାଙ୍କ ଉପରେ ନିରନ୍ତର ବିଶ୍ୱାସ ଓ ଭରସା ରଖି ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ। ଶିକ୍ଷାର ପ୍ରମୁଖ ଏଜେଣ୍ଡାରେ ମୂଳତଃ ଜାତୀୟ ଶିକ୍ଷାନୀତିକୁ ଅଧିକରୁ ଅଧିକ କ୍ରିୟାନ୍ବୟନ ଉପରେ ଗୁରୁତ୍ୱ ଦିଆଯିବ। ସେ ଏବଂ ତାଙ୍କ ଟିମ୍‌ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆ ନୂଆ ମାର୍ଗ ପ୍ରସ୍ତୁତ କରିବେ। ଭାରତବର୍ଷର ନୂଆପିଢ଼ିଙ୍କୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ପାଇଁ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଲ୍‌ବାଟିକାରୁ ଆରମ୍ଭ କରି ଗବେଷଣା କ୍ଷେତ୍ରରେ ସବୁ କାମକୁ ତ୍ୱରାନ୍ବିତ କରାଯିବ। ଜାତୀୟ ଶିକ୍ଷା ନୀତି ରୂପକ ଦାର୍ଶନିକ ଦସ୍ତାବିଜ ଆହୁରି ରୁଟେଡ୍‌ ହେବ।

ଶିକ୍ଷା ଦୃଶ୍ୟପଟକୁ ଭବିଷ୍ୟତଗାମୀ କରାଯିବ। ଲୋକଙ୍କୁ ସଶକ୍ତ କରିବା ସହ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବେ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁ ନ ଥିଲା। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍‌-ଉଷା) ସମେତ ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‌ ଶ୍ରୀ ସ୍କୁଲକୁ ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ପିଏମ୍‌ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ୍‌ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ। ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦% ପିଲା ପରୀକ୍ଷା ଦେଉ ନ ଥିବାବେଳେ ତାହା ଉପରେ ଦୃଷ୍ଟି ଦିଆଯିବ।

ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ। ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ରାଜ୍ୟର ବୌଦ୍ଧିକ କ୍ଷମତା। ୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୪୭ ସୁଦ୍ଧା ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରିବ। ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ବପ୍ନ ପୂରଣ ହେବ। ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍‌ ଶିକ୍ଷା ଉପରେ ଜୋର୍‌ ଦିଆଯିବ। କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଚୌଧୁରୀ ଜୟନ୍ତ ସିଂହ ଏବଂ ସୁକାନ୍ତ ମଜୁମଦାର୍‌ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ...

୯୩ ବର୍ଷ ଭିତରେ ଯାହା ଘଟି ନ ଥିଲା, ତାହା କରିଦେଖାଇଲେ ଯଶସ୍ବୀ ଜୟସ୍ବାଲ: ରଚିଲେ ଇତିହାସ

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ମାରିଛନ୍ତି। ଜୟସ୍ବାଲ ଶତକ ମାରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାମ...

ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…

ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର...

ଆଜି ୫ରାଶିଙ୍କ ବାଜିବ ବଡ ଡିଲ୍! ଦିନର ଏହି ସମୟରୁ ଆପଣ ପାଲଟିବେ ଧନୀ

ଜୁନ ୨୦୨୫ ମାସ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନ...

ପରମାଣୁଠୁ ବି ଭୟଙ୍କର କ୍ଲଷ୍ଟର ବୋମା! ଜାଣନ୍ତୁ ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ,୨୧।୬: ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ଇରାନ ବିରୋଧରେ ଏକ ବଡ଼ ଅଭିଯୋଗ...

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ...

‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ...

ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri