Advertisement

‘ଏମିତି ବ୍ରିଟେନ ଗଢିବି ଯେଉଁଠି ଆମ ପିଲା ଦୀପ ଜାଳି ପାରିବେ’…

ଲଣ୍ଡନ,୨୭ ।୧୦: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି । ଏହାସହ ୟୁନାଇଟେଡ କିଙ୍ଗଡମର ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ଋଷି ସୁନକଙ୍କ ପାଇଁ ସବୁଠାରୁ ବଡ କଥା ହେଲା ଦୀପାବଳି ଦିନ ହିଁ ସେ ପ୍ରଧାନମନ୍ତ୍ରୀ ହେବା ଘୋଷଣା କରାଯାଇଥିଲା । ବୁଧବାର ଅର୍ଥାତ୍ ୨୬ ଅକ୍ଟୋବରରେ ଋଷି ସୁନକ ୧୦ ଡାଉନିଙ୍ଗ ଷ୍ଟ୍ରିଟ ସ୍ଥିତ ତାଙ୍କ ଘରୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ।
ଦୀପାବଳିର ଶୁଭେଚ୍ଛା ଜଣାଇ ସୁନକ କହିଛନ୍ତି, ମୁଁ ଏମିତି ଏକ ବ୍ରିଟେନ ତିଆରି କରିବି ଯେଉଁଠି ଆମର ପିଲାମାନେ, ନାତିନାତୁଣୀମାନେ ନିଜର ଦୀପ ଜାଳିପାରିବେ । ସେ ଦିୱାଳି ରିସେପଶନର ଫଟୋ ଶେୟାର କରି ଟୁଇଟରେ ଲେଖିଛନ୍ତି, ନମ୍ବର ୧୦ରେ ଆଜି ରାତିରେ ଦିୱାଲି ରିସେପଶନରେ ଆସି ବହୁତ ଖୁସି ଲାଗୁଛି । ମୁଁ ଏମିତି ଏକ ବ୍ରିଟେନ ଗଠନ କରିବାକୁ ଚାହୁଁଛି, ଯେଉଁଠି ଆମର ପିଲାମାନେ, ନାତି ନାତୁଣୀ ମାନେ ନିଜର ଦୀପ ଜାଳି ପାରିବେ ଓ ଭବିଷ୍ୟତକୁ ଆଶାର ସହ ଦେଖିପାରିବେ । ସମସ୍ତଙ୍କୁ ଦୀପାବଳିର ଶୁଭକାମନା ।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ମାନୀ ଯିବେ ବାଇଡେନ

ଓ୍ବାଶିଂଟନ,୮ା୬: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତମାସ ୨୫ ତାରିଖରେ ଦକ୍ଷିଣ ଜର୍ମାନୀର ସ୍କଲ୍‌ସ ଏଲମାଉ ଯାତ୍ରା କରିବେ। ଏଠାରେ ବରିଷ୍ଠ...

ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ...

ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା...

ଆତଙ୍କବାଦୀଙ୍କୁ ସହାୟତା: ପାକିସ୍ତାନକୁ ଚେତାବନୀ ଦେଲା ବ୍ରିଟେନ୍‌

ଲଣ୍ଡନ,୧୬।୧: ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଜାରି ରଖିଛି। ଏନେଇ ବ୍ରିଟେନ୍‌ ପକ୍ଷରୁ ଗୁରୁବାର ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆତଙ୍କବାଦ ବିରୋଧରେ ପାକିସ୍ତାନ ଆବଶ୍ୟକ ପଦକ୍ଷେପ ଗ୍ରହଣ...

ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା...

ଜି ୭: ରୁଷିଆ ଉପରେ ଚାପ

ଏଲ୍‌ମଉ,୨୭ା୬: ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍‌ ଆକ୍ରମଣ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାବେଳେ ଆଗକୁ ସେଠାରୁ ସୁନା...

ମଙ୍କିପକ୍ସ ସଂକ୍ରମିତଙ୍କ ସମ୍ପର୍କରେ ଆସି କୁୁକୁର ସଂକ୍ରମିତ!

ପ୍ୟାରିସ,୧୮ ।୮: ସାରା ବିଶ୍ୱରେ ମଙ୍କିପକ୍ସ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ମଙ୍କିପକ୍ସକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ...

ପାକିସ୍ତାନରେ ଭାଙ୍ଗିଦେଲେ ଗଣେଶ ମନ୍ଦିର

ନୂଆଦିଲ୍ଲୀ, ୬।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଗଣେଶ ମନ୍ଦିରକୁ ଶହ ଶହ ଲୋକ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ସେମିନାରିରେ ପରିସ୍ରା କରିବା ଅଭିଯୋଗରେ...

Advertisement
Archives

Model This Week