ଜୁଲାଇ ୧୬ରେ ୬ରାଜ୍ୟର ମୁଖମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୧୩।୭: କରୋନାର ତୃତୀୟ ଲହର ବିପଦକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ ସକାଳ ୧୧ଟାରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ଓଡ଼ିଶା, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ରାଜ୍ୟର ବର୍ତ୍ତମାନ କରୋନାର ବର୍ତ୍ତମାନ ସ୍ଥିତି ଉପରେ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି। କାରଣ ଉକ୍ତ ରାଜ୍ୟଗୁଡ଼ିକରେ ବର୍ତ୍ତମାନ କରୋନା ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏଥିରେ ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ମେଘାଳୟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହି ସମୟରେ ମୋଦି ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିବା ସହ ସତର୍କତା ଅବଲମ୍ବନ କରିବାକୁ ଜୋର ଦେଇଥିଲେ। ଏଥିସହ ହିଲ୍‌ ଷ୍ଟେସନ ଓ ମାର୍କେଟରେ ବିନା ମାସ୍କ ଓ କରୋନା ପ୍ରୋଟୋକଲ୍‌ ନିୟମ ଉଲ୍ଲଂଘନ କରି ଏକତ୍ରିତ ହେବା ଠିକ୍‌ ନୁହେଁ। ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri