Posted inଜାତୀୟ

ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରି ଏଥର ରେକର୍ଡ କରିବେ ମୋଦି

ନୂଆଦିଲ୍ଲୀ,୧୩।୮: ଦେଶର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରତିକ ଲାଲାକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବେ। ଏହାସହ ସେ ଏଥର ରାଜନିତିକ ଇତିହାସରେ ଏକ ରେକର୍ଡ କରିବେ। ମୋଦି ଏଠାରେ ଲଗାତାର ସପ୍ତମ ଥର ଲାଗି ଜାତୀୟ ପତାକା ଉତ୍ତୋଳନ କରିବେ। ଲାଲକିଲାରେ ସର୍ବାଧିକଥର ପତାକା ଉତ୍ତୋଳନ କରିଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିବେ ମୋଦି। ଏହା ପୂର୍ବରୁ ଲାଲକିଲାରେ ସର୍ବାଧିକଥର ପତାକା ଉତ୍ତୋଳନ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାଁ ଏକ ନମ୍ବରରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଓ ତୃତୀୟ ସ୍ଥାନରେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ। ସୂଚନାଯୋଗ୍ୟ, ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ପ୍ରାୟ ସମସ୍ତଙ୍କୁ ଲାଲକିଲାରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ସୁଯୋଗ ମିଳିଥିବା ବେଳେ ଚନ୍ଦ୍ରଶେଖର ଓ ଗୁଲଜାରି ଲାଲ ନନ୍ଦାଙ୍କୁ ଏହି ସୌଭାଗ୍ୟ ମିଳି ନଥିବା କୁହାଯାଏ। ତେବେ ଏଥର ପ୍ରଧାନମନ୍ତ୍ରି ମୋଦି ଅଟଳବିହାରୀ ବାଜପେୟୀଙ୍କୁ ପଛରେ ପକାଇ ଗୋଟିଏ ପାଦ ଆଗକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ଗଣେଶ ପୂଜା ପାଇଁ ଆସିଲା ଗାଇଡ୍‌ଲାଇନ

ବେଙ୍ଗାଲୁରୁ,୬।୫: ଗଣେଶ ପୂଜା ପାଇଁ କର୍ନାଟକରେ ଜାରି ହେଲା ନୂଆ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ ଅନୁସାରେ କୋଭିଡ ସଂକ୍ରମଣ ହାର ୨ ପ୍ରତିଶତରୁ କମ୍‌ ଥିବା...

୩ ବର୍ଷରେ ନିର୍ବାଚନରେ ଖର୍ଚ୍ଚ ହୋଇଛି ୯ ହଜାର କୋଟି; ୬୦ ପ୍ରତିଶତ କେବଳ ଇଭିଏମ୍‌ରେ

ନୂଆଦିଲ୍ଲୀ,୭।୭: ଗତ ୩ ବର୍ଷ ମଧ୍ୟରେ ୯ ହଜାର କୋଟି ଟଙ୍କା ଲୋକ ସଭା ନିର୍ବାଚନରେ ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ୬୦ ପ୍ରତିଶତ କେବଳ ଇଭିଏମ୍‌ରେ...

ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍‌

ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍‌...

ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ କ୍ୱାରାଣ୍ଟାଇନ୍‌ରେ

ବନ୍ଦାଓଁ,୧୩।୪: ଉତ୍ତରପ୍ରଦେଶ ବନ୍ଦାଉଁ ଜିଲାରେ ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ ଏବେ କ୍ୱାରାଣ୍ଟାଇନ୍‌ରେ। ଏଥିସହ ଉକ୍ତ ଗାଁର ସୀମାକୁ ମଧ୍ୟ ସିଲ୍‌ କରାଦିଆଯାଇଥିବା ଜଣାପଡ଼ିଛି।...

୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ,...

ଚନ୍ଦ୍ରକୁ ପ୍ରଥମ ମହିଳା ପଠାଇବେ ବେଜୋସ୍‌

ନୂଆଦିଲ୍ଲୀ, ୯।୧୨: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍‌’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି। ଏହି କମ୍ପାନୀ ଦ୍ୱାରା ନିର୍ମିତ...

ଫିଲ୍ମ‘ପୁଷ୍ପା’ର ମିମ୍‌ସ ଶେୟାର କଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍‌ସ...

୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଲେ ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର

ଜୟପୁର,୧୬।୧୧: ପାକିସ୍ତାନର ଜଣେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି। ଏହା ସହିତ ସେ ବିମାନକୁ ସୁରକ୍ଷିତ ଭାବେ ଯାତ୍ରା କରିବାରେ...

Advertisement
Archives

Model This Week