Posted inଜାତୀୟ

ଆଉ ଏକ ମହାଅଭିଯାନ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଦେଶରେ ଏକ ଲକ୍ଷ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦକ୍ଷ ଭାବରେ ତାଲିମ ଦିଆଯିବ ଏବଂ ନୂତନ ଜିନିଷ ଶିକ୍ଷା ଦିଆଯିବ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ସତର୍କତା ସହିତ ଆମକୁ ଆଗାମୀ ଆହ୍ବାନର ମୁକାବିଲା କରିବାକୁ ପଡିବ। ଏହି ଲକ୍ଷ୍ୟ ସହିତ ଆଜି ଦେଶରେ ପ୍ରାୟ ଏକ ଲକ୍ଷ ଫ୍ରଣ୍ଟଲାଇନ କରୋନା ୱାରିୟର୍ସଙ୍କୁ ତାଲିମ ଦେବା ପାଇଁ ଏକ ମହାଅଭିଯାନ ଆରମ୍ଭ ହେଉଛି। ଏହି ପାଠ୍ୟକ୍ରମ ଦୁଇରୁ ତିନି ମାସ ମଧ୍ୟରେ ଶେଷ ହେବ। ଏହି ଲୋକମାନେ ମଧ୍ୟ ତୁରନ୍ତ କାମ ପାଇଁ ଉପଲବ୍ଧ ହେବେ ବୋଲି ସେ କହିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଆମେ ଦେଖିଛୁ ଯେ ଏହି ଭୂତାଣୁର ପରିବର୍ତ୍ତନଶୀଳ ରୂପ ଆମ ସାମ୍ନାରେ କି ପ୍ରକାର ଚ୍ୟାଲେଞ୍ଜ ଆଣିପାରେ। ଏହି ଭୂତାଣୁ ଏପର୍ଯ୍ୟନ୍ତ ଆମ ମଧ୍ୟରେ ଅଛି ଏବଂ ଏହାର ପରିବର୍ତ୍ତନ ହେବାର ସମ୍ଭାବନା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ପାଣ୍ଠି ଯୋଗାଉଛି ଚାଇନା ଦୂତାବାସ: ଭାଜପା

ନୂଆଦିଲ୍ଲୀ,୨୬ା୬:ରାଜୀବ ଗାନ୍ଧୀ ଫାଉଣ୍ଡେଶନ (ଆର୍‌ଜିଏଫ୍‌)କୁ ଚାଇନା ଦୂତାବାସ ପାଣ୍ଠି ଯୋଗାଉଛି ବୋଲି ଗୁରୁବାର ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇଛି। ଭାଜପାର ସୋସିଆଲ ମିଡିଆ ଟିମ୍‌ ଉକ୍ତ...

ପିଓକେରେ ୧୫୦ରୁ ଅଧିକ ଆତଙ୍କବାଦୀ, ଅନୁପ୍ରବେଶ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ...

ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହେଲେ ଶାଲିଜା ଧାମି

ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ଭାବେ ଓ୍ବିଙ୍ଗ୍‌ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର...

ଦିଦିଙ୍କ ଆମ୍ବ କୂଟନୀତି, ମୋଦି-ଶାହାଙ୍କ ପାଖକୁ ପଠାଇଲେ ମିଠା ଆମ୍ବ …

କୋଲକାତା,୧।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସହିତ ଭାଜପା ର ବହୁ ବରିଷ୍ଠ ନେତା ମମତା ବାନାର୍ଜୀଙ୍କ...

ଖାଇବା କମାଇଦେଲେଣି ଗ୍ରାମାଞ୍ଚଳର ୫୦% ପରିବାର

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ୧୨ଟି ରାଜ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ...

ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ଦିଲ୍ଲୀପ୍‌ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

ପାକିସ୍ତାନ ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କ ପରଲୋକ, ବର୍ଡର ଫିଲ୍ମରେ ଅକ୍ଷୟ ଖାନ୍ନା ଆସିଥିଲେ ତାଙ୍କ ଚରିତ୍ରରେ

ନୂଆଦିଲ୍ଲୀ,୧୮ ।୫: ପାକିସ୍ତାନର ସହ ୧୯୭୧ରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କର ସୋମବାର ଗୁରୁଗ୍ରାମରେ ପରାଲୋକ ହୋଇଛି । ୧୯୯୨-୧୯୯୪ ପର୍ଯ୍ୟନ୍ତ ପଞ୍ଜାବରେ...

Advertisement
Archives

Model This Week