Posted inଜାତୀୟ

ମମତାଙ୍କୁ ଭୁଲିଗଲେ ମୋଦି!

ନୂଆଦିଲ୍ଲୀ,୭ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯେମିତି ଭୁଲିି ଯାଇଛନ୍ତି । କିଏ କିଏ କହୁଛନ୍ତି ମୋଦି ମମତାଙ୍କୁ ଆଦୌ ମନେପକାଇବାକୁ ଚାହୁଁ ନାହାନ୍ତି । କଥା ହେଲା ଜାନୁୟାରୀ ୫ରେ ମମତା ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ୫ଜଣ ନେତାଙ୍କର ଜନ୍ମଦିନ ଥିଲା । ମୋଦି କାହାକୁ ଫୋନ୍ କରି ତ କାହାକୁ ପତ୍ର ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ । ହେଲେ ମମତାଙ୍କୁ ସେ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିବାରୁ ଏବେ ଏହାକୁ ନେଇ ଆଲୋଚନା ହେଉଛି । ଜାନୁୟାରୀ ୫ରେ ମମତା ବାନାର୍ଜୀ, ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା, ଡିଏମ୍‌କେ ନେତା କାନିମୋଝି, ଭାଜପା ନେତା ମୁରଲି ମନୋହର ଯୋଶୀ ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଜନ୍ମଦିନ ଥିଲା । ମୋଦି ଏମାନେ ସମସ୍ତଙ୍କୁ ବିଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ମମତାଙ୍କୁ କିନ୍ତୁ ବାଦ୍ ଦେଇଥିଲେ । ସୂଚନାଯୋଗ୍ୟ, ୧୫ ବର୍ଷ ବୟସରେ ରାଜନୀତିରେ ପାଦ ରଖିଥିବା ମମତାଙ୍କ ଜନ୍ମ ୫ ଜାନୁୟାରୀ ୧୯୫୫ରେ ହୋଇଥିଲା । ତାଙ୍କ ୬୬ ତମ ଜନ୍ମଦିନ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଡିଏମ୍‌କେ ନେତା ଏମ୍ କେ ଷ୍ଟାଲିନ, ଏନ୍‌ସିପି ନେତା ସୁପ୍ରିୟା ସୁଲେ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ ପ୍ରମୁଖ ମମତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ହେଲେ ମୋଦିଙ୍କ ଅଣଦେଖା ଏକ ଭିନ୍ନ ଆଲୋଚନାକୁ ପ୍ରଶ୍ରୟ ଦେଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ

ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।...

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ...

୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୮।୧: ଓମିକ୍ରନ୍‌ ଯୋଗୁ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ...

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ପିତାଙ୍କ ଅନ୍ତେ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ରାୟ…

ଜୟପୁର, ୧୯।୧ : ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ସେମାନେ ବିବାହ କରିଥାନ୍ତୁ ଅବା ଅବିବାହିତ ରହିଥାନ୍ତୁ, ସେମାନଙ୍କର...

Advertisement
Archives

Model This Week