Posted inଜାତୀୟ

ଆଜି କର୍ତ୍ତବ୍ୟ ପଥର ଉଦଘାଟନ କରିବେ ମୋଦି, ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ହେବ ଉନ୍ମୋଚନ

ନୂଆଦିଲ୍ଲୀ,୮ ।୯: ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ ରୂପରେ କର୍ତ୍ତବ୍ୟ ପଥ ନାମରେ ପରିଚିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ । କେବଳ ଯେ ରାଜପଥର ନାମ ବଦଳୁଛି ତା’ ନୁହେଁ ବରଂ ରାଜପଥର ରୂପ ରଙ୍ଗ ବି ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଆଯାଇଛି ।
ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାର ବି ଉନ୍ମୋଚନ କରାଯିବ । ଏଥିପାଇଁ ଇଣ୍ଡିଆ ଗେଟ ସର୍କିଲ ସି ହ୍ୟାକ୍ସାଗାନ ଟ୍ରାଫିକ ଗୁରୁବାର ବନ୍ଦ ରହିବ ।
ପ୍ରଧାନମନ୍ତ୍ରୀ ମୋଦି ସେଣ୍ଟ୍ରା ବିଷ୍ଟାର ଏକ ଅଂଶକୁ ରାଷ୍ଟ୍ରକୁ ସମର୍ପିତ କରିବେ । ମୋଦି ସନ୍ଧ୍ୟା ୭ଟାରେ କର୍ତ୍ତବ୍ୟ ପଥର ଉଦଘାଟନ କରିବେ । ଏହାସହ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ । ଏହା ପୂର୍ବରୁ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ଲଗାଯାଇଥିଲା । ଯାହାର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ହୋଇଥିବା ବେଳେ ଏହା ଗ୍ରାନାଇଟରେ ପ୍ରସ୍ତୁତ ହୋଇଛି ।
ଅନ୍ୟପଟେ କର୍ତ୍ତବ୍ୟ ପଥର ଲମ୍ବ ରହିଛି ୩ କିଲୋମିଟର । ଏହା ପାଶ୍ୱର୍ରେ ୪.୦୮୭ ଗଛ ରହିଛି, ଏହା ଉପରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି । ଏଥିରେ ୯୦୦ରୁ ଅଧିକ ଲାଇଟ ଲାଗିଛି । ୮ ସୁବିଧା ଖଣ୍ଡ ନିର୍ମାଣ କରାଯାଇଛି । ଏହାର କ୍ଷେତ୍ରଫଳ ୧,୧୦,୪୫୭ ବର୍ଗ ମିଟର ରହିଛି । ଏହାସହ ଏଠାରେ ୯୮୭ କଂକ୍ରିଟ ମୋଟା ଖମ୍ବ ଲାଗିଛି । ଏଥିରେ ୧,୪୯୦ ମ୍ୟାନହୋଲ କରାଯାଇଛି । ୪ଟି ପାଦଚଲା ଅଣ୍ଡର ଗ୍ରାଉଣ୍ଡ ସହ ୪୨୨ ବେଞ୍ଚ ରହିଛି, ଯାହା ଲାଲ ଗ୍ରାନାଇଟରେ ତିଆରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?