Posted inଜାତୀୟ

ଆଜି କର୍ତ୍ତବ୍ୟ ପଥର ଉଦଘାଟନ କରିବେ ମୋଦି, ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ହେବ ଉନ୍ମୋଚନ

ନୂଆଦିଲ୍ଲୀ,୮ ।୯: ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ ରୂପରେ କର୍ତ୍ତବ୍ୟ ପଥ ନାମରେ ପରିଚିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ । କେବଳ ଯେ ରାଜପଥର ନାମ ବଦଳୁଛି ତା’ ନୁହେଁ ବରଂ ରାଜପଥର ରୂପ ରଙ୍ଗ ବି ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଆଯାଇଛି ।
ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାର ବି ଉନ୍ମୋଚନ କରାଯିବ । ଏଥିପାଇଁ ଇଣ୍ଡିଆ ଗେଟ ସର୍କିଲ ସି ହ୍ୟାକ୍ସାଗାନ ଟ୍ରାଫିକ ଗୁରୁବାର ବନ୍ଦ ରହିବ ।
ପ୍ରଧାନମନ୍ତ୍ରୀ ମୋଦି ସେଣ୍ଟ୍ରା ବିଷ୍ଟାର ଏକ ଅଂଶକୁ ରାଷ୍ଟ୍ରକୁ ସମର୍ପିତ କରିବେ । ମୋଦି ସନ୍ଧ୍ୟା ୭ଟାରେ କର୍ତ୍ତବ୍ୟ ପଥର ଉଦଘାଟନ କରିବେ । ଏହାସହ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ । ଏହା ପୂର୍ବରୁ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ଲଗାଯାଇଥିଲା । ଯାହାର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ହୋଇଥିବା ବେଳେ ଏହା ଗ୍ରାନାଇଟରେ ପ୍ରସ୍ତୁତ ହୋଇଛି ।
ଅନ୍ୟପଟେ କର୍ତ୍ତବ୍ୟ ପଥର ଲମ୍ବ ରହିଛି ୩ କିଲୋମିଟର । ଏହା ପାଶ୍ୱର୍ରେ ୪.୦୮୭ ଗଛ ରହିଛି, ଏହା ଉପରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି । ଏଥିରେ ୯୦୦ରୁ ଅଧିକ ଲାଇଟ ଲାଗିଛି । ୮ ସୁବିଧା ଖଣ୍ଡ ନିର୍ମାଣ କରାଯାଇଛି । ଏହାର କ୍ଷେତ୍ରଫଳ ୧,୧୦,୪୫୭ ବର୍ଗ ମିଟର ରହିଛି । ଏହାସହ ଏଠାରେ ୯୮୭ କଂକ୍ରିଟ ମୋଟା ଖମ୍ବ ଲାଗିଛି । ଏଥିରେ ୧,୪୯୦ ମ୍ୟାନହୋଲ କରାଯାଇଛି । ୪ଟି ପାଦଚଲା ଅଣ୍ଡର ଗ୍ରାଉଣ୍ଡ ସହ ୪୨୨ ବେଞ୍ଚ ରହିଛି, ଯାହା ଲାଲ ଗ୍ରାନାଇଟରେ ତିଆରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri