Posted inଜାତୀୟ

ଦେଶକୁ ଆସିଗଲା ନୂଆ ରୋଗ! କଂଗ୍ରେସର ନାଁ ନ ନେଇ ବର୍ଷିଲେ ମୋଦି

ଗୁଆହାଟି,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଗୁଆହାଟିରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଦେଶକୁ ଏକ ନୂଆ ରୋଗ ଆସିଯାଇଛି। ମୁଁ ଯେତେବେଳେ ଆପଣଙ୍କୁ ମୋ କାମର ଗଣତି କରାଉଛି ସେତେବେଳେ କେତେ ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ, କାରଣ ସେମାନଙ୍କୁ କ୍ରେଡିଟ କାହିଁକି ଦିଆଯାଉ ନାହିଁ।
ଆଜିକାଲି ଏକ ନୂଆ ରୋଗ ଦେଖିବାକୁ ମିଳୁଛି। ସେମାନେ ଅଭିଯୋଗ କରୁଛନ୍ତି କି ଦଶକ ଦଶକ ଧରି ସେମାନେ ଦେଶରେ ରାଜ କଲେ ହେଲେ ଏବେ ତାଙ୍କୁ କାହିଁକି କ୍ରେଡିଟ ଦିଆଯାଉ ନାହିଁ। କ୍ରେଡିଟ ଭୋକିଲା ଲୋକେ ଓ ଜନତାଙ୍କ ଉପରେ ରାଜ କରିବାର ଭାବନା ଦେଶର ବହୁତ ଅହିତ କରିଛି।
ମୋଦି କହିଛନ୍ତି, ଆମେ ଭୋଟବ୍ୟାଙ୍କ ବ୍ୟତୀତ ଦେଶର ଜନତାଙ୍କ ସମସ୍ୟାକୁ କମ କରିବା ଉପରେ ଫୋକସ କଲୁ। ଆମର ଲକ୍ଷ୍ୟ ଥିଲା ଯେ ଆମର ଭଉଣୀଙ୍କ ଚିକିତ୍ସା ଲାଗି ଆମକୁ ଦୂରକୁ ଯିବାକୁ ନ ପଡୁ। ଆମେ ସ୍ଥିର କରିଥିଲୁ କି କୌଣସି ଗରିବଙ୍କୁ ଅର୍ଥ ଅଭାବରୁ ଚିକିତ୍ସା ନ ହୋଇ ପାରିବା ଭଳି ପରିସ୍ଥିତିର ସାମ୍ନା କରିବାକୁ ନ ପଡୁ।
୨୦୧୪ ପୂର୍ବରୁ ୧୦ ବର୍ଷରେ ମାତ୍ର ୧୫୦ ମେଡିକାଲ କଲେଜ ତିଆରି ହୋଇଥିଲା। ଗତ ୯ ବର୍ଷରେ ଆମ ସରକାରରେ ପ୍ରାୟ ୩୦୦ ନୂଆ ମେଡିକାଲ କଲେଜ ତିଆରି ହୋଇଛି। ଗତ ୯ ବର୍ଷରେ ଦେଶରେ ଏମବିବିଏସ ସିଟ ଦୁଇଗୁଣା ବଢି ୧ ଲକ୍ଷରୁ ଅଧିକ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଇରାନ ପ୍ରତି ପାକିସ୍ତାନର ବିଶ୍ୱାସଘାତକତା: ଆମେରିକାକୁ ଗୁପ୍ତ ସୂଚନା ଦେଇଥିଲେ ଇସାକ ଦାର? ବିବୃତ୍ତି ଜାରି କଲେ ଶାହବାଜ ସରକାର

ଇସଲାମାବାଦ,୪।୬: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ଫେରିବା ପରି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି। ପାକିସ୍ତାନ ଦୁଇ ରାଷ୍ଟ୍ର…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

ରାଜ୍ୟ ସଭା ଉପ-ନିର୍ବାଚନ: ଦେବାଶିଷଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୪।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ…

ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri