Posted inଜାତୀୟ

ଆଲୋଚନା ମୋତେ ପସନ୍ଦ, କେବେ କେବେ ଆଲୋଚନା କରୁଥିବା ଲୋକଙ୍କୁ ମୁଁ ମିସ୍ କରିଥାଏ: ମୋଦି

ନୂଆଦିଲ୍ଲୀ,୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ମାଗାଜିନକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ମୋତେ ଆଲୋଚନା ପସନ୍ଦ । ହେଲେ ଦୁର୍ଭାଗ୍ୟ ଯେ ଆଲୋଚନା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ଲୋକେ ବହୁତ ଶୀଘ୍ର ଅଭିଯୋଗ ଆଣିଥାଆନ୍ତି, ଏମିତି ସମୟରେ ତ ମୁଁ ଆଲୋଚନା କରୁଥିବା ଲୋକଙ୍କୁ ବହୁତ ମିସ୍ କରିଥାଏ । ମୋଦି କହିଛନ୍ତି ଆଲୋଚନା ଓ ଅଭିଯୋଗ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି । ଅଭିଯୋଗ ସେହିମାନେ କରନ୍ତି ଯାହାଙ୍କ ନିକଟରେ କୌଣସି ବିଷୟକୁ ନେଇ ଖୁବ୍ କମ୍ ତଥ୍ୟ ଥାଏ । ହେଲେ ଆଲୋଚନା କରିବା ପାଇଁ ଅଧ୍ୟୟନ ଓ ଗବେଷଣା କରିବାକୁ ପଡିଥାଏ । ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡେ । ସେ କହିଛନ୍ତି ଆମ ସରକାର ଅନୁସନ୍ଧାନକୁ ପ୍ରାଥମିକତା ଦେଇଛି । ସେ ଏକ ବିଜ୍ଞାନ ସମ୍ମିଳନୀକୁ ମନେପକାଇ କହିଛନ୍ତି ଆମେ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନଠାରୁ ଆଗକୁ ଯାଇ ଜୟ ଅନୁସନ୍ଧାନ ଉପରେ ଗୁରୁତ୍ୱ ଦେଇଛୁ । କାରଣ ଭାରତ ଏବେ ଆତ୍ମନିର୍ଭରଶୀଳ ହୋଇଛି ଆଉ ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ ଆମେ ଚଳାଇଛୁ । ଦେଶରେ ଭ୍ୟାକ୍ସିନେଶନର ଶ୍ରେୟ ମୋଦି ଜନତାଙ୍କୁ ଦେଇଛନ୍ତି । ଏତେବଡ ଅଭିଯାନ ଚଳାଇବା ପଛରେ ଟେକନିକର ବଡ ଭୂମିକା ରହିଛି । ଏବେ ଭାରତ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ନିଜ ପାଖରେ ନିଜର ଟିକା ରଖିଛି । ଏହା କିଛି କମବଡ ଅନୁଭବ ନୁହେଁ । ଏମିତିବି କିଛି ଦେଶ ଅଛି ସେଠାରେ ଏବେ ପର୍ଯ୍ୟନ୍ତ ଭ୍ୟାକ୍ସିନ ନାହିଁ । ମୋଦି କହିଛନ୍ତି ଭାବିଲେ ଦେଖି ଆମର ଯଦି ଭ୍ୟାକ୍ସିନ ନ ଥାଆନ୍ତା ତେବେ ପରିସ୍ଥିତି କ’ଣ ହୋଇ ଥାଆନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ...

୫ ବର୍ଷ ତଳେ କୁମ୍ଭମେଳାରେ ହଜିଥିଲେ ବୃଦ୍ଧା, ଏବେ ପାଇଲେ ପରିବାର ଲୋକେ

ଡେରାଡୁନ,୯।୪: ଉତ୍ତରାଖଣ୍ଡର ଋଷିକେଶରେ ଲୁହରେ ଆଖି ଭିଜିବା ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗଙ୍ଗା, ଯମୁନା, ବଦ୍ରିନାଥ ଏବଂ କେଦାରନାଥ...

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ...

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପାଶଓ୍ବାନ

ପାଟନା,୨୧।୬: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ଭିଳାଶ ପାଶଓ୍ବାନ ରାଜ୍ୟ ସଭା ପାଇଁ ଏନ୍‌ଡିଏ ପ୍ରାର୍ଥୀ ଭାବେ ବିହାରରୁ ଶୁକ୍ରବାର...

ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାରଙ୍କ ଜୀବନ ଯାଇଛି, ଏନ୍‌ସିଆର୍‌ବି ରିପୋର୍ଟ..

ନୂଆଦିଲ୍ଲୀ,୩୧।୧୦: ଦେଶରେ ଗତ ୨୦୨୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାର ଲୋକଙ୍କ ଜୀବନ ଯାଇଛି। ସାରା ଦେଶରେ ଗତ ବର୍ଷ ୧୩ ହଜାରରୁ ଅଧିକ...

ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି...

ସିମ୍ପାଞ୍ଜିକୁ ଜବତ କଲା ଇଡି

ନୂଆଦିଲ୍ଲୀ,୨୨ା୯(ପି.ଟି.): ବନ୍ୟଜନ୍ତୁ ଚୋରା କାରବାର କରୁଥିବା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ାଉ କରି ୩ଟି ସିମ୍ପାଞ୍ଜି ଓ...

କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ...

Advertisement
Archives

Model This Week