ନୂଆଦିଲ୍ଲୀ,୧୮ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିରେ ବିଜୟ ହାସଲ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ବଳ ଲଗାଇ ଦେଇଛି । ସେଥିପାଇଁ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରାଲି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଯୋର ସୋରରେ ଚାଲିଛି । ଏହି ରାଲି ରାଜଧାନୀ ଲକ୍ଷ୍ନୌରେ ହେବ । ଏଥିରେ ୧୦ ଲକ୍ଷ ଲୋକଙ୍କୁ ଏକଜୁଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ଏହି ରାଲି କରାଯିବ । ମିଳିଥିବା ସୂଚନା ଅନୁଯାୟୀ ଏହା ଜାନୁୟାରୀ ୯, ୧୦ ଓ ୧୧ରେ ହେବାର ଯୋଜନା ରହିଛି ।