ଯୁବକଙ୍କୁ ହତ୍ୟା ଅଭିଯୋଗ: ପ୍ରତିବାଦରେ ବ୍ରାହ୍ମଣୀଗାଁ ବନ୍ଦ

ଦାରିଙ୍ଗବାଡ଼ି,୧୮ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବ୍ରାହ୍ମଣୀଗାଁର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବ୍ରାହ୍ମଣୀଗାଁଠାରୁ ବ୍ରହ୍ମପୁର, ଫୁଲବାଣୀ, ଦାରିଙ୍ଗବାଡ଼ିକୁ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ ବନ୍ଦ ରହିଛି। ଏଥିସହ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ଦୋକାନ ବଜାର, ବ୍ୟାଙ୍କ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଥାନା କିନାରୀ ନୂଆଗାଁ ଅଞ୍ଚଳରେ ଗତ କିଛିଦିନ ତଳେ ଅକ୍ଷୟ କୁମାର ପାତ୍ର ନାମକ ଜଣେ ଯୁବକଙ୍କ ମୃତଦେହ ବାଡାସୁରୁ ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାକୁ ପୋଲିସ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ସୁଦ୍ଧା ଏହାକୁ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ତେବେ ସ୍ଥାନୀୟ ପୋଲିସ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ ଆସିଲେ ସ୍ପଷ୍ଟ ହେବ ବୋଲି କହି ଆଜି ସୁଦ୍ଧା ଘଟଣାର ତଦନ୍ତକୁ ସଠିକ ଦିଗରେ କରୁ ନ ଥିବା ଅଞ୍ଚଳବାସୀ ଏବଂ ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ କନ୍ଧମାଳ ଏସ୍‌ପିଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପରିବାର ଲୋକଙ୍କୁ କୌଣସି ନ୍ୟାୟ ପ୍ରଦାନ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରି ଏହି ବନ୍ଦ ଡାକରା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri