Posted inଜାତୀୟ

କୋଇଲା ସଙ୍କଟ: ଏକ ସପ୍ତାହ ମଧ୍ୟରେ ହୋଇପାରେ ସମାଧାନ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶକ୍ତି ମନ୍ତ୍ରୀ ଆର୍ କେ ସିଂ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ । ଉଭୟ ମନ୍ତ୍ରୀ ଦେଶରେ କୋଇଲାର ସ୍ଥିତିକୁ ନେଇ ଆଲୋଚନା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କୋଇଲା ସଙ୍କଟର ସ୍ଥିତିକୁ ସୁଧାରିବାର ଉପାୟ ଓ ଭବିଷ୍ୟତର କାର୍ଯ୍ୟଧାରାକୁ ନେଇ ସମିକ୍ଷା କରିଥିଲେ । ଉଭୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ ଦେଶରେ କୋଇଲାର ଅଭାବ ନାହିଁ । ଆଗାମୀ ଦିନରେ ଅବସ୍ଥା ସୁଧୁରି ଯିବ । ଏହି ବୈଠକ ପୂର୍ବରୁ କ୍ୟାବିନେଟ ସଚିବ ଓ ଉଭୟ ମନ୍ତ୍ରଣାଳୟର ସଚିବଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଦେଶରେ କୋଇଲା ଗଚ୍ଛିତ ଥିବା ଓ ଅବସ୍ଥା ୭-୧୦ ଦିନ ମଧ୍ୟରେ ସୁଧୁରି ଯିବ ବୋଲି ଜଣାପଡିଥିଲା । ସୂଚନାଯୋଗ୍ୟ, ଦେଶରେ କୋଇଲା ଅଭାବକୁ ନେଇ ଉପୁଜିବାକୁ ଯାଉଥିବା ବିଜୁଳି ସଙ୍କଟ ଏବେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri