
୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି। ଏହି ଫିଲ୍ମ ଫେଷ୍ଟିଭାଲ୍ରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି। କେତେକ ରେଡ କାର୍ପେଟରେ ନିଜର ଗ୍ଲାମର ଦେଖାଇ ଚର୍ଚ୍ଚାକୁ ଆସୁଥିବା ବେଳେ, ଅନ୍ୟମାନଙ୍କ ଚଳଚ୍ଚିତ୍ର ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ପ୍ରିମିୟର ହେଉଛି। କାନ୍ସରେ ରେଡ କାର୍ପେଟରେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ରୁଚି ଗୁଜ୍ଜର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ନେକ୍ଲେସ୍। ଏହାହାର ଡିଜାଇନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା।
ରୁଚି ଗୁଜ୍ଜର ୨୦୨୩ ମସିହାରେ ମିସ ହରିୟାଣା ହୋଇଥିଲେ। ସେ ଜଣେ ମଡେଲ ଏବଂ ଅଭିନେତ୍ରୀ। ଗ୍ଲାମର ବ୍ୟତୀତ, ରୁଚି ଗୁଜ୍ଜର ଭାରତର ମନୋରଞ୍ଜନ ଶିଳ୍ପରେ ନିଜର ଛାପ ଛାଡିଛନ୍ତି। ରୁଚି ଜୟପୁରର ମହାରାଣୀ କଲେଜରୁ ସ୍ନାତକ ହାସଲ କରିଛନ୍ତି। ଏହା ପରେ, ସେ ଅଭିନୟ ଜଗତରେ କ୍ୟାରିଅର କରିବାର ସ୍ବପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ।
ରୁଚି ଗୁଜର୍ ‘ଜବ ତୁ ମେରୀ ନା ରହୀ’ ଏବଂ ‘ହେଲି ମେଁ ଚୋର’ ଭଳି ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି। ରୁଚିଙ୍କ ପାଇଁ ଏଠାକୁ ପହଞ୍ଚିବା ଯାତ୍ରା ସହଜ ନ ଥିଲା। ରୁଚି ରାଜସ୍ଥାନର ଏକ ଗୁଜ୍ଜର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗ୍ଲାମର ଦୁନିଆରେ କ୍ୟାରିଅର ଗଢ଼ିବାକୁ ତାଙ୍କୁ ପ୍ରଥମେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ଏକ ସାକ୍ଷାତକାରରେ ରୁଚି କୁହନ୍ତି, ଯେହେତୁ ମୁଁ ଏକ ଗୁଜ୍ଜର ପରିବାରର, ମୁଁ ଯେଉଁ କ୍ଷେତ୍ରରେ କାମ କରୁଛି ସେଠାରେ ମହିଳାଙ୍କୁ ଏ ଲାଇନ୍ରେ ଆସିବାକୁ ଅନୁମତି ନାହିଁ। ବଲିଉଡରେ କାମ କରୁଥିବା ମହିଳାଙ୍କ ବିଷୟରେ ଲୋକଙ୍କ ଚିନ୍ତାଧାରା ବଦଳାଇବା କଷ୍ଟକର ଥିଲା। ମୁଁ ମୋ ସମ୍ପ୍ରଦାୟରେ ଏକ ପ୍ରେରଣା ହେବାକୁ ଚାହୁଁଛି, ଯିଏ ଲୋକଙ୍କ ଭାବନା ବିରୋଧରେ ଲଢ଼ିବ। ମୁଁ ମୋ ସମ୍ପ୍ରଦାୟର ଏକମାତ୍ର ବ୍ୟକ୍ତି ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ପହଞ୍ଚିଛି। ମୋ ଯାତ୍ରାରେ ବାପାଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଏବେ ମୋ ପୂରା ପରିବାର ମୋତେ ସମର୍ଥନ କରୁଛନ୍ତି।
View this post on Instagram