Posted inଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଶୁଣାଣି ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର ଏକ ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ହେଲେ ହାଇକୋର୍ଟରେ ମାମଲା ଲମ୍ବିତ ଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ରହିତାଦେଶ ଲଗାଇଛନ୍ତି।

ମଙ୍ଗଳବାର ବିଆର୍‌ ଗବଇ ଓ ସନ୍ଦୀପ ମେହେଟାଙ୍କର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗୁଜୁରାଟ ଟ୍ରାଏଲ କୋର୍ଟ ଏହି ମାମଲାରେ ଏଏପି ନେତାଙ୍କୁ ଯେଉଁ ସମନ ପଠାଇଛନ୍ତି ସେ ବିଷୟରେ ୪ ସପ୍ତାହ ଭିତରେ ବିଚାର କରିବାକୁ ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିଷ୍ପତ୍ତି ନ ଆସିବା ଯାଏ, ଟ୍ରାଏଲ କୋର୍ଟରେ ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ମାନହାନୀ ମାମଲା ଗୁଜରାଟ ହାଇକୋର୍ଟରେ ଲମ୍ବିତ ଥିବାବେଳେ ଗୁଜରାଟର ଏକ ଟ୍ରାଏଲ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ଏ ନେଇ ଟ୍ରାଏଲ କୋର୍ଟ ଏଏପିର ଏହି ଦୁଇ ନେତାଙ୍କୁ ସମନ କରିଥିଲେ । ଏହି କ୍ରମରେ ଆପ ନେତା ଟ୍ରାଏଲ କୋର୍ଟର ସମନକୁ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟରେର୍ଟ ଚ୍ୟାଲେଞ୍ଜ କରିଥିଲେ । ତେବେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ନ ଆସିବା ଯାଏ ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ସ୍ଥଗିତ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri