ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧
ଲକ୍ଷ ପିଏମ୍‌ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ କାରିଗର ମାନଙ୍କ ଷ୍ଟଲ ପରିଦର୍ଶନ କରିବା ବେଳେ ଜଣେ କାରିଗରଙ୍କ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣିଛନ୍ତି।

ପ୍ରଧାନମନ୍ତ୍ରୀ କାରିଗରଙ୍କ ସହିତ ପ୍ରଥମେ କଥା ହୋଇଥିଲେ ଏହାପରେ ତାଙ୍କଠାରୁ ମହାପ୍ରଭୁଙ୍କର ଏକ ପ୍ରତିମୂର୍ତ୍ତି କିଣି QR କୋଡ୍ ସ୍କାନ୍ କରି UPI ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ପ୍ରତିମା କିଣିବା ଏବଂ ଡିଜିଟାଲ ପେମେଣ୍ଟ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଅନେକ ପ୍ରଧାନମନ୍ତ୍ରୀଙ୍କର ଏଭଳି ବ୍ୟବହାରକୁ ପ୍ରଶଂସା କରୁଛନ୍ତି ଏବଂ ଏହାକୁ କାରିଗରମାନଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରିବା ପାଇଁ ତାଙ୍କର ‘ଅତିରିକ୍ତ ପ୍ରୟାସ’ ବୋଲି ବର୍ଣ୍ଣନା କରୁଛନ୍ତି।

ସୂଚନାଯୋଗ୍ୟ ବିଶ୍ୱକର୍ମା ଯୋଜନାରେ ୧୮ଟି ବର୍ଗରେ ଲାଭାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ୧୫ ହଜାର
ଟଙ୍କା ଲେଖାଏଁ ସରକାର ଦେଇଥାନ୍ତି । ଅଣପଞ୍ଜୀକୃତ କ୍ଷେତ୍ରରେ କୁଶଳୀ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପିଏମ୍‌ ବିଶ୍ୱକର୍ମା ଯୋଜନାରେ ମୂର୍ତ୍ତି କାରିଗର ବା କୁମ୍ଭକାର, କମାର, ବଢ଼େଇ, ସ୍ୱର୍ଣ୍ଣକାର ଓ ରାଜମିସ୍ତ୍ରିଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେଉଛନ୍ତି । ଏହି ଯୋଜନା ହେଉଛି ଗୁରୁଶିଷ୍ୟ ପରମ୍ପରା ଏବଂ ପାରମ୍ପରିକ କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ୨୦୨୩ ମସିହାରୁ ଆରମ୍ଭ
ହୋଇଥିବା ଏହି ଯୋଜନା ୨୦୨୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ପିଏମ୍‌ ବିଶ୍ୱକର୍ମା ଯୋଜନାରେ ଶିଳ୍ପୀ ଓ କାରିଗରମାନଙ୍କୁ ୫ ପ୍ରତିଶତ
ରିହାତି ସୁଧ ହାର ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା ଲେଖାଏଁ ବନ୍ଧକମୁକ୍ତ ଋଣ ସହାୟତା ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?