ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା ଯାଇ ନ ଥାଏ ତେବେ ସେ ଅଭିଯୋଗ କରିପାରିବେ। ୧୫୫୨୬୧ ନଚେତ ୦୧୧-୨୪୩୦୦୬୦୬ ନମ୍ବର ଡାଏଲ କରି ଅଭିଯୋଗ ଦାୟର କରିହେବ। ନଚେତ ଆପଣ ପିଏମ୍‌ କିଶାନ ପୋର୍ଟାଲରେ ଥିବା ହେଲ୍ପଡେସ୍କକୁ ଯାଇ ନିଜର ରେଜିଷ୍ଟ୍ରେଶନ ନମ୍ବର ଏବଂ କ୍ୟାପ୍‌ଚା କୋର୍ଡ ଦେଇ ଅଭିଯୋଗ କରିପାରିବ। ଏହାଛଡ଼ା ଏହି ଟଙ୍କା ପାଇବା ଲାଗି କଓ୍ବୋଇସି ବହୁତ ଜରୁରୀ। କାରଣ ଯେଉଁ କୃଷକ ନିଜର କଓ୍ବୋଇସି ଏଯାବତ କରିନାହାନ୍ତି ତାଙ୍କ ଆକାଉଣ୍ଟକୁ ମଧ୍ୟ ୧୭ତମ କିସ୍ତି ଟଙ୍କା ଆସିବ ନାହିଁ।

ଏଭଳି ଉପାୟରେ ନିଜର ବାଲାନ୍ସ ଯାଞ୍ଚ କରନ୍ତୁ:
-ପ୍ରଥମେ ପିଏମ୍‌ କିଶାନ ପୋର୍ଟାଲ(http://pmkisan.gov.in)କୁ ଯାଆନ୍ତୁ
-ଫାର୍ମର୍ସ କର୍ନର ତଳେ ଥିବା ‘ନୋ ଇଓର ଷ୍ଟାଟସ୍‌’ ଅପଶନ୍‌କୁ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମ୍ମୁଖରେ ନୂଆ ପେଜ୍‌ ଖୋଲିବ। ଯେଉଁଠି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର ମଗାଯିବ।
-ଏଣୁ ସ୍କ୍ରିନର ଉପରେ ନିଜର ରେଜିଷ୍ଟେଶନ ନମ୍ବର ଜାଣନ୍ତୁ(ନୋ ଇଓର ରେଜିଷ୍ଟ୍ରେଶନ ନମ୍ବର) ଅପ୍‌ଶନରେ କ୍ଲିକ କରନ୍ତୁ ଏବଂ ଆଧାର କାର୍ଡରୁ ଖୋଜିବା(ସର୍ଚ୍ଚ ବାଇ ଆଧାର କାର୍ଡ) ଅଥବା ମୋବାଇଲ ଫୋନ୍‌ ଦ୍ୱାରା ଖୋଜିବା(ସର୍ଚ୍ଚ ବାଇ ମୋବାଇଲ ନମ୍ବର)ରୁ ଗୋଟିଏ ଅପଶନ ବାଛନ୍ତୁ।
-ଏହାପରେ ନିଜର ଆଧାର ନମ୍ବର/ମୋବାଇଲ ଏବଂ କ୍ୟାପ୍‌ଚା ଦେଇ ଓଟିପି ବିକଳ୍ପ ବାଛନ୍ତୁ।
-ଓଟିପି ଦେବା ପରେ ରେଜିଷ୍ଟ୍ରୋଶନ ନମ୍ବର ମିଳିଯିବ। ଏହା ପୁନର୍ବାର ନୂଆ ପେଜକୁ ଯାଇ ‘ନୋ ଇଓର ଷ୍ଟାଟସ୍‌’ ବିକଳ୍ପ ବାଛନ୍ତୁ। ଏହା ପରେ ରେଜିଷ୍ଟର୍ଡ ନମ୍ବରରେ ଓଟିପି ଆସିବ। ଏହାକୁ ଦେବା ପରେ ନିଜର ବାଲାନ୍ସ ସ୍କ୍ରିନରେ ନଜର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri