Posted inଜାତୀୟ

ପିଏମ୍‌-କେୟାର୍ସର ହିସାବ କେହି ମାଗି ପାରିବେ ନାହିଁ

ନୂଆଦିଲ୍ଲୀ,୨୩ା୯: ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍‌ ଫଣ୍ଡ୍‌ ବା ପିଏମ୍‌-କେୟାର୍ସ ପାଣ୍ଠି ସରକାରୀ ଅର୍ଥ ନୁହେଁ। ଏହା ଦ୍ୱାରା ସଂଗୃହୀତ ଅର୍ଥ ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡ୍‌କୁ ଯାଏ ନାହିଁ । ଏ ନେଇ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ପିଏମ୍‌-କେୟାର୍ସ ଫଣ୍ଡ୍‌ ପରିଚାଳନାରେ ସ୍ବଚ୍ଛତା ପାଇଁ ତାହାକୁ ସମ୍ବିଧାନର ଅନୁଚ୍ଛେଦ ୧୨ ଅଧୀନକୁ ଆଣି ସରକାରୀ ପାଣ୍ଠି ଭାବେ ଘୋଷଣା କରାଯିବାକୁ ହାଇକୋର୍ଟରେ ସମ୍ୟକ ଅଗ୍ରଓ୍ବାଲ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏଭଳି ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର, ପ୍ରତିରକ୍ଷା ଏବଂ ଅର୍ଥମନ୍ତ୍ରୀଙ୍କ ଭଳି ଟ୍ରଷ୍ଟିମାନଙ୍କ ଦ୍ୱାରା ସ୍ଥାପିତ ଏହି ପାଣ୍ଠିକୁ ସରକାରୀ ଘୋଷଣା କରାଯାଇଥିବାବେଳେ ଏଥିରେ ସରକାରୀ ନିୟନ୍ତ୍ରଣ ନାହିଁ। ଏଥିସହ ପିଏମ୍‌-କେୟାର୍ସକୁ ସୂଚନା ଅଧିକାରୀ ଆଇନ ପରିସରକୁ ଅଣାଯିବା କଥା ବୋଲି ଆବେଦନକାରୀ କହିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁସଚିବ ପ୍ରଦୀପ କୁମାର ଶ୍ରୀବାସ୍ତବ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।

ଏଥିରେ ଦର୍ଶାଯାଇଛି, ପିଏମ୍‌-କେୟାର୍ସ ଫଣ୍ଡ୍‌ ଏକ ଚାରିଟେବୁଲ ସଂସ୍ଥା। ଏହି ଟ୍ରଷ୍ଟ ସ୍ବଚ୍ଛତାର ସହ କାର୍ଯ୍ୟ କରେ। ଜଣେ ଅଡିଟରଙ୍କ ଦ୍ୱାରା ପାଣ୍ଠିର ଅଡିଟ୍‌ କରାଯାଏ। ଭାରତର ନିୟନ୍ତ୍ରକ ଏବଂ ଅଭିଲେଖାଗାରଙ୍କ ଦ୍ୱାରା ଗଠିତ ପ୍ୟାନେଲର ଆକାଉଣ୍ଟାଣ୍ଟ ଅଡିଟର ଭାବେ କାମ କରିଥାନ୍ତି। ଟ୍ରଷ୍ଟକୁ ଅନ୍‌ଲାଇନ ପେମେଣ୍ଟ, ଡିମାଣ୍ଡ ଡ୍ରାଫ୍ଟ, ଚେକ୍‌ ଆଦି ମାଧ୍ୟମରେ ଅର୍ଥ ଆସିଥାଏ। ପାଣ୍ଠି ପରିଚାଳନାରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ଟ୍ରଷ୍ଟର ଅଫିସିଆଲ ଓ୍ବେବସାଇଟ୍‌ରେ ଅଡିଟ୍‌ ହୋଇଥିବା ରିପୋର୍ଟ ଅପଲୋଡ୍‌ କରାଯାଏ। ଏଥିରେ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କାର ହିସାବ ରହିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି। ମୁଖ୍ୟ ବିଚାରପତି ଡି. ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଅମିତ ବଂଶଲଙ୍କୁ ଗଠିତ ଖଣ୍ଡପୀଠ ଆସନ୍ତା ୨୭ ତାରିଖରେ ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri