Posted inଜାତୀୟ

ପିଏମ୍‌-କେୟାର୍ସର ହିସାବ କେହି ମାଗି ପାରିବେ ନାହିଁ

ନୂଆଦିଲ୍ଲୀ,୨୩ା୯: ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍‌ ଫଣ୍ଡ୍‌ ବା ପିଏମ୍‌-କେୟାର୍ସ ପାଣ୍ଠି ସରକାରୀ ଅର୍ଥ ନୁହେଁ। ଏହା ଦ୍ୱାରା ସଂଗୃହୀତ ଅର୍ଥ ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡ୍‌କୁ ଯାଏ ନାହିଁ । ଏ ନେଇ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ପିଏମ୍‌-କେୟାର୍ସ ଫଣ୍ଡ୍‌ ପରିଚାଳନାରେ ସ୍ବଚ୍ଛତା ପାଇଁ ତାହାକୁ ସମ୍ବିଧାନର ଅନୁଚ୍ଛେଦ ୧୨ ଅଧୀନକୁ ଆଣି ସରକାରୀ ପାଣ୍ଠି ଭାବେ ଘୋଷଣା କରାଯିବାକୁ ହାଇକୋର୍ଟରେ ସମ୍ୟକ ଅଗ୍ରଓ୍ବାଲ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏଭଳି ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର, ପ୍ରତିରକ୍ଷା ଏବଂ ଅର୍ଥମନ୍ତ୍ରୀଙ୍କ ଭଳି ଟ୍ରଷ୍ଟିମାନଙ୍କ ଦ୍ୱାରା ସ୍ଥାପିତ ଏହି ପାଣ୍ଠିକୁ ସରକାରୀ ଘୋଷଣା କରାଯାଇଥିବାବେଳେ ଏଥିରେ ସରକାରୀ ନିୟନ୍ତ୍ରଣ ନାହିଁ। ଏଥିସହ ପିଏମ୍‌-କେୟାର୍ସକୁ ସୂଚନା ଅଧିକାରୀ ଆଇନ ପରିସରକୁ ଅଣାଯିବା କଥା ବୋଲି ଆବେଦନକାରୀ କହିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁସଚିବ ପ୍ରଦୀପ କୁମାର ଶ୍ରୀବାସ୍ତବ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।

ଏଥିରେ ଦର୍ଶାଯାଇଛି, ପିଏମ୍‌-କେୟାର୍ସ ଫଣ୍ଡ୍‌ ଏକ ଚାରିଟେବୁଲ ସଂସ୍ଥା। ଏହି ଟ୍ରଷ୍ଟ ସ୍ବଚ୍ଛତାର ସହ କାର୍ଯ୍ୟ କରେ। ଜଣେ ଅଡିଟରଙ୍କ ଦ୍ୱାରା ପାଣ୍ଠିର ଅଡିଟ୍‌ କରାଯାଏ। ଭାରତର ନିୟନ୍ତ୍ରକ ଏବଂ ଅଭିଲେଖାଗାରଙ୍କ ଦ୍ୱାରା ଗଠିତ ପ୍ୟାନେଲର ଆକାଉଣ୍ଟାଣ୍ଟ ଅଡିଟର ଭାବେ କାମ କରିଥାନ୍ତି। ଟ୍ରଷ୍ଟକୁ ଅନ୍‌ଲାଇନ ପେମେଣ୍ଟ, ଡିମାଣ୍ଡ ଡ୍ରାଫ୍ଟ, ଚେକ୍‌ ଆଦି ମାଧ୍ୟମରେ ଅର୍ଥ ଆସିଥାଏ। ପାଣ୍ଠି ପରିଚାଳନାରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ଟ୍ରଷ୍ଟର ଅଫିସିଆଲ ଓ୍ବେବସାଇଟ୍‌ରେ ଅଡିଟ୍‌ ହୋଇଥିବା ରିପୋର୍ଟ ଅପଲୋଡ୍‌ କରାଯାଏ। ଏଥିରେ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କାର ହିସାବ ରହିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି। ମୁଖ୍ୟ ବିଚାରପତି ଡି. ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଅମିତ ବଂଶଲଙ୍କୁ ଗଠିତ ଖଣ୍ଡପୀଠ ଆସନ୍ତା ୨୭ ତାରିଖରେ ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିତାଇବେ ନୂଆବର୍ଷ: ପୁଣି ଚାଟାର୍ଜୀଙ୍କ ଜାମିନ୍‌ ଆବେଦନ ଖାରଜ

କୋଲକାତା,୨୨।୧୨: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର କୋର୍ଟ ଗୁରୁବାର ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଶିକ୍ଷକ ନିଯୁକ୍ତି...

ପୁଣି ନକଲି କଫ୍‌ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ

ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ...

କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ

ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି...

କୋର୍ଟ ପହଞ୍ଚିଲା ‘ଛପାକ’: ରିଲିଜ୍‌ ସ୍ଥଗିତ ରଖିବାକୁ ଆବେଦନ

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଗୋଟିଏ ଦିନ ପରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ରିଲିଜ୍‌ ପୂର୍ବରୁ ଏହା ଏବେ...

ଟିକା ନ ନେଲେ ମେ’ ମାସର ଦରମା ବନ୍ଦ: ନିର୍ଦ୍ଦେଶ ଜାରି କଲେ ଜିଲାପାଳ…

ଛପରା,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ...

ଆଉ ଦୁଇ ଦିନ ରିମାଣ୍ଡରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍‌ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ...

‘୧୦୦ କୋଟି ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୧।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନଁ।ରେ ଠକେଇ ଉଦ୍ୟମ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୪ଅଭିଯୁକ୍ତଙ୍କୁ...

କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ

କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା...

Advertisement
Archives

Model This Week