ଜୀବନ ବଞ୍ଚାଇବ ପିଏଲ୍‌ଏକ୍ସ-ଆର୍‌୧୮

ଜେରୁଜେଲମ/ମସ୍କୋ/ଓ୍ବାଶିଂଟନ୍‌, ୧୨।୧୦: ୬୦ ବର୍ଷ ପୂର୍ବେ ଆଣବିକ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଯାଇଥିଲା ବିଶ୍ୱ। ପାରମ୍ପରିକ ଶତ୍ରୁ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ଏବଂ ଆମେରିକା ମଧ୍ୟରେ ବିବାଦ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ୧୯୬୨ରେ କାରିବିଆନ ସାଗରରେ ଥିବା ଦ୍ୱୀପଦେଶ କ୍ୟୁବାରେ ରୁଷିଆ ମୁତୟନ କରିଦେଇଥିଲା ନ୍ୟୁକ୍ଲିୟର ଅସ୍ତ୍ର। ଆମେରିକାର ଫ୍ଲୋରିଡା ତଟଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ମସ୍କୋ ଆଣବିକ ଅସ୍ତ୍ର ମୁତୟନ କରି ଆମେରିକାକୁ ଟାର୍ଗେଟରେ ରଖିଥିଲା, ଯାହା କି ‘କ୍ୟୁବା ମିଶାଇଲ କ୍ରାଇସିସ୍‌’ ନାମରେ ଜଣା। ନ୍ୟୁକ୍ଲିୟର ଅସ୍ତ୍ରରେ ଆକ୍ରମଣର ପରିଣାମ ଭଲ ଭାବେ ଜାଣିଥିଲା ଆମେରିକା। ଫଳରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‌. ଏଫ୍‌. କେନେଡି ଆଲୋଚନା ପାଇଁ ରୁଷିଆକୁ ପ୍ରସ୍ତାବ ଦେଇଥିଲେ। ଏବେ ପୁଣି ଅନୁରୂପ ସ୍ଥିତି ଉପୁଜିବା ଆଶଙ୍କା ଜଳଜଳ। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପୁଣି ଆମେରିକା ଓ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ରୁଷିଆର ତିକ୍ତତା ଚରମରେ ପହଞ୍ଚିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବାରମ୍ବାର ନ୍ୟୁକ୍ଲିୟର ଆକ୍ରମଣର ଧମକ ଦେବା ସହ କେହି ଏହା ଉପରେ ସନ୍ଦେହ କରିବା କଥା ନୁହେଁ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଯଦି ମସ୍କୋ ସତକୁ ସତ ଆଣବିକ ଆକ୍ରମଣ ଆରମ୍ଭ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହା ଭିତରେ ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଏଥିଜନିତ ବିକିରଣରୁ ରକ୍ଷା ପାଇବା ପାଇଁ ଆଗୁଆ ପ୍ରସ୍ତୁତି କରୁଛନ୍ତି। ନ୍ୟୁକ୍ଲିୟର ଯୁଦ୍ଧ ହେଲେ ରେଡିଏଶନରୁ ବର୍ତ୍ତିବା ଏବଂ ଆକ୍ୟୁଟ ରେଡିଏଶନ ସିଣ୍ଡ୍ରୋମ୍‌(ଏଆର୍‌ଏସ୍‌)ର ଚିକିତ୍ସା ପାଇଁ କ’ଣ କରାଯାଇପାରିବ ତାହା ଏବେ ସର୍ବାଧିକ ଚର୍ଚ୍ଚାରେ।
ବାହାରୁ ଆସୁଥିବା ମିଶାଇଲ ଓ ରକେଟ୍‌ଗୁଡ଼ିକୁ ଆକାଶରେ ନିଷ୍କ୍ରିୟ କରି ସେଗୁଡ଼ିକୁ ଖସାଇଦେବା ପାଇଁ ଇସ୍ରାଏଲର ରାଫେଲ୍‌ ଆଡ୍‌ଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍‌ ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରି ଅଦ୍ଭୁତ କ୍ଷମତାସମ୍ପନ୍ନ ଆଇରନ୍‌ ଡୋମ୍‌ ନିର୍ମାଣ କରିଛି। ସେହିପରି ଇସ୍ରାଏଲର ଏକ ହାଫିଆ କମ୍ପାନୀ ପ୍ଲୁରି ଇଙ୍କ୍‌ ଦୀର୍ଘ ବର୍ଷ ଧରି ଏଆର୍‌ଏସ୍‌ ଉପରେ ଗବେଷଣା କରି ଏଥିରୁ ରକ୍ଷାପାଇବା ପାଇଁ ଉପାୟ ବାହାର କରିଛି। କେବଳ ଆଣବିକ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣ ନୁହେଁ ୧୯୮୬ରେ ୟୁକ୍ରେନ୍‌ର ଚେର୍ନୋବିଲ୍‌ ଦୁର୍ଘଟଣା ଭଳି କୌଣସି ସଙ୍କଟ ସମୟରେ ମଧ୍ୟ ଲୋକେ ବିକିରଣଜନିତ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ଇସ୍ରାଏଲର ଉକ୍ତ ପ୍ରମୁଖ ରିଜେନେରେଟିଭ୍‌ ମେଡିସିନ୍‌ କମ୍ପାନୀ ପ୍ଲାସେଣ୍ଟା-ବେସ୍‌ଡ୍‌ ସେଲ୍‌ ଥେରାପି ପାଇଁ ପିଏଲ୍‌ଏକ୍ସ-ଆର୍‌୧୮ ପ୍ରସ୍ତୁତ କରିଛି। ଆଣବିକ ବିକିରଣର ସମ୍ମୁଖୀନ ହେବା ଆଶଙ୍କା ଥିଲେ ଲୋକେ ଏହାକୁ ଇଞ୍ଜେକଶନ ମାଧ୍ୟମରେ ନେଇପାରିବେ। ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଏହାର କ୍ଲିନିକାଲ ପରୀକ୍ଷଣ କରାଇଥିବା ନେଇ ନିକଟରେ ପ୍ଲୁରି ଇଙ୍କ୍‌ ଘୋଷଣା କରିଥିଲା। ପ୍ରାଣୀମାନଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇଛି।
ଅନୁସାରେ ପିଏଲ୍‌ଏକ୍ସ-ଆର୍‌୧୮କୁ ବିକିରଣର ସାମ୍‌ନା କରିବାର ୨୪ ଘଣ୍ଟା ପୂର୍ବରୁ ଏବଂ ଏହାର ୭୨ ଘଣ୍ଟା ପରେ ଲୋକଙ୍କୁ ଦିଆଯିବ। ଏହାଦ୍ୱାରା ସେମାନଙ୍କ ବଞ୍ଚିବା ସମ୍ଭାବନା ବଢ଼ିଯିବ। ପିଏଲ୍‌ଏକ୍ସ-ଆର୍‌୧୮ ମଣିଷ ଶରୀରର ବ୍ଲଡ୍‌ ଲିନେଜ୍‌, ଶ୍ୱେତ ରକ୍ତ କଣିକା, ଲିମ୍ଫୋସାଇଟ୍‌ସ ଆଦିର ମାତ୍ରାକୁ ସନ୍ତୁଳିତ ରଖିପାରିବ। ଏହା ଅସ୍ଥିମଜ୍ଜା କୋଷିକା ସଂଖ୍ୟା ବଢ଼ାଇବା ସହ ବ୍ଲଡ୍‌ ଲିନେଜ୍‌ର ପୁନଃସୃଷ୍ଟି କ୍ଷମତା ବୃଦ୍ଧି କରିପାରିବ। ଲୋକଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହେବାକୁ ଏହା ରୋକିପାରିବ। ଆଣବିକ ଯୁ୍‌ଦ୍ଧ ସମୟରେ ବିଶେଷକରି ସେନା ଏବଂ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବରଦାନ ପାଲଟିବ ବୋଲି ପ୍ଲୁରି ଇଙ୍କ୍‌ର ମୁଖ୍ୟ ୟାକି ୟାନାୟ କହିଛନ୍ତି। ପିଏଲ୍‌ଏକ୍ସ-ଆର୍‌୧୮ ଆକ୍ୟୁଟ୍‌ ରେଡିଏଶନ ସିଣ୍ଡ୍ରୋମ୍‌ର ଚିକିତ୍ସା ପାଇଁ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେନ (ଏଫ୍‌ଡିଏ)ଠାରୁ ମଞ୍ଜୁରୀ ପାଇସାରିଛି।

ଏଆର୍‌ଏସ୍‌ କ’ଣ

ଆମ ଶରୀର ଅନେକ ସମୟରେ ବିକିରଣ ବା ରେଡିଏଶନ ସଂସ୍ପର୍ଶରେ ଆସିଥାଏ। ମାତ୍ରାଧିକ ବିକିରଣ ଯୋଗୁ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜେ। ବିଶେଷକରି କୌଣସି ନ୍ୟୁକ୍ଲିୟର ପ୍ଲାଣ୍ଟରେ ଦୁର୍ଘଟଣା କିମ୍ବା ଆଣବିକ ଯୁଦ୍ଧ ବେଳେ ବିକିରଣ ଜୀବଜଗତ ପାଇଁ ଘାତକ ହୋଇଥାଏ। କାରଣ ସେତେବେଳେ ରେଡିଏଶନର ମାତ୍ରା ଅତ୍ୟଧିକ ଥାଏ। ଏଥିଯୋଗୁ ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେବା ସହ ମୃତ୍ୟୁ ମଧ୍ୟ ଘଟିଥାଏ। ବିକିରଣଜନିତ ଅସୁସ୍ଥତାକୁ ଆକ୍ୟୁଟ ରେଡିଏଶନ ସିଣ୍ଡ୍ରୋମ୍‌ (ଏଆର୍‌ଏସ୍‌) କୁହାଯାଏ। ଏହା ମୁଖ୍ୟତଃ ୩ ପ୍ରକାରର ହେମାଟୋପୋଏଟିକ୍‌, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏବଂ ନ୍ୟୁରୋ ଭାସ୍କୁଲାର। ଏଆର୍‌ଏସ୍‌ରେ ପୀଡ଼ିତଙ୍କ ଅସ୍ଥିମଜ୍ଜା ଲୋହିତ ରକ୍ତକଣିକା(ଆର୍‌ବିସି), ଶ୍ୱେତ ରକ୍ତ କଣିକା(ଡବ୍ଲ୍ୟୁବିସି), ପ୍ଲେଟ୍‌ଲେଟ୍‌୍‌ ଆଦି ପ୍ରସ୍ତୁତ କରିବା କ୍ଷମତା ହରାଇଥାଏ। ଫଳରେ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଯାଇଥାଏ। ଏଥିଯୋଗୁ ଡିଏନ୍‌ଏ ନଷ୍ଟ ହେବା ଫଳରେ ତାହା ବଂଶାନୁକ୍ରମିକ ରୋଗକୁ ଡାକିଆଣିଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ପରପିଢ଼ି ମଧ୍ୟ ଏଥିରୁ ମୁକୁଳିପାରି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri