ସରକାରୀ ଜାଗାକୁ ପ୍ଲଟିଂ କରି ବିକ୍ରି

ପଟ୍ଟାମୁଣ୍ଡାଇ, ୬।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ଏବେ ଜବରଦଖଲକାରୀଙ୍କର ଭୂସ୍ବର୍ଗ ପାଲଟିଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଜାଗାଗୁଡ଼ିକ ପ୍ରଭାବଶାଳୀ ବ୍ୟକ୍ତିମାନେ ଅକ୍ତିଆର କରି ତାକୁ ପ୍ଲଟିଂ କରି ନିରୀହ ଲୋକଙ୍କୁ ବିକ୍ରି କରୁଛନ୍ତି। ଫଳରେ ନିରୀହ ଲୋକେ ସେମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବାବେଳେ ପ୍ରଶାସନର ନୀରବତାକୁ ନେଇ ଗଁା ଗଁା, ସାହି ସାହି ଏବଂ ବ୍ୟକ୍ତିଗତ ଭାବେ ଗଣ୍ଡଗୋଳ ଘଟି ହଣା କଟା ହୋଇ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଜବରଦଖଲ ଘଟଣା ପୋଲିସ ପାଇଁ ଅଯଥା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ତହସିଲ ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଯୋଗୁ ଜବରଦଖଲକାରୀମାନେ ଜୋର ଯା’ର ମୁଲକ ତା’ର ନ୍ୟାୟରେ ସେମାନଙ୍କ କାର୍ଯ୍ୟ ଚାଲୁ ରଖିଛନ୍ତି। ପ୍ରତି ଗ୍ରାମରେ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତହସିଲ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ସ୍ଥାଣୁତା ସୃଷ୍ଟି ହେଉଥିବା ବେଳେ ସରକାରୀ ଜାଗାକୁ କିସମ ପରିବର୍ତ୍ତନ କରି ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ପଟ୍ଟାମୁଣ୍ଡାଇ ତହସିଲର ବାଛରା ପଞ୍ଚାୟତ ବାଛରା ଗଁାର ଖାତା ନଂ. ୩୭୨, ପ୍ଲଟ ନଂ. ୨୬୭ର ୬ ଡିସିମିଲ ଗୋଚର ଜମିକୁ ଜଣେ ବ୍ୟକ୍ତି ବେଆଇନ ଦଖଲ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ସେହିପରି କାକୁଡ଼ିପଲ୍ଲୀ ମୌଜା କେନାଲ ପାଖ ଜଳସମ୍ପଦ ବିଭାଗ ସାବକ ଖାତା ନଂ.୧୫, ପ୍ଲଟ ନଂ. ୩୫ ସମୁଦାୟ ୯୪ ଡିସିମିଲ ଓ ସାବକ ଖାତା ନଂ. ୩, ପ୍ଲଟ ନଂ.୨୩୫ ଏରିଆ ୯୯ ଡିସିମିଲ ଜାଗାରୁ ପ୍ରାୟ ୬୬ ଡିସିମିଲ ଜାଗାକୁ ଜଣେ ବ୍ୟକ୍ତିଙ୍କ ନାମରେ କରି ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇଛନ୍ତି। ଏ ନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଚିଠି ନଂ. ୪୨୦, ୨୦ା୭ା୨୦୨୨ରେ ସାବିକ ଟ୍ରେଡ ଓ ଟ୍ରେସ୍‌ ମ୍ୟାପ ସଲଙ୍ଗ ତହସିଲଦାରଙ୍କୁ ଚିଠି କରିଥିଲେ। ମାତ୍ର ତହସିଲଦାର କୌଣସି ପଦକ୍ଷେପ ନ ନେବାରୁ ଜଳସମ୍ପଦ ବିଭାଗ ଉପରିସ୍ଥ ଅଧିକାରୀ କେନ୍ଦ୍ରାପଡ଼ାଙ୍କୁ ଅବଗତ କରାଇବା ସହ ଚିଠି ନଂ. ୫୨୩, ୮ା୯ା୨୦୨୨ରେ ତହସିଲଦାରଙ୍କୁ ଡିମାରକେଶନ ପାଇଁ ଚିଠି କରିଥିଲେ। ମାତ୍ର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିଲା ନାହିଁ। ସେହିପରି ଗୋବାରୀ ନଦୀ ଜାଗା କିସମ ପରିବର୍ତ୍ତନ ହୋଇ ସମ୍ପୃକ୍ତ ଜାଗାକୁ ପ୍ଲଟିଂ କରି ନିରୀହ ଲୋକମାନଙ୍କୁ ବିକ୍ରି କରି ଶୋଷଣ କରାଯାଉଛିି। ଅଭିଯୋଗ ପରେ ତହସିଲଦାର ଧାରା ୬ (୧) ନିୟମ ୯(କ) ଅନୁସାରେ ‘ଖ’ ଫର୍ମ ନୋଟିସ ପଠାଇଥିଲେ। ଏହି ନୋଟିସ ଅନୁସାରେ ଜବରଦଖଲକାରୀଙ୍କୁ ଉକ୍ତ ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା। ନିୟମ ଅନୁସାରେ ଜବରଦଖଲକାରୀ ନିଜେ ସମ୍ପୃକ୍ତ ଜାଗାକୁ ଖାଲି ନ କଲେ ଆଇନ ଅନୁଯାୟୀ ଘରଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶସ୍ୟ ଏବଂ ଅନ୍ୟ ଫସଲ ବାଜ୍ୟାପ୍ତି କରାଯିବ ବୋଲି ତାଗିଦ କରାଯାଇଥିଲା। ମାତ୍ର ତାହା ଧାର୍ଯ୍ୟ ସମୟ ଅତିକ୍ରାନ୍ତ କରିଥିଲେ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀ ଉକ୍ତ ଜାଗାକୁ ଦଖଲ ମୁକ୍ତ କରିବା ପରିବର୍ତ୍ତେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ତଦନ୍ତସାପେକ୍ଷ ବୋଲି ଆଇନଜୀବୀ କ୍ଷୀରୋଦ ପ୍ରଧାନ, ପ୍ରମୋଦ ସାହୁ, ସାମାଜିକ କର୍ମୀ ଦେବାଶିଷ ପଣ୍ଡା, ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ ପ୍ରମୁଖ ଦାବି କରିଛନ୍ତି। ତାହାସିଲଦାରଙ୍କର ଅବହେଳା ଏବଂ ଖାମଖିଆଲି ମନୋଭାବ ଯୋଗୁ ସରକାରୀ ନିୟମ ଅନୁସାରେ ସମସ୍ତ ନୋଟିସ୍‌ କରାଯିବା ପରେ ଯଦି ସମ୍ପୃକ୍ତ ଜାଗାରୁ ଉଚ୍ଛେଦ କରା ନ ଯାଏ ତାହା ହେଲେ ଜବରଦଖଲକାରୀମାନେ ଡରିବେ କାହିଁକି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ରହିଛି, ସମୟକ୍ରମେ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?