Posted inଖେଳ

ଆର୍ଜେଣ୍ଟିନା ବିପକ୍ଷରେ ଭଲ ଖେଳିଲେ ଆତ୍ମବିଶ୍ୱାସ ବୃଦ୍ଧି ହେବ: ରାଣୀ ରାମପାଲ

ନୂଆଦିଲ୍ଲୀ,୨।୧(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କଲେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି। ଅଲିମ୍ପିକ୍ସ ଖେଳିବା ପାଇଁ ଟୋକିଓ ଯିବା ପୂର୍ବରୁ ଦଳର ଆତ୍ମବିଶ୍ୱାସରେ ବୃଦ୍ଧି ହେବା ନିହାତି ଜରୁରୀ ବୋଲି ସେ କହିଛନ୍ତି।
ଆସନ୍ତା ସପ୍ତାହରେ ଭାରତୀୟ ମହିଳା ଦଳ ଅଲିମ୍ପକ୍ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆର୍ଜେଣ୍ଟିନା ଗସ୍ତ କରିବ। କୋଭିଡ୍‌-୧୯ ମହାମାରୀ କାରଣରୁ ପାଖାପାଖି ଗୋଟଏ ବର୍ଷ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କହି ଖେଳିବାକୁ ଯାଉଛି। ନିଜ ଦକ୍ଷତା ଓ ପ୍ରତିଭା ଅନୁରୂପ ଖେଳିପାରିଲେ ଅଲିମ୍ପିକ୍ସ ପାଇଁ ଆମେ ଆତ୍ମବିଶ୍ୱାସ ହାସଲ କରିପାରିବୁ। ଅଲିମ୍ପିକ୍ସରେ ଅତିକମ୍‌ରେ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛୁ। ଟୋକିଓରେ ପଦକ ଜିତି ଇତିହାସ ସୃଷ୍ଟି କରିବା ସହ ଦେଶକୁ ଗୌରବାନ୍ବିତ କରିବୁ ବୋଲି ରାଣୀ କହିଛନ୍ତି।
ଆୟୋଜକ ଆର୍ଜେଣ୍ଟିନା ବିପକ୍ଷରେ ଭାରତ ୮ଟି ମ୍ୟାଚ ଖେଳିବ। ଏହି ସିରିଜ ଜାନୁୟାରୀ ୧୭ରୁ ଆରମ୍ଭ ହୋଇ ୩୧ରେ ଶେଷ ହେବ। ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆମେ ବେଶ୍‌ ଉତ୍ସାହିତ ରହିଛୁ। ୨୦୨୦ ଆମ ପାଇଁ କଷ୍ଟକର ଥିଲା। ତେବେ ଆମେ ଜାତୀୟ କୋଚିଂ କ୍ୟାମ୍ପରେ ଅଭ୍ୟାସ ତଥା ଟ୍ରେନିଂ ଜାରି ରଖିଥିଲୁ ବୋଲି ରାଣୀ କହିଛନ୍ତି। ଦୀର୍ଘଦିନର ବିଶ୍ରାମ ପରେ ସାଥୀ ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ରାଣୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଖେଳାଳିମାନେ ମଧ୍ୟ ଏହି ଗସ୍ତ ନେଇ ଉତ୍ସାହିତ ରହିଛନ୍ତି। ସେମାନଙ୍କ ଆତ୍ମବିଶ୍ୱାସ ଉଚ୍ଚକୋଟୀର ରହିଛି। ତେବେ ମ୍ୟାଚରେ ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସବୁକିଛି ନିର୍ଭର କରେ ବୋଲି ସେ କହିଛନ୍ତି।
ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ଖେଳିବା ଅବସରରେ ଗତ ଫେବୃୟାରୀ ୨୨ରେ ତା’ର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା। ତେଣୁ ଅଲିମ୍ପିକ୍ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପୁରୁଷ ଦଳ ପାଇଁ ବିଭିନ୍ନ ଗସ୍ତ ଆୟୋଜନ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ହକି ଇଣ୍ଡିଆ ବିଭିନ୍ନ ଦେଶର ହକି ଫେଡେରେଶନ ସହ ଆଲୋଚନା କରୁଛି। ଅଲିମ୍ପିକ୍ସ ପୂର୍ବରୁ ମ୍ୟାଚ ପ୍ରାକ୍ଟିସ କରିବା ନିହାତି ଜରୁରୀ। ତେଣୁ ବିଭିନ୍ନ ବିଶ୍ୱସ୍ତରୀୟ ଦେଶଗୁଡକ ବିପକ୍ଷରେ ମ୍ୟାଚ ଖେଳିବ ଆବଶ୍ୟକ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ଅନ୍ତର୍ଜାତୀୟ ହକିକୁ ଫେରିବା ପାଇଁ ଆମେ ବେଶ୍‌ ଉତ୍ସାହିତ ରହିଛୁ। କେତୋଟି ଭଲ ଦଳ ବିପକ୍ଷରେ ଖେଳିବା ଦ୍ୱାରା ଆମେ ଭଲ ଅଭ୍ୟାସ କରିପାରିବୁ। ଏହା ଆମପାଇଁ ବହୁତ ଗୁରୁତ୍ୱ ବହନ କରିବ। ଗତ କେତେମାସ ହେବ ଆମେ କଠିନ ଅଭ୍ୟାସ କରିଛୁ ଓ ପ୍ରଦର୍ଶନର ମାନରେ ଉନ୍ନତି ଆଣିଛୁ। ଆସନ୍ତା ଜୁଲାଇରେ ଆମେ ଅଲିମ୍ପିକ୍ସ ଖେଳିବୁ ଓ ଦେଶ ପାଇଁ ନିଶ୍ଚିତ ଭାବେ ଗୌରବ ଆଣି ଦେବୁ। ପଦକ ହାସଲ କରିବାକୁ ଆମେ ଅଲିମ୍ପିକ୍ସ ଖେଳିବୁ ବୋଲି ସେ କହିଛନ୍ତି।
ସେହିପରି ଭାରତୀୟ ପୁରୁଷ ଓ ମହିଳା ଜୁନିୟର ଦଳ ମଧ୍ୟ ୨୦୧୯ ଓ ୨୦୨୦ରେ କୌଣସି ଟୁର୍ନାମେଣ୍ଟ ଖେଳିପାରି ନାହାନ୍ତି। ତେଣୁ ଭାରତରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ଜୁନିୟର ବଶ୍ୱକପ୍‌ ୨୦୨୧ ଓ ବାଂଲାଦେଶରେ ଆୟୋଜନ ହେବାକୁ ଥିବା ଏଏଚ୍‌ଏଫ୍‌ ପୁରୁଷ ଜୁନିୟର ଏସିଆ କପ୍‌ ୨୦୨୧ ଉପରେ ଆମର ନଜର ରହିଛି ବୋଲି ଜୁନିୟର ଟିମ୍‌ ଡିଫେଣ୍ଡର ସଞ୍ଜୟ କହିଛନ୍ତି। ସେହିପରି ଏଏଚ୍‌ଏଫ୍‌ ମହିଳ ଜୁନିୟର ଏସିଆ କପ ଉପରେ ଆମର ନଜର ରହିଛି ବୋଲି ମହିଳା ଜୁନିୟର ଡିଫେଣ୍ଡର ଇସିକା ଚୌଧୁରୀ କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ଖେଳିଲେ ଆମେ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri