Posted inଖେଳ

ଆର୍ଜେଣ୍ଟିନା ବିପକ୍ଷରେ ଭଲ ଖେଳିଲେ ଆତ୍ମବିଶ୍ୱାସ ବୃଦ୍ଧି ହେବ: ରାଣୀ ରାମପାଲ

ନୂଆଦିଲ୍ଲୀ,୨।୧(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କଲେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି। ଅଲିମ୍ପିକ୍ସ ଖେଳିବା ପାଇଁ ଟୋକିଓ ଯିବା ପୂର୍ବରୁ ଦଳର ଆତ୍ମବିଶ୍ୱାସରେ ବୃଦ୍ଧି ହେବା ନିହାତି ଜରୁରୀ ବୋଲି ସେ କହିଛନ୍ତି।
ଆସନ୍ତା ସପ୍ତାହରେ ଭାରତୀୟ ମହିଳା ଦଳ ଅଲିମ୍ପକ୍ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆର୍ଜେଣ୍ଟିନା ଗସ୍ତ କରିବ। କୋଭିଡ୍‌-୧୯ ମହାମାରୀ କାରଣରୁ ପାଖାପାଖି ଗୋଟଏ ବର୍ଷ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କହି ଖେଳିବାକୁ ଯାଉଛି। ନିଜ ଦକ୍ଷତା ଓ ପ୍ରତିଭା ଅନୁରୂପ ଖେଳିପାରିଲେ ଅଲିମ୍ପିକ୍ସ ପାଇଁ ଆମେ ଆତ୍ମବିଶ୍ୱାସ ହାସଲ କରିପାରିବୁ। ଅଲିମ୍ପିକ୍ସରେ ଅତିକମ୍‌ରେ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛୁ। ଟୋକିଓରେ ପଦକ ଜିତି ଇତିହାସ ସୃଷ୍ଟି କରିବା ସହ ଦେଶକୁ ଗୌରବାନ୍ବିତ କରିବୁ ବୋଲି ରାଣୀ କହିଛନ୍ତି।
ଆୟୋଜକ ଆର୍ଜେଣ୍ଟିନା ବିପକ୍ଷରେ ଭାରତ ୮ଟି ମ୍ୟାଚ ଖେଳିବ। ଏହି ସିରିଜ ଜାନୁୟାରୀ ୧୭ରୁ ଆରମ୍ଭ ହୋଇ ୩୧ରେ ଶେଷ ହେବ। ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆମେ ବେଶ୍‌ ଉତ୍ସାହିତ ରହିଛୁ। ୨୦୨୦ ଆମ ପାଇଁ କଷ୍ଟକର ଥିଲା। ତେବେ ଆମେ ଜାତୀୟ କୋଚିଂ କ୍ୟାମ୍ପରେ ଅଭ୍ୟାସ ତଥା ଟ୍ରେନିଂ ଜାରି ରଖିଥିଲୁ ବୋଲି ରାଣୀ କହିଛନ୍ତି। ଦୀର୍ଘଦିନର ବିଶ୍ରାମ ପରେ ସାଥୀ ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ରାଣୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଖେଳାଳିମାନେ ମଧ୍ୟ ଏହି ଗସ୍ତ ନେଇ ଉତ୍ସାହିତ ରହିଛନ୍ତି। ସେମାନଙ୍କ ଆତ୍ମବିଶ୍ୱାସ ଉଚ୍ଚକୋଟୀର ରହିଛି। ତେବେ ମ୍ୟାଚରେ ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସବୁକିଛି ନିର୍ଭର କରେ ବୋଲି ସେ କହିଛନ୍ତି।
ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ଖେଳିବା ଅବସରରେ ଗତ ଫେବୃୟାରୀ ୨୨ରେ ତା’ର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା। ତେଣୁ ଅଲିମ୍ପିକ୍ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପୁରୁଷ ଦଳ ପାଇଁ ବିଭିନ୍ନ ଗସ୍ତ ଆୟୋଜନ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ହକି ଇଣ୍ଡିଆ ବିଭିନ୍ନ ଦେଶର ହକି ଫେଡେରେଶନ ସହ ଆଲୋଚନା କରୁଛି। ଅଲିମ୍ପିକ୍ସ ପୂର୍ବରୁ ମ୍ୟାଚ ପ୍ରାକ୍ଟିସ କରିବା ନିହାତି ଜରୁରୀ। ତେଣୁ ବିଭିନ୍ନ ବିଶ୍ୱସ୍ତରୀୟ ଦେଶଗୁଡକ ବିପକ୍ଷରେ ମ୍ୟାଚ ଖେଳିବ ଆବଶ୍ୟକ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ଅନ୍ତର୍ଜାତୀୟ ହକିକୁ ଫେରିବା ପାଇଁ ଆମେ ବେଶ୍‌ ଉତ୍ସାହିତ ରହିଛୁ। କେତୋଟି ଭଲ ଦଳ ବିପକ୍ଷରେ ଖେଳିବା ଦ୍ୱାରା ଆମେ ଭଲ ଅଭ୍ୟାସ କରିପାରିବୁ। ଏହା ଆମପାଇଁ ବହୁତ ଗୁରୁତ୍ୱ ବହନ କରିବ। ଗତ କେତେମାସ ହେବ ଆମେ କଠିନ ଅଭ୍ୟାସ କରିଛୁ ଓ ପ୍ରଦର୍ଶନର ମାନରେ ଉନ୍ନତି ଆଣିଛୁ। ଆସନ୍ତା ଜୁଲାଇରେ ଆମେ ଅଲିମ୍ପିକ୍ସ ଖେଳିବୁ ଓ ଦେଶ ପାଇଁ ନିଶ୍ଚିତ ଭାବେ ଗୌରବ ଆଣି ଦେବୁ। ପଦକ ହାସଲ କରିବାକୁ ଆମେ ଅଲିମ୍ପିକ୍ସ ଖେଳିବୁ ବୋଲି ସେ କହିଛନ୍ତି।
ସେହିପରି ଭାରତୀୟ ପୁରୁଷ ଓ ମହିଳା ଜୁନିୟର ଦଳ ମଧ୍ୟ ୨୦୧୯ ଓ ୨୦୨୦ରେ କୌଣସି ଟୁର୍ନାମେଣ୍ଟ ଖେଳିପାରି ନାହାନ୍ତି। ତେଣୁ ଭାରତରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ଜୁନିୟର ବଶ୍ୱକପ୍‌ ୨୦୨୧ ଓ ବାଂଲାଦେଶରେ ଆୟୋଜନ ହେବାକୁ ଥିବା ଏଏଚ୍‌ଏଫ୍‌ ପୁରୁଷ ଜୁନିୟର ଏସିଆ କପ୍‌ ୨୦୨୧ ଉପରେ ଆମର ନଜର ରହିଛି ବୋଲି ଜୁନିୟର ଟିମ୍‌ ଡିଫେଣ୍ଡର ସଞ୍ଜୟ କହିଛନ୍ତି। ସେହିପରି ଏଏଚ୍‌ଏଫ୍‌ ମହିଳ ଜୁନିୟର ଏସିଆ କପ ଉପରେ ଆମର ନଜର ରହିଛି ବୋଲି ମହିଳା ଜୁନିୟର ଡିଫେଣ୍ଡର ଇସିକା ଚୌଧୁରୀ କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ଖେଳିଲେ ଆମେ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri