ଆଇପିଏଲ୍‌ରେ ପ୍ରତି ୫ ଦିନରେ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ,୪।୮(ପି.ଟି.): କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ବତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟ ଅନୁସାରେ ୟୁଏଇରେ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନଙ୍କ୍‌ୁ କୋଭିଡ୍‌-୧୯ ଟେଷ୍ଟରେ ଅତିକମ୍‌ରେ ୫ଥର ନେଗେଟିଭ୍‌ ହେବାକୁ ପଡିବ। ଏହାପରେ ଆଇପିଏଲ୍‌ ଖେଳିବା ଅବସରରେ ଖେଳାଳିମାନଙ୍କୁ ପ୍ରତ୍ୟେକ ୫ ଦିନରେ ଏହି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପ୍ରତ୍ୟେକ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ସେମାନଙ୍କ ଦଳ ସହ ୧୪ ଦିନିକିଆ କ୍ୱାରାଣ୍ଟାଇନ୍‌ରେ ଯିବାର ଗୋଟିଏ ସପ୍ତାହ ପୂର୍ବରୁ ୨୪ ଘଣ୍ଟା ଅନ୍ତରରେ ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ। ଯଦି କୌଣସି ଖେଳାଳି ପଜିଟିଭ୍‌ ବୋଲି ଜଣାପଡନ୍ତି ତା’ହେଲେ ସେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌କୁ ଯିବେ। କ୍ୱାରାଣ୍ଟାଇନ୍‌ ପରେ ତାଙ୍କର ୨୪ ଘଣ୍ଟା ଅନ୍ତରରେ ଆହୁରି ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟ ହେବ। ଏହାପରେ ଯଦି ସେ ନେଗେଟିଭ୍‌ ବୋଲି ଜଣାପଡ଼ନ୍ତି ତା’ହେଲେ ସେ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଯାତ୍ରା କରିବେ।


ପୁଣି ୟୁଏଇରେ ପହଞ୍ଚତ୍ବା ପରେ ସପ୍ତାହେ ବ୍ୟାପୀ କ୍ୱାରାଣ୍ଟାଇନ୍‌ ଅବଧିରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୩ଟି ଟେଷ୍ଟରେ ନେଗେଟିଭ୍‌ ହେବାକୁ ପଡିବ। ଖେଳାଳିମାନେ ନେଗେଟିଭ୍‌ ବୋଲି ଜଣାପଡିବା ପରେ ସେମାନେ ବାୟୋ-ବବଲରେ ପ୍ରବେଶ କରିବେ ଓ ଏହାପରେ ଟ୍ରେନିଂ ଆରମ୍ଭ କରିବେ। ଦଳଗୁଡିକ ତରଫରୁ ପରାମର୍ଶ ମିଳିବା ପରେ ନିୟମରେ କିଛି ପରିବର୍ତ୍ତନ କରାଯିବ। କିନ୍ତୁ ଖେଳାଳି ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ୟୁଏଇରେ ପ୍ରଥମ ସପ୍ତାହରେ ଖେଳାଳି ଓ ଅଫିସିଆଲମାନେ କେହି କାହାରି ସହିତ ମିଶିପାରିବେ ନାହିଁ। ୩ ଥର ନେଗେଟିଭ ହେବା ପରେ ଯାଇ ଏମାନଙ୍କୁ ମିଶିବାକୁ ଅନୁମତି ଦିଆଯିବ।
ସେହିପରି ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ମଧ୍ୟ ୟୁଏଇ ପ୍ରସ୍ଥାନ କରିବା ପୂର୍ବରୁ ଦୁଇଥର କୋଭିଡ୍‌-୧୯ ଆରଟି- ପିସିଆର ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ନେଗେଟିଭ୍‌ ହେଲେ ସେମାନେ ୟୁଏଇ ଯାତ୍ରା କରିବେ। କିନ୍ତୁ ଯଦି ନେଗେଟିଭ୍‌ ନ ହୁଅନ୍ତି ତା’ହେଲେ ଏମାନେ ୧୪- ଦିନର କ୍ୱାରାଣ୍ଟାଇନ୍‌ ଅବଧିରେ ରହିବେ। ଏହାପରେ ୨ଥର ଟେଷ୍ଟରେ ନେଗେଟିଭ୍‌ ହେଲେ ଏମାନେ ୟୁଏଇ ଯାତ୍ରା କରିପାରିବେ ବୋଲି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି। ୟୁଏଇରେ କ୍ୱାରାଣ୍ଟାଇନ୍‌ ଅବଧିରେ ଖେଳାଳିମାନେ ପ୍ରଥମ, ତୃତୀୟ ଓ ଷଷ୍ଠ ଦିନ ପରୀକ୍ଷାର ସମ୍ମୁଖୀନ ହେବେ। ଏହି ପରୀକ୍ଷାରେ ନେଗେଟିଭ୍‌ ସାବ୍ୟସ୍ତ ହେଲେ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ୫୩ ଦିନ ଆଇପିଏଲ୍‌ ଖେଳିବା ଅବସରରେ ପ୍ରତ୍ୟେକ ୫ ଦିନରେ ପରୀକ୍ଷାର ସମ୍ମୁଖୀନ ହେବେ।
ବିସିସିଆଇର ଏହି ଟେଷ୍ଟିଂ ପ୍ରୋଟୋକଲକୁ ବାଦ୍‌ ଦେଲେ ଦଳଗୁଡିକ ସ୍ବତନ୍ତ୍ର ଭାବେ ନିଜର ଟେଷ୍ଟ କରିପାରିବେ। ଏହା ବ୍ୟତୀତ ୟୁଏଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମ ଅନୁସାରେ ଅତିରିକ୍ତ ପରୀକ୍ଷା ମଧ୍ୟ କରାଯାଇପାରିବ। ଅଗଷ୍ଟ ୨୦ ତାରିଖ ପୂର୍ବରୁ କୌଣସି ଦଳକୁ ୟୁଏଇ ଯିବାକୁ ବାରଣ କରାଯାଇଛି। ଏହା ଫଳରେ ଦଳଗୁଡିକ ଆବଶ୍ୟକୀୟ କ୍ୱାରାଣ୍ଟାଇନ ଡ୍ରିଲ ଓ ଟେଷ୍ଟ କରିବେ।
ଖେଳାଳିଙ୍କ ପରିବାରବର୍ଗ ସାଥିରେ ଯିବା ନେଇ ବିସିସିଆଇ ଦଳଗୁଡିକୁ ସ୍ବାଧୀନତା ଦେଇଛି। ତେବେ ସମସ୍ତଙ୍କୁ କଡ଼ାକଡ଼ି ଭାବେ ନିୟମ ମାନିବାକୁ ହେବ ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ଜୈବ-ସୁରକ୍ଷିତ ପ୍ରୋଟୋକଲ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ୭ ଦିନ ସେଲ୍ଫ ଆଇସୋଲେଶନରେ ରହିବାକୁ ହେବ। ଷଷ୍ଠ ଓ ସପ୍ତମ ଦିନରେ ସେମାନଙ୍କର ଦୁଇଟି ଟେଷ୍ଟ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ: ଭାରତର ବିଜୟ ଅଭିଯାନ

କାନବେରା, ୫।୧୨(ପି.ଟି.)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ...

ମିଶନ ଅକ୍ସିଜେନ ପାଇଁ ଆଗେଇ ଆସିଲେ ଧାଓ୍ବନ

ଅହମ୍ମଦାବାଦ,୩୦।୪ : ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ମିଶନ ଅକ୍ସିଜେନ ପାଇଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ରେ...

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ...

କୋହଲି ଦେଲେ ସଙ୍କେତ; ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହୋଇପାରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧) ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇପିଏଲ୍‌ ଶେଷ ହେବାର କିଛି ଦିନ ପରେ ପରେ ଅକ୍ଟୋବର ୧୭ରୁ...

ଇଂଲଣ୍ଡ ଟି୨୦, ଦିନିକିଆ ଦଳର ଅଧିନାୟକ ବଟଲର

ଲଣ୍ଡନ,୩୦।୬: ଉଇକେଟକିପର ତଥା ବିସ୍ଫୋରକ ଓପନର ଜୋଶ ବଟଲରଙ୍କୁ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଏବଂ...

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ

ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର...

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି...

Advertisement
Archives

Model This Week