ଆଇପିଏଲ ୨୦୨୦ରୁ ଓହରିପାରେ ଭିଭୋ

ନୂଆଦିଲ୍ଲୀ, ୪ା୮ (ପି.ଟି.)-  ସମ୍ପ୍ରତି ଭାରତ-ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଆପୋସ ବୁଝାମଣା ଜରିଆରେ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ ଏହି ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଟାଇଟଲ ସ୍ପନସରଶିପ୍‌ରୁ ଓହରିଯାଇପାରେ। ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବା ପରେ ବିସିସିଆଇ ଏହି କମ୍ପାନୀ ସହ ୨୦୨୧-୨୦୨୩ ପର୍ଯ୍ୟନ୍ତ ସଂଶୋଧିତ ଚୁକ୍ତି କରିପାରେ। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଭାରତୀୟ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ କର୍ମକର୍ତ୍ତା ଏ ବିଷୟ ପ୍ରକାଶ କରିଛନ୍ତି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଇତିମଧ୍ୟରେ କମ୍ପାନୀର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଭିଭୋ ବର୍ଷକ ପାଇଁ ଟାଇଟଲ ପ୍ରାୟୋଜକ ନ ରହି ପାରେ ବୋଲି ସୂଚନା ଦେଇଛି। ହେଲେ ଏହା କମ୍ପାନୀର ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଇଷ୍ଟର୍ନ ଲଦାଖରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନିଜ କମ୍ପାନୀ ଓ ଉତ୍ପାଦକୁ ବର୍ଜନ ପାଇଁ ଆହ୍ବାନ ଦିଆଯାଇଛି। ରବିବାର ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ବସିଥିଲା। ଏଥିରେ ଭିଭୋ ସମେତ ସମସ୍ତ ପ୍ରାୟୋଜକ ସ୍ପନସରଙ୍କୁ ଚୁକ୍ତି କାଏମ ରଖାଯାଇଥିଲା। ଭିଭୋ ସହିତ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ୫ ବର୍ଷିଆ ଚୁକ୍ତି ଅନୁଯାୟୀ ଏହି କମ୍ପାନୀ ବାର୍ଷିକ ହାରାହାରି ୪୪୦ କୋଟି ଟଙ୍କା ଦେଇଥାଏ। ଏହି କମ୍ପାନୀ ବର୍ଷକ ପାଇଁ ଦୂରେଇଯିବା ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ବୋର୍ଡ ଅଫିସିଆଲ ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଏକ ନିଷ୍ପତ୍ତି ନିଆଯିବ ତାହା ଆପୋସ ବୁଝାମଣା ମାଧ୍ୟମରେ ହେବ ଏବଂ ବିସିସିଆଇ ବ୍ୟାଙ୍କ ଗ୍ୟାରେଣ୍ଟି ଉଠାଇପାରିବ ନାହିଁ। ତେବେ ଭିନ୍ନ ପରିସ୍ଥିତିରେ ଯଥା ସ୍ପନସର କମ୍ପାନୀ ଯଦି ଏହାର ପ୍ରତିଶ୍ରୁତି ଭଙ୍ଗ କରେ ତେବେ ବିସିସିଆଇ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଉଠାଇପାରିବ। କିନ୍ତୁ ଏଠାରେ ଉଭୟ ପକ୍ଷ ଆପୋସ ବୁଝାମଣାରେ ପଳାୟନ ପନ୍ଥା ଅନୁକରଣ ଲକ୍ଷ୍ୟରେ ଅଛନ୍ତି। କେନ୍ଦ୍ର ସରକାର ଯେତେବେଳେ ୬୦ଟି ଚାଇନିଜ ଆପ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବାସନ୍ଦ ଲାଗି ନିଷ୍ପତ୍ତି ନେଲେ ବିସିସିଆଇ ଚାଇନିଜ ସ୍ପନସରକୁ କାଏମ ରଖିଥିବାରୁ ପ୍ରଶ୍ନ ଉଠିଥିଲା। ବିସିସିଆଇ ଇତିମଧ୍ୟରେ କେତୋଟି ଭାରତୀୟ କମ୍ପାନୀ ସହ ଆଲୋଚନା କରିଛି। ସେମାନେ ସ୍ବଳ୍ପକାଳୀନ ଚୁକ୍ତି ପାଇଁ ଅଗ୍ରହ ପ୍ରକାଶ କରିଛନ୍ତି। ସମ୍ଭବତଃ ଏକ ବର୍ଷ ପାଇଁ। ଟୁର୍ନାମେଣ୍ଟ ଏଥର ବିଦେଶରେ ଆୟୋଜିତ ହେଉଛି। ସ୍ବଳ୍ପ ସମୟ ମଧ୍ୟରେ ୪୪୦ କୋଟି ଟଙ୍କା ଭରଣା କରିବା ସହଜ ହେବ ନାହିଁ। ଆହୁରିମଧ୍ୟ ଦର୍ଶକ ବିହୀନ ଷ୍ଟାଡିୟମର ଆକର୍ଷଣ ରହିବ ନାହିଁ। କିନ୍ତୁ ଭିଭୋ ବିଧିବଦ୍ଧ ଭାବେ ଓହରିଯିବା ଲାଗି ନିଷ୍ପତ୍ତି ନେବା ପରେ ଯାହା ବିଚାର କରାଯିବ ବୋଲି ବୋର୍ଡ ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣ୍ଡିମଲ-ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ: ଶ୍ରୀଲଙ୍କା ୩୧୫/୬

ଗାଲେ,୨୪ା୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୩୧୫ ରନ୍‌ କରିବାରେ...

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ...

ଡିଫେନ୍ସ ବିଭାଗକୁ ଦୃଢ଼ କରୁଛୁ: ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୧୬।୧୦(ପି.ଟି.)-ଭାରତୀୟ ମହିଳା ହକି ଦଳର ଡିଫେନ୍ସ ବିଭାଗରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏହା ଦଳପାଇଁ ବିଶେଷ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌

ନୂଆଦିଲ୍ଲୀ,୨୦।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ।...

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ଭାରତୀୟ ଭାବେ ଟପ୍‌-୧୦ରେ ରୋହିତ୍‌

ଦୁବାଇ, ୨୩।୧୦ (ପି.ଟି.)- ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଷ୍ଟାର୍‌ କ୍ରିକେଟର୍‌ ରୋହିତ୍‌ ଶର୍ମା ଆଇସିସି ର଼୍ୟାଙ୍କିଙ୍ଗ୍‌ର...

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ...

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ।...

Advertisement
Archives

Model This Week