Posted inଖେଳ

ଅବସର ନେଲେ ସ୍ପେନର ଏହି ଲିଜେଣ୍ଡ ଗୋଲକିପର

ମାଡ୍ରିଡ୍‌, ୫ । ୮ (ଏପି)-ରିୟଲ ମାଡ୍ରିଡ୍‌ ଓ ସ୍ପାନିଶ ଫୁଟ୍‌ବଲ ଇତିହାସର ଶ୍ରେଷ୍ଠ ଗୋଲକିପର ବୋଲି କୁହାଯାଉଥିବା ଇକର କାସିଲାସ୍‌ ମଙ୍ଗଳବାର ବିଧିବଦ୍ଧ ଫୁଟ୍‌ବଲରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କର ଶେଷ ମ୍ୟାଚ ବର୍ଷକ ପୂର୍ବେ ଖେଳିଥିଲେ। ୩୯ବର୍ଷୀୟ କାସିଲାସ ପର୍ତ୍ତୁଗିଜ୍‌ କ୍ଲବ୍‌ ପୋର୍ତ୍ତୋ ତରଫରୁ ଖେଳୁଥିଲେ। ଦୃଦ୍‌ଘାତ ଯୋଗୁ ଗତ ମେ ମାସ ପରଠାରୁ ସେ କୌଣସି ପ୍ରତିଯୋଗିତାରେ ଖେଳିନାହାନ୍ତି। କାସିଲାସ୍‌ ୯ବର୍ଷ ବୟସରେ ରିୟଲ ମାଡ୍ରିଡ୍‌ କ୍ଲବରେ ଯୋଗ ଦେଇଥିଲେ। କ୍ଲବ ତରଫରୁ ୧୬ରୁ ଅଧିକ ସିଜନ ଧରି ୭୨୫ ମ୍ୟାଚ ଖେଳିବା ସହ ୧୯ ଟାଇଟଲ ଜିତିଥିଲେ। ୨୦୧୫ରେ ପୋର୍ତ୍ତୋ କ୍ଲବରେ ଯୋଗ ଦେବା ପରେ ଦୁଇଟି ପର୍ତ୍ତୁଗିଜ୍‌ ଲିଗ୍‌ ଟାଇଟଲ ସହ ପର୍ତ୍ତୁଗିଜ୍‌ କପ୍‌ ଏବଂ ଏକ ସୁପର କପ୍‌ ଟାଇଟଲ ହାସଲ କରିଥିଲେ। ସ୍ପେନ୍‌ ତରଫରୁ ସେ ୧୬୭ ମ୍ୟାଚ ଖେଳିଛନ୍ତି ଏବଂ ସେ ୨୦ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ହୋଇ ପାରିଥିଲେ। ସେ ଦୁଇଟି ୟୁରୋପିଆନ ଚାମ୍ପିିୟନଶିପ୍‌ ମଧ୍ୟ ଜିତିଛନ୍ତି। ଉତ୍ତମ ବ୍ୟବହାର ଯୋଗୁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। କାସିଲାସ ଚଳିତବର୍ଷ ସ୍ପାନିଶ ଫୁଟ୍‌ବଲ ମହାସଂଘ ସଭାପତି ଦୌଡ଼ରେ ଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁ ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌-୧୩ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଧୋନୀଙ୍କ ସୁପର୍‌ କିଙ୍ଗ୍ସକୁ ଭେଟିବ ଏହି ଟିମ୍‌

ନୂଆଦିଲ୍ଲୀ, ୬।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ...

ଗୁଜରାଟର ରୋମାଞ୍ଚକ ବିଜୟ

ମୁମ୍ବାଇ,୨୭।୪: ଆଇପିଏଲ୍‌ରେ ୨୦୨୨ରେ ୪୦ତମ ମ୍ଯାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକ ମୁକାବିଲାରେ ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ୧୯୬ର ବିଜୟ ଲକ୍ଷ୍ୟକୁ...

ରମିଜଙ୍କ ମୁହଁ ବନ୍ଦ କଲେ ବାବର, କହିଲେ-ଦିନକରେ ବଦଳି ପାରିିବୁ ନାହିଁ

କରାଚି,୨୧।୧୨: ଘରୋଇ ମଇଦାନରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ପାକିସ୍ତାନ ଟିମ୍‌ । ଟେଷ୍ଟ ଇତିହାସରେ ପ୍ରଥମ ଥର ଲାଗି ସିରିଜକୁ ୩-୦ରେ କ୍ଲିନ୍‌...

ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ସାଉଥାମ୍ପଟନ,୨୩।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟ୍ରଫି ହାତେଇବା ଆଶା ଆଶାରେ ହିଁ ରହିଗଲା। ଭାରତୀୟ ଦଳକୁ ୮ ଉଇକେଟରେ ହରାଇ ଡବ୍ଲ୍ୟୁଟିସି ଟ୍ରଫି ହାତେଇ...

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ...

ଟେଷ୍ଟ ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ; ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ହେଲେ ଶୁକ୍ରବାର ବିସିସିଆଇ ଅଷ୍ଟ୍ରେଲିଆ ସିରିଜ ଲାଗି ଦଳ ଘୋଷଣା କରିଛି। ଦୁଇ...

କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍‌ ଓ୍ବିଲିୟମସନ୍‌ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...

ଆଜି ପ୍ରଥମ ସେମିଫାଇନାଲ

ସିଡ୍‌ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ...

Advertisement
Archives

Model This Week