Posted inଖେଳ

ଗୋଟିଏ ଦଳ ପାଇଁ ଖେଳୁଛନ୍ତି ୨ ଦେଶର ଖେଳାଳି: ଅଧିନାୟକ ପାକିସ୍ତାନର, ଉପଅଧିନାୟକ ଭାରତୀୟ

ଦୁବାଇ,୩୧।୮: ଏସିଆ କପ ୨୦୨୨ରେ ଭାରତର ଦ୍ୱିତୀୟ ମ୍ୟାଚ ହଂକଂ ଦଳ ସହିତ। କ୍ରିକେଟ ଦୁନିଆରେ ଏହି ଦଳର ନାମ କ୍ୱଚିତ୍‌ ଶୁଣାଯାଏ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ହଂକଂ ବିପକ୍ଷରେ କେବଳ ଦୁଇଟି ଦିନିକିଆ ଖେଳିଛି ଏବଂ ଉଭୟ ଜିତିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ହଂକଂ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ। ଏହି ମ୍ୟାଚ ଜିତିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ନାହିଁ। ତେବେ ହଂକଂ ଦଳକୁ ନେଇ ଏକ ରୋଚକ ତଥ୍ୟ ରହିଛି।
ଏସିଆ କପ୍‌ର ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳର ସ୍ଥାନୀୟ ବାସିନ୍ଦା ନାହାଁନ୍ତି। ୧୭ ଜଣିଆ ଦଳରେ ୧୨ ଜଣ ଖେଳାଳି ପାକିସ୍ତାନର। ଚାରିଜଣ ଖେଳାଳି ଭାରତର ଏବଂ ଜଣେ ଖେଳାଳି ଇଂଲଣ୍ଡର। ବିଶେଷ କଥା ହେଉଛି ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କୌଣସି ଲିଗରେ ଏକାଠି ଖେଳନ୍ତି ନାହିଁ, କିନ୍ତୁ ହଂକଂ ଦଳରେ ଉଭୟ ଦେଶର ଖେଳାଳି ଏକାଠି ଖେଳନ୍ତି। ଯଦିଓ ଏହି ଦଳ ପାଇଁ ଖେଳୁଥିବା ଖେଳାଳିଙ୍କ ଭାରତ ଏବଂ ପାକିସ୍ଥାନ ସହିତ ସମ୍ପର୍କ ଥାଇପାରେ, କିନ୍ତୁ ବିସିସିଆଇ କିମ୍ବା ପିସିବି ସହିତ କାହାର ସମ୍ପର୍କ ନାହିଁ।
ହଂକଂ ଦଳର ଅଧିନାୟକ ନିଜାକତ ଖାନ ପାକିସ୍ତାନର ପଞ୍ଜାବର ଅଟନ୍ତି। ସେ ଅଟୋକରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ଭାରତ ସହ ଜଡିତ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ବ୍ୟତୀତ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ସ୍କଟ ମ୍ୟାକେଙ୍କି ଇଂଲଣ୍ଡର ଅଟନ୍ତି। ହଂକଂର ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରିକେଟ ପ୍ରତି ଆଗ୍ରହ ନାହିଁ । ସେଥିପାଇଁ ସେଠାକାର ଲୋକମାନେ ଭଲ କ୍ରିକେଟର ମଧ୍ୟ ନୁହଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri