ଭସାଣିରେ ସିନ୍ଦୂର ଖେଳ

ବାରିପଦା ଅଫିସ,୨୬ା୯: ଦୁଇ ବର୍ଷର ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମ୍‌ଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଧରାପୃଷ୍ଠକୁ ମା’ଙ୍କ ଆଗମନ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହେବାରେ ଲାଗିଲାଣି। ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶହୀଦ ପଡ଼ିଆ ପୂଜା କମିଟିର ସ୍ବାତନ୍ତ୍ରତା ରହିଛି। ଏଠାରେ ଦଶହରାରେ ମହିଳାଙ୍କ ଦ୍ୱାରା ସିନ୍ଦୂର ଖେଳ ଭିନ୍ନ ପରମ୍ପରା ପାଲଟିିଛି।
ରାଜ ପରିବାର ପକ୍ଷରୁ ବାରିପଦାସ୍ଥିତ ରାଜବାଟୀରେ ପ୍ରଥମେ ଦୁର୍ଗାପୂଜା ହୋଇଆସୁଥିଲା। ତତ୍କାଳୀନ ମହାରାଜାଙ୍କ ଆଦେଶ କ୍ରମେ ୧୯୩୪ରେ ଶହୀଦ ପଡ଼ିଆରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସ୍ବର୍ଗତ ଆନନ୍ଦ ଶଙ୍କର ମଜୁମଦାର, ବ୍ରଜ ଗୋପାଲ ଘୋଷାଲ ଓ ଅନୁକୂଳ ଚାଟାର୍ଜୀଙ୍କ ଉଦ୍ୟମରେ ପୂଜା ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ପୂଜା ମଣ୍ଡପରେ ଖୁଣ୍ଟ ପୋତି ଚାଳଘରେ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସ୍ବତନ୍ତ୍ର ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ପଶ୍ଚିମବଙ୍ଗ କୁମାରତୁଲ୍ଲୀରୁ ଛୋଟ ଛୋଟ ମୂର୍ତ୍ତି ଅଣାଯାଇ ପୂଜା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ସେଠାକାର କାରିଗର ପୂଜାର ଦୁଇମାସ ପୂର୍ବରୁ ଆସି ମୂର୍ତ୍ତି ନିର୍ମାଣ କରୁଥିଲେ। ବଙ୍ଗଳା ପାଞ୍ଜି ଅନୁଯାୟୀ ପୂଜାର ନିର୍ଘଣ୍ଟ ତଥା ବଙ୍ଗାଳି ବ୍ରାହ୍ମଣ ଓ ଚଣ୍ଡିପାଠକଙ୍କ ଦ୍ୱାରା ପୂଜା କାର୍ଯ୍ୟ ହେଉଛି। ଚଳିତ ବର୍ଷ କଲଚରାଲ ଆସୋସିଏସନ ଆନୁକୂଲ୍ୟରେ ୪ଶହରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ସହଭାଗିତାରେ ପୂଜା ଅନୁଷ୍ଠିତ ହେଉଛି। ଏହି ପୂଜା ୮୯ବର୍ଷରେ ପଦାର୍ପଣ କରିଥିବା ବେଳେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି। ଦଶହରା ବା ଭସାଣି ଦିନ ମହିଳାମାନେ ମା’ଙ୍କୁ ପାନପତ୍ରରେ ବରଣ କରି ମେଲାଣି ଦେଇଥାନ୍ତି। ମା’ଙ୍କୁ ସିନ୍ଦୂର ଲଗାଇବା ପରେ ସେହି ସିନ୍ଦୂରକୁ ପରସ୍ପର ମଧ୍ୟରେ ଲଗାଇଥାନ୍ତି। ଦେବୀଙ୍କୁ ବିସର୍ଜନ ଦେବାକୁ ନେବା ସମୟରେ ରାସ୍ତା ପାର୍ଶ୍ୱରେ ଥିବା ଶ୍ରଦ୍ଧାଳୁମାନଙ୍କୁ ଲଡୁ ବଣ୍ଟନ କରାଯାଇଥାଏ।
ବର୍ଷ କମିଟିର ସଭାପତି ସଜ୍ଜଲ ମୌଳିକ କହନ୍ତି, ପୂଜାର ବ୍ୟୟ ଅଟକଳର ସିଂହଭାଗ ଖର୍ଚ୍ଚ ଅନ୍ନଭୋଗ ବଣ୍ଟନରେ ହୋଇଥାଏ। ହଜାର ହଜାର ଲୋକେ ପ୍ରସାଦ ସେବନ କରିଥାନ୍ତ। ପୂଜା କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଓ ସହଭାଗିତା ରହୁଥିବାରୁ ଦୀର୍ଘ ଦିନର ପୂଜା ଶାନ୍ତିଶୃଙ୍ଖଳାର ସହ ପାଳିତ ହେଉଛି। ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚଳିତ ବର୍ଷ ମା’ଙ୍କ ପୂଜାକାର୍ଯ୍ୟ ପାଇଁ ସମ୍ପାଦକ ଅଜିତ କୁମାର ଦଳେଇ ଓ କୋଷାଧ୍ୟକ୍ଷ ସୁଦୀପ୍ତ ମୌଳିକଙ୍କ ସମେତ କମିଟିର କର୍ମକର୍ତ୍ତାମାନେ ମାସକ ପୂର୍ବରୁ ପୂଜା ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri