ଗାଈ କ୍ଷୀର, ଗୋବର, ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା

ପଟ୍ଟାମୁଣ୍ଡାଇ,୨୫୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଳ ପଲିଥିନ, ପ୍ଲାଷ୍ଟିକ୍‌ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ବର୍ଜ୍ୟବସ୍ତୁରେ ପରିଣତ ହୋଇ ଚାରିଆଡ଼େ ପଡ଼ିରହୁଛି। ଏହାଦ୍ୱାରା ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପ୍ରଭାବିତ ହେଉଛନ୍ତି। ଏପରିକି କିଛି ଗୃହପାଳିତ ପ୍ରାଣୀ ପଲିଥିନକୁ ଖାଦ୍ୟ ଭାବି ଗିଳି ଦେଉଛନ୍ତି। ଯାହାଙ୍କ କ୍ଷୀର ଲୋକେ ଖାଇ ରୋଗର ଶିକାର ହେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ହୋଟେଲ ଓ ଜନବସତିରେ କୁଢ଼କୁଢ଼ ପ୍ଲାଷ୍ଟିକ୍‌ ଗଦା ହୋଇଛି। ଛିଣ୍ଡା ପାଲ, ପ୍ଲାଷ୍ଟିକ, ପଲିଥିନ, ସୋଲ ସମେତ ଘରର ନିତ୍ୟବ୍ୟବହୃତ ଜିନିଷ ଗଦା ହେଉଛି। ଏପରି କି କିଛି ସ୍ଥାନରେ ମୁକ୍ତ ଶୌଚାଳୟ ପାଲଟିଛି। ପ୍ଲାଷ୍ଟିକ, ଥର୍ମୋକୁଲ ବେଶିଦିନ ପଡ଼ି ରହି ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହେଉଥିବାବେଳେ ଏସବୁକୁ ଗୃହପାଳିତ ପ୍ରାଣୀ ଖାଇ ଦେଉଛନ୍ତି। ଯାହା ପାଇଁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପୁଣି ଏହି ଗାଈ କ୍ଷୀର ମଣିଷ ଖାଇବା ଦ୍ୱାରା ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି। ସୁରକ୍ଷା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସଚେତନ କରାଯାଉଛି। ଅଥଚ ପ୍ଲାଷ୍ଟିକ୍‌ରେ ରୁନ୍ଧି ହୋଇଯାଉଥିବା ପ୍ରଶାସନର ଅବହେଳା ପଦାରେ ପଡୁଛି। ଡାକ୍ତର ନିରାକାର ସେଠୀ କହିଛନ୍ତି, ପୂର୍ବେ ଗ୍ରାମଗୁଡ଼ିକରେ ଘରୋଇ ଦୁଗ୍ଧ ପାଇଁ ଲୋକେ ଗାଈ ପାଳୁଥିଲେ। ସେମାନେ କ୍ଷେତରେ ଘାସ ଚରନ୍ତି ଏବଂ ଗୋରକ୍ଷକ କଟା ଘାସ ରାତିରେ ଦିଅନ୍ତି। ସେହି ଗାଈମାନେ ଦେଉଥିବା କ୍ଷୀରକୁ ଲୋକେ ପିଇବା ଦ୍ୱାର ଅନେକ ଲାଭ ମିଳେ। ଗାଈ କ୍ଷୀରରେ କ୍ୟାଲସିୟମ୍‌, ଭିଟାମିନ୍‌-ବି, ଫସ୍‌ଫରସ୍‌ ଏବଂ ପ୍ରୋଟିନ୍‌ ଭଳି ଉପାଦାନ ରହିଥାଏ। କ୍ଷୀରରେ ଭିଟାମିନ୍‌ ଡି’ ଭରପୂର ଥିବାରୁ କର୍କଟ ପ୍ରତିରୋଧ ଶକ୍ତି ବଢ଼େ, ଆଖି ପାଇଁ ଲାଭଦାୟକ, ହୃଦୟ ସୁସ୍ଥ ରୁହେ ଓ ପ୍ରତିରକ୍ଷା ପ୍ରଣାଳୀ ଶକ୍ତିଶାଳୀ ହୁଏ। କିନ୍ତୁ ଏବେକାର କ୍ଷୀରରେ ଏ ସବୁ ପ୍ରାୟତଃ ମିଳୁନାହିଁ। ଗୋ ଚାଷୀ ସୁଶାନ୍ତି ସାମଲ କହିଛନ୍ତି, ଘରୋଇ ଗୋରୁଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଚାରଣ ଭୂଇଁ। ଏବେ ଚାରଣ ଭୂଇଁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଥିବା ବେଳେ ଗଁା ଗହଳିରେ ଥିବା ଗୋଚର, ଅନାବାଦୀ, ନୟନଯୋରିକୁ ପୋତାଯାଇ ସରକାରୀ ଅନୁଦାନପ୍ରାପ୍ତ ଉନ୍ନତିମୂଳକ କାମ ହେଉଛି। ଫଳରେ ଗୋରୁ ଚରିବାକୁ ଚାରଣ ଭୂମି ପାଉନହାନ୍ତି। ମୁଦ୍ରାସ୍ଫୀତି ହେତୁ ପ୍ରାଣୀମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡୁଛି। ଏହି ବାଧ୍ୟତାମୂଳକ କାରଣରୁ ଗୋରୁମାନଙ୍କୁ ଖୋଲା ସ୍ଥାନରେ ଛାଡ଼ିବାକୁ ପଡ଼ୁଛି। ଖୋଲା ସ୍ଥାନରେ ପକାଯାଇଥିବା ପଲିଥିନ, ପେପର ଖାଇ ପେଟ ପୂରାଉଛନ୍ତି। ଗବେଷକ ଆର୍ତ୍ତତ୍ରାଣ ପାତ୍ର କହିଛନ୍ତି, ଗୋରୁ ପ୍ଲାଷ୍ଟିକ ବ୍ୟାଗ କିମ୍ବା ଅଳିଆ ଖାଇବା ପରେ ଗୁରୁତର ରୋଗରେ ଅସୁସ୍ଥ ହୋଇପଡନ୍ତି। ଗାଈ କ୍ଷୀର ବାଛୁରୀ ପିଇବା ଦ୍ୱାରା ସେ ମଧ୍ୟ ପ୍ରଭାବିତ ହୋଇ ରୋଗରେ ପଡ଼ି ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ଘଟୁଛି। ପ୍ରାଣୀମାନଙ୍କରେ କର୍କଟ ଭଳି ରୋଗ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଗାଈ କ୍ଷୀର, ଗୋବର ଏବଂ ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା ମିଳୁଛି। ଯାହା କେବଳ ପ୍ରାଣୀଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ମଣିଷଙ୍କ କର୍କଟ ରୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପ୍ଲାଷ୍ଟିକ ବ୍ୟାଗ ଉପରେ ନିଷେଧାଦେଶ ଜାରି କରାଯାଇଥିବାବେଳେ ଫୁଟ୍‌ପାଥ ଦୋକାନୀମାନଙ୍କ ସହ ସ୍ଥାୟୀ ଦୋକାନୀମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରୁଛନ୍ତି। ଏହି ପଲିଥିନ ବ୍ୟାଗରେ ଛୁଞ୍ଚତ୍, ତାର, ନଖ ସହ ଅନ୍ୟ ଘରୋଇ ବର୍ଜ୍ୟବସ୍ତୁ ଅଳିଆଗଦାରେ ପକାଯାଏ। ଗୋରୁମାନେ ଏହାକୁ ସେମାନଙ୍କର ଖାଦ୍ୟ ଭାବରେ ବ୍ୟବହାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?