Odisha Elections 2024

ଚାରାରୋପଣ ବନାମ ଗଛ କଟା

ପାରାଦୀପ,୬।୭ (ଶରତ ରାଉତ)ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳ ଦେଶର ସର୍ବାଧିକ ପ୍ରଦୂଷିତ ତାଲିକାରେ ଅଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷଣ ତାଲିକା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନୀନ କରିଛି। ସେଥିରେ ଓଡ଼ିଶାର ୪ଟି ସ୍ଥାନ ଅଛି। ସେଗୁଡ଼ିକ ହେଲା ତାଳଚେର, ଝାରସୁଗୁଡ଼ା, ଇବ୍‌ ଭ୍ୟାଲି ଓ ପାରାଦୀପ। ପାରାଦୀପର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଏକ ଆଞ୍ଚଳିକ କାର୍ଯ୍ୟାଳୟ ୨୦୧୩ ନଭେମ୍ବରରୁ ଖୋଲିଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେତେକ ସକାରାତ୍ମକ ପଦକ୍ଷେପ ନିଆଯାଇଛି। ସମାନ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କମ୍ପାନୀଗୁଡ଼ିକୁ ପର୍ଯ୍ୟାପ୍ତ ସବୁଜ ବଳୟ କରିବାକୁ ପରାମର୍ଶ ଦିଆଯାଉଛି। ଏହାବାଦ୍‌ କେତେଗୋଟି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନିରନ୍ତର ଚାରା ରୋପଣ, ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ଭଳି କାମ କରୁଛନ୍ତି। ଏହାସତ୍ତ୍ୱେ ସବୁଜ ବଳୟ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। କେତେଜଣ କାଠ ବେପାରୀ ଓ ଅନ୍ୟ ମୁଷ୍ଟିମେୟ ଲୋକ ଲଗାତର ଗଛ କାଟି ନେଉଛନ୍ତି ବୋଲି ଆଦର୍ଶ ପ୍ରୟାସ ନାମକ ସଙ୍ଗଠନ ଅଭିଯୋଗ କରିଛି। ସଙ୍ଗଠନ ସଭାପତି ଦେବକଲ୍ୟାଣ ମହାପାତ୍ର କୁଜଙ୍ଗ ବନାଞ୍ଚଳ ଅଧିକାରୀଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଗ୍ରାମାଞ୍ଚଳ ଓ ନଦୀପଠାରେ କ୍ଷୁଦ୍ର ଜଙ୍ଗଲ ପାଇଁ କାମ କରୁଛନ୍ତି। ଏବେସୁଦ୍ଧା ୧୦ ରୁ ଅଧିକ ଜଙ୍ଗଲ କରି ସାରିଲୁଣି। ଚଳିତବର୍ଷ ମଧ୍ୟ କୁଜଙ୍ଗ ବ୍ଲକ ଅଧୀନ ମହାନଦୀ ପଠାରେ ଚାରାରୋପଣ ଓ ସଂରକ୍ଷଣ ପାଇଁ କାମ ।ଚାଲିଛି। ୪ବର୍ଷ ତଳେ ବଡ଼ବାଲିକଣୀ ଗଁା ଉପାନ୍ତରେ ଥିବା ଜାଗାରେ ଚାରା ରୋପଣ କରିଥିଲୁ। ସେହି ସ୍ଥାନରେ ଏବେ ବଡ଼ ଗଛ ହୋଇଛି। ସପ୍ତାହକ ମଧ୍ୟରେ ସେଥିରୁ ପ୍ରାୟ ୫୦ରୁ ଅଧିକ ଗଛ ଲୋକ କାଟି ନେଇଛନ୍ତି। ସମାନ ଭାବେ ବିଶ୍ୱାଳୀ ଗ୍ରାମର ସ୍ବେଚ୍ଛାସେବୀ ସଙ୍ଗଠନ ବାବା ବାଲୁଙ୍କେଶ୍ୱର ବିକାଶ ପରିଷଦ ପକ୍ଷରୁ ୩ ଦଶନ୍ଧି ମଧ୍ୟରେ ଅନେକ ଗ୍ରାମ୍ୟ ଜଙ୍ଗଲ କରାଯାଇଛି। ସଙ୍ଗଠନ ମୁଖ୍ୟ ଇଂ. ଅମରେଶ ନରେଶ ସାମନ୍ତଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କଠାରୁ ପୁରସ୍କାର ମିଳିଛି। ତାଙ୍କ ଗଁା ପାଖରେ ୧୫ ବର୍ଷ ତଳେ ଲଗାଯାଇଥିବା ଗଛ ଏବେ ଆପଣାଛାଏ ମରିଯାଉଛି ବୋଲି ସାମନ୍ତ କୁହନ୍ତି। ଏଥିପାଇଁ ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନ ଓ କମ୍ପାନୀର ରସାୟନ ନିର୍ଗମନ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ସେ କୁହନ୍ତି। ସବୁଠାରୁ ଅଧିକ ଗଛ କଟାଯାଉଛି ବେଳାଭୂମି ଅଞ୍ଚଳରେ। ସେଠାରେ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ଝାଉଁ ଗଛ ଲଗାଯାଉଛି। ଗଛ ବଡ଼ ହେବା ମାତ୍ରେ ତାକୁ ସେଠାକାର କାଠ ବେପାରୀ କାଟି ତାକୁ ଫାଳକରି ଜାଳେଣି ଭାବେ ବିକ୍ରି କରୁଛନ୍ତି ବୋଲି ଆହ୍ବାନ କମ୍ବାଇନ୍ସ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ ଅଭିଯୋଗ କରିଛନ୍ତି। ଏମିତି ସ୍ଥିତିରେ ଚଳିତ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଉଛି। ଏ ସମ୍ପର୍କରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରେ ଆମର ଷ୍ଟାଫ୍‌ କମ୍‌ ଯୋଗୁ ଠିକ୍‌ ଭାବେ ତଦାରଖ କରିପାରୁନାହୁଁ। ଚଳିତବର୍ଷ ଷଣ୍ଢକୁଦଠାରେ ନୂଆକରି ଏକ ବିଟ୍‌ ହାଉସ ହେବ ଏବଂ ଅଧିକ ଷ୍ଟାଫ ରହିଲା ପରେ ଯାଇ ପଦକ୍ଷେପ ନେଇପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri