ଉଦ୍ଭିଦ ମହାମାରୀ ଆଣିବ ଅନାହାର

ଲଣ୍ଡନ, ୧୩।୪: ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ତ ଜୀବଜଗତ ପ୍ରଭାବିତ। ଏହାଦ୍ୱାରା ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟାଇବା ଆରମ୍ଭ କରିଛି। ଏହା ଫଳରେ ଉଦ୍ଭିଦ ମହାମାରୀ ଦେଖାଯିବ। ଏଥିଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ କୋଟି ଲୋକ ଏକକାଳୀନ ଅନାହାର ଭୋଗିବେ ବୋଲି ୟୁନିଭର୍ସିଟି କଲେଜ୍‌ ଲଣ୍ଡନର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଉଲ୍ଲେଖ କରାଯାଇଛି।
ପରିବର୍ତ୍ତିତ ଋତୁ ଯୋଗୁ ଶସ୍ୟ ଉତ୍ପାଦନ କମିଛି। ବିଭିନ୍ନ ପ୍ରକାର ରୋଗ ଯୋଗୁ ଏବେ ଗହମ ଫସଲ ଉତ୍ପାଦନ କମିବାକୁ ବସିଲାଣି। ବିଶେଷକରି ଦକ୍ଷିଣ ଆମେରିକାରେ ଗହମଠାରେ ଦେଖାଯାଉଥିବା ଫଙ୍ଗସ୍‌ଜନିତ ରୋଗ ଏବେ ଏସିଆ ଓ ଆଫ୍ରିକାରେ ଦେଖିବାକୁ ମିଳିଥିବା ବୈଜ୍ଞାନିକମାନେ କହିଛନ୍ତି। ସମୟ ପୂର୍ବରୁ ଏପ୍ରକାର ରୋଗରୁ ଗହମ ଫସଲ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱବାସୀ ଖାଦ୍ୟ ସଙ୍କଟ ଭୋଗିବେ ବୋଲି ବୈଜ୍ଞାନିକମାନେ ଚେତାବଦୀ ଦେଇଛନ୍ତି।
ଅନ୍ୟପକ୍ଷେ ଗହମ ଫସଲରେ ଦେଖାଯାଉଥିବା ରୋଗ ମଧ୍ୟରୁ ୨୦% ରୋଗ କୀଟଙ୍କ ଦ୍ୱାରା ବ୍ୟାପୁଛି। ଗହମ ଫସଲ କ୍ଷେତ୍ରରେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଫଙ୍ଗାଲ୍‌ଜନିତ ରୋଗ ୧୯୮୫ରେ ପ୍ରଥମେ ବ୍ରାଜିଲ୍‌ରେ ଦେଖାଯାଇଥିଲା। କିନ୍ତୁ ଗତ କିଛିବର୍ଷ ହେବ ଏହି ରୋଗ ବାଂଲାଦେଶ ଏବଂ ଜାମ୍ବିଆରେ ଦେଖିବାକୁ ମିଳିଲାଣି। ଏଥିଯୋଗୁ ୨୦୧୬ରେ ବାଂଲାଦେଶରେ ୫୧% ଫସଲ ନଷ୍ଟ ହୋଇଥିଲା।
ଜଳବାୟୁ ପରିବର୍ତ୍ତନ ଯୋଗୁ ତିନି ମହାଦେଶରେ ଏବେ ଗହମ ଫସଲ ଉତ୍ପାଦନରେ ହ୍ରାସ ଘଟିଛି। ଏହାର ପ୍ରଭାବ ବୈଶ୍ୱିକ ଖାଦ୍ୟ ସୁରକ୍ଷା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ସଂକ୍ରମିତ ଗହମ ରେଣୁ ପବନ ଦ୍ୱାରା ଅନ୍ୟ ଫସଲକୁ ସଂକ୍ରମିତ କରିବ। ସେହିପରି ସଂକ୍ରମିତ ଗହମ ଅନ୍ୟ ଦେଶକୁ ରପ୍ତାନି ବିଶ୍ୱର ୨ ପ୍ରଚୁର ଗହମ ଉତ୍ପାଦନକାରୀ ରାଷ୍ଟ୍ର ଚାଇନା ଓ ଭାରତରେ ବ୍ୟାପିବାକୁ ଥିବା ବୈଜ୍ଞାନିକମାନେ କହିଛନ୍ତି। ଗହମରେ କୀଟ ଦ୍ୱାରା ବ୍ୟାପୁଥିବା ରୋଗ (ହ୍ବିଟ୍‌ ବ୍ଲାଷ୍ଟ୍‌)ର କାରଣ ଚିହ୍ନଟ କରି ଏହାର ନିରାକରଣ କରିବା ଜରୁରୀ ବୋଲି ବରିଷ୍ଠ ବୈଜ୍ଞାନିକ ନିକ୍‌ ତାଲବୋଟ ଅନାହାର ମୁକାବିଲା ପାଇଁ ବିକଳ୍ପ ବତାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?