Posted inଜାତୀୟ

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ ବେଆଇନ ବୋଲି କହିଛନ୍ତି। ମନ୍ଦିରରେ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ସୁନାର ସଠିକ ଅଡିଟ ନ କରି ତରବରିଆ ଭାବେ ରାଜ୍ୟ ସରକାରଙ୍କ ପଦକ୍ଷେପ ନିଆଯାଉଥିବା ଉଦ୍ଦେଶ୍ୟରେ ମଧ୍ୟ ପ୍ରଶ୍ନ ଉଠିଛି।

ମନ୍ଦିରରେ ସଂରକ୍ଷିତ ସୁନାକୁ ତରଳାଇ ଏହାକୁ ସୁନା ଦଣ୍ଡରେ ପରିଣତ କରିବାର ଅଧିକାର ରହିଛି ବୋଲି ରାଜ୍ୟର ଡିଏମକେ ସରକାର ଦାବି କରୁଛନ୍ତି। ଏହିପରି ପ୍ରକ୍ରିୟା ୫୦ ବର୍ଷ ଧରି ଚାଲିଆସୁଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ତାମିଲନାଡୁରେ ବଡ ବିବାଦର କାରଣ ପାଲଟିଛି। ଆବେଦନକାରୀ ଏ.ଭି. ଗୋପାଳ କୃଷ୍ଣନ ଏବଂ ଏମ.କେ. ସର୍ଭାନନ ହାଇକୋର୍ଟଙ୍କୁ କହିଛନ୍ତି ଯେ ସରକାରଙ୍କ ଆଦେଶ କେବଳ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ଆକ୍ଟ, ପ୍ରାଚୀନ ସ୍ମାରକୀ ଆଇନ, ଅଳଙ୍କାର ନିୟମ ଆଦି ଉଲ୍ଲଂଘନ ନୁହେଁ, ବରଂ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ବିରୋଧ କରୁଛି।

ଚଳିତ ବର୍ଷ ଜୁନ ୭ରେ, ମନ୍ଦିରଗୁଡିକର ସମ୍ପତ୍ତିର ମୂଲ୍ୟାଙ୍କନ ଏବଂ ଏହାର ରେକର୍ଡର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬୦ ବର୍ଷ ଧରି ରାଜ୍ୟରେ ଏହା କରାଯାଉ ନାହିଁ ବୋଲି କୋର୍ଟ କହିଥିଲେ। ଉପଯୁକ୍ତ ଅଡିଟ କରିବା ପରିବର୍ତ୍ତେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦେବତାମାନଙ୍କୁ ସୁସଜ୍ଜିତ କରିବା ପାଇଁ ବ୍ୟବହୃତ ଅଳଙ୍କାର ବ୍ୟତୀତ ଅନ୍ୟ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ତରଳା ଯିବ। ଏସବୁ ଅଳଙ୍କାରର ଓଜନ ୨,୧୩୮ କିଲୋଗ୍ରାମ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ।

ରାଜ୍ୟ ସରକାର କହୁଛନ୍ତି ଯେ ବ୍ୟାଙ୍କରେ ୨୪ କ୍ୟାରେଟ ସୁନା ବାର୍‌ ରଖି ଏଥିରୁ ମିଳିବାକୁ ଥିବା ଅର୍ଥ ମନ୍ଦିରର ବିକାଶ ପାଇଁ ବ୍ୟବହୃତ ହେବ। କିନ୍ତୁ ହିନ୍ଦୁ ସଂଗଠନଗୁଡ଼ିକ ବିଶ୍ୱାସ କରୁଛନ୍ତି ଯେ, ଅଡ଼ିଟ ବିନା ଅଳଙ୍କାର ତରଳାଇବା ପଛରେ ସରକାରଙ୍କ ନିଷ୍ପତ୍ତି ସନ୍ଦେହଜନକ। ଆଇନ ଅନୁଯାୟୀ, ଟ୍ରଷ୍ଟିମାନେ ସୁନା ତରଳାଇବାକୁ ନିଷ୍ପତ୍ତି ନିଅନ୍ତି। ସରକାର ଏହି ନିଷ୍ପତ୍ତିରେ ରାଜି ହୋଇଛନ୍ତି। କିନ୍ତୁ ତାମିଲନାଡୁର ଅଧିକାଂଶ ମନ୍ଦିରରେ ୧୦ ବର୍ଷରୁ ଅଧିକ ସମୟ ପାଇଁ ଟ୍ରଷ୍ଟି ନିଯୁକ୍ତ କରାଯାଇ ନାହିଁ।

ଆବେଦନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସରକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୁନା ଅଡିଟ ବିଷୟରେ କହୁଛନ୍ତି। କିନ୍ତୁ ସେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁଯାୟୀ ଗୋଟିଏ ମନ୍ଦିରକୁ ଗୋଟିଏ ଦିନରେ ଅଡିଟ କରିବାକୁ ପଡିବ। ବର୍ଷ ବର୍ଷ ଧରି ଜମା ହୋଇଥିବା ସମ୍ପତ୍ତିର ଏପରି ଶୀଘ୍ର ମୂଲ୍ୟାଙ୍କନ ଅସମ୍ଭବ। ଏଥିରୁ ସ୍ପଷ୍ଟ ହୋଇଛି ଯେ କେବଳ ପ୍ରସ୍ତୁତି ଚାଲିଛି। ସୁନା ତରଳାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ୱେବସାଇଟରେ ଏନେଇ ସୂଚନା ଦିଆଯାଇନାହିଁ। ହାଇକୋର୍ଟଙ୍କ ତରଫରୁ ଏହି ଆଦେଶକୁ ତୁରନ୍ତ ସ୍ଥଗିତ ରଖିବାକୁ ଆବେଦନକାରୀମାନେ ଦାବି କରିଛନ୍ତି। ଅକ୍ଟୋବର ୨୧ ରେ ଏହି ମାମଲାର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri