Posted inଜାତୀୟ

ହର୍ନ ବଦଳରେ ଲଗାଇ ହେବ ମ୍ୟୁଜିକାଲ ଟ୍ୟୁନ

ନୂଆଦିଲ୍ଲୀ,୫।୧୦: ନିକଟ ଭବିଷ୍ୟତରେ ଟ୍ରାଫିକ୍‌ ଜାମରେ ଗାଡ଼ିର ହର୍ନ ବଦଳରେ ଶୁଣିବାକୁ ମିଳିପାରେ ସୁମଧୁର ଭାରତୀୟ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟର ଟ୍ୟୁନ। ଏ ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ହାଇଓ୍ବେ ମନ୍ତ୍ରୀ ନୀତିନ ଗଡକରି।

ନିକଟରେ ନାଶିକଠାରେ ଏକ ହାଇଓ୍ବେର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଗଡକରି କହିଥିଲେ, ସମସ୍ତ ଗାଡ଼ିରେ ହର୍ନ ଭାବେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ବ୍ୟହାର କରିବା ଦିଗରେ ଯୋଜନା କରୁଛୁ, ଯାହାକି ଟ୍ରାଫିକରେ ଗାଡ଼ି ଚାଳକଙ୍କୁ ଶୁଣିବାକୁ ଭଲ ଲାଗିବ। ଫ୍ଲ୍ୟୁଟ, ତାବଲା, ଭାଓଲିନ, ହାରମୋନିୟମ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣିବାକୁ ମିଳିବ। ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିରେ ବ୍ୟବହୃତ ହେଉଥିବା ସାଇରନ ଉପରେ ମୁଁ ଅଧ୍ୟୟନ କରୁଛି। ସାଇରନ ବଦଳରେ ସକାଳୁ ସକାଳୁ ଆକାଶବାଣୀ (ଅଲ୍‌ ଇଣ୍ଡିଆ ରେଡିଓ)ରେ ଶୁଣିବାକୁ ମିଳୁଥିବା ସଂଗୀତ ବ୍ୟବହାର କରାଯିବାକୁ ବିଚାର କରାଯାଉଛି। ବର୍ତ୍ତମାନ ବ୍ୟବହୃତ ସାଇରନ ବିରକ୍ତକର। ମୁଖ୍ୟ କଥା ହେଲା ମନ୍ତ୍ରୀଙ୍କ ଗସ୍ତ ବେଳେ ସାଇରନ୍‌କୁ ଫୁଲ ସାଉଣ୍ଡରେ ବଜାଯାଏ। ଏହା କାନ ପାଇଁ କ୍ଷତିକାରକ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଜରୁରୀକାଳିନ ଗାଡ଼ିରେ ସାଇରନ୍‌ ବ୍ୟବହାର କରାଯାଏ। ଯାହା ଫଳରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇପାରିବ। ରାସ୍ତାରେ ଆମ୍ବୁଲାନ୍ସର ସାଇରନର ଅର୍ଥ ରୋଗୀଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ। ଏଣୁ ଅନ୍ୟ ଗାଡ଼ି ଚାଳକମାନେ ସାଇରନ୍‌ ଶୁଣି ଆମ୍ବାୁଲାନ୍ସକୁ ରାସ୍ତା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri