୨୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଫେଲ ହୋଇଗଲା ଇଞ୍ଜିନ

ଡେନଭର(ଆମେରିକା), ୨୧।୨: ଆମେରିକାର ଡେନଭର ବିମାନ ବନ୍ଦରରୁ ୨୩୧ ଯାତ୍ରୀ ଓ ୧୦ କ୍ରୁ ମେମ୍ବରଙ୍କୁ ନେଇ ହାଓ୍ବାଇ ଅଭିମୁଖେ ଶନିବାର ଉଡ଼ାଣ ଆରମ୍ଭ କରିଥିଲା ଫ୍ଲାଇଟ୍‌ ୟୁଏ୩୨୮। ମଝି ଆକାଶରେ ଥିବାବେଳେ ବିମାନର ଏକ ଇଞ୍ଜିନ ସମ୍ପୂର୍ଣ୍ଣ ଫେଲ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରୀକାଳିନ ଅବତାରଣ କରିବାକୁ ପଡ଼ିଥିଲା ଲୋକମାନେ ବସବାସ କରୁଥିବା ଅଞ୍ଚଳରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣାରେ ବିମାନର କୌଣସି ଯାତ୍ରୀ କିମ୍ବା ଲାଣ୍ଡିଂ ସ୍ଥାନରେ କେହି ଆହତ ହୋଇ ନାହାନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବିମାନ ମଧ୍ୟରୁ ଶୁଟ ହୋଇଥିବା ଭିଡିଓରେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳୁଛି। ଆଉ ନିଆଁ ଧିରେ ଧିରେ ବିମାନର ଓ୍ବିଙ୍ଗ୍‌କୁ ବ୍ୟାପୁଛି। ଏହି ଘଟଣା ସମ୍ପର୍କରେ ଜଣେ ଯାତ୍ରୀ ଡେଭିଡ ଡିଲୁସିଆ କହିଛନ୍ତି, ଏକଦା ମୋତେ ଲାଗୁଥିଲା ଆମ ସମସ୍ତଙ୍କ ଜୀବନ ଶେଷ ହେବାକୁ ଯାଉଛି। ବିମାନରେ ବିସ୍ଫୋରଣ ଖୁବ୍‌ ଗତିରେ ଆମେ ତଳକୁ ଖସିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ...

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ...

ଜୋ ବାଇଡେନଙ୍କ ସହାୟତା ପ୍ୟାକେଜ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୩୦ ହଜାର ଟଙ୍କା

ୱାଶିଂଟନ,୧୫ ।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ । ହେଲେ ଏହା ପୂର୍ବରୁ ସେ ତାଙ୍କର...

କଶ୍ମୀର ଉପରେ ଟୁଇଟ କରି ବିବାଦରେ ପାକିସ୍ତାନ ରାଷ୍ଟ୍ରପତି

ଇସ୍‌ଲାମାବାଦ,୨୬।୮: ଜମ୍ମୁ-କଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ସୋସିଆଲ ମିଡିଆ ଜରିଆରେ ସୀମାରେ ଉତ୍ତେଜନା ସୃଷ୍ଟି...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼: ହୋଇପାରେ ବହୁ ପରିମାଣରେ କ୍ଷୟକ୍ଷତି

ଓ୍ବାଶିଂଟନ,୨୬।୭: ଆମେରିକା ଉପକୂଳରେ ଆସିଥିବା ସାମୁଦ୍ରିକ ଝଡ଼ ‘ହନ୍ନା’ ଭୟଙ୍କର ରୂପ ଧାରଣ କରି ସାରିଛି। ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୬ ସକାଳ ସମୟରେ...

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ...

କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର...

Play 250+ Trending Games
Archives

Model This Week

Why Dharitri