Posted inଜାତୀୟ

ଏଲ୍‌ଏସିରେ ବଢ଼ୁଛି ପିଏଲ୍‌ଏ ଉପସ୍ଥିତି

ନୂଆଦିଲ୍ଲୀ,୨୦ା୪: ନର୍ଦ୍ଦର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି ପାଉଛି। ଦିନକୁ ଦିନ ସୈନ୍ୟ ଓ ସାମରିକ ଉପକରଣ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆର୍ମି କମାଣ୍ଡର୍ସ କନ୍‌ଫରେନ୍ସକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ସାରା ବିଶ୍ୱରେ ଭୂରାଜନୈତକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସେନା ନିଜ ଯୋଜନା ଓ ରଣନୀତି ପ୍ରସ୍ତୁତ କରିବା ଉଚିତ। ବିଶେଷକରି ନର୍ଦ୍ଦର୍ନ ସେକ୍ଟରରେ ପିଏଲ୍‌ଏ ସୈନ୍ୟଙ୍କ ମୁତୟନ ବଢ଼ୁଛି। ଏଲ୍‌ଏସିରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଭାରତୀୟ ସେନାକୁ ନିରନ୍ତର ସଜାଗ ରହିବାକୁ ପଡ଼ିବ। ଦେଶର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି। ଲଦାଖ ସେକ୍ଟରରେ ୩ ବର୍ଷ ହେଲା ସୀମା ବିବାଦ ବଢ଼ିବାରେ ଲାଗିଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିଶେଷ ଗୁରୁତ୍ୱ ବହନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ

କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ…

୫ ବର୍ଷ ଦୂରର କଥା….ବିଜୟଙ୍କ ଉପରେ ବର୍ଷିଲେ ଷ୍ଟାଲିନ, ୩ରୁ୬ ମାସରେ ଖେଳ ଶେଷ

ଚେନ୍ନାଇ,୨୯।୬: ତାମିଲନାଡୁ ରାଜନୀତିରେ ବୟାନବାଜି ତୀବ୍ର ହୋଇଛି । ରବିବାର ଦିନ ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରର ସ୍ଥିରତା ଉପରେ ପ୍ରଶ୍ନ…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

ଖେମେନେଇଙ୍କ ଶେଷକୃତ୍ୟରେ ସାମିଲ ହେବ ଭାରତ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ….

ତେହରାନ,୨୯।୬: ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ…

ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି! ତୃତୀୟ ଭାଷାରେ ଦେବାକୁ ପଡ଼ିବନି…

ନୂଆଦିଲ୍ଲୀ,୨୯।୬: CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି। ବୋର୍ଡ କହିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri