Posted inଜାତୀୟ

ମୁକୁଲ ରୟ: ନା ଏ କୂଳର…

କୋଲକାତା/ନୂଆଦିଲ୍ଲୀ,୨୦ା୪: ଏକଦା ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ମୁକୁଲ ରୟ ଏବେ ନା ଏ କୂଳର ନା ସେ କୂଳର। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ଭାଜପା) କେହି ନେଉ ନାହାନ୍ତି ଏହି ବର୍ଷୀୟାନ ନେତାଙ୍କୁ। ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ମୁକୁଲ ୨୦୧୭ରେ ଟିଏମ୍‌ସି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୨୧ରେ ସେ ଭାଜପା ଟିକେଟରେ ଜିତି ବିଧାୟକ ହେଲେ। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ଟିଏମ୍‌ସି ସପକ୍ଷରେ ଆସିବା ପରେ ମୁକୁଲ ପୁଣି ମମତାଙ୍କ ନିକଟକୁ ଫେରିଥିଲେ। ତେବେ ସେହି ସମୟରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ନ ଥିଲେ।
ସୋମବାର ରାତିରୁ ନିଖୋଜ ଥିବା ପୂର୍ବତନ ରେଳ ମନ୍ତ୍ରୀ ମୁକୁଲ ରୟଙ୍କୁ ଦିନକ ପରେ ଦିଲ୍ଲୀରେ ଦେଖାଯାଇଥିଲା। ଏବେ ସେ କହୁଛନ୍ତି, ଭାଜପାକୁ ଫେରିବେ। ମୁଁ ଜଣେ ଭାଜପା ବିଧାୟକ। ଭାଜପା ସହିତ ରହିବାକୁ ଚାହୁଁଛି। ଦିଲ୍ଲୀରେ ରହଣି ପାଇଁ ଦଳ ସବୁ ବ୍ୟବସ୍ଥା କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ କଥା ହେବି ବୋଲି ମଙ୍ଗଳବାର ସନ୍ଧ୍ୟାରେ ଏକ ବଙ୍ଗଳା ନ୍ୟୁଜ୍‌ ଚ୍ୟାନେଲକୁ ମୁକୁଲ କହିଥିଲେ। ମୁକୁଲଙ୍କ କହିବା ହେଲା, ସେ ଅସୁସ୍ଥ ଥିବାରୁ କିଛିଦିନ ଧରି ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସକ୍ରିୟ ରାଜନୀତିକୁ ଫେରିବେ। କିନ୍ତୁ ଟିଏମ୍‌ସି ସହ କେବେ ବି ଜଡ଼ିତ ରହିବେ ନାହିଁ ବୋଲି ୧୦୦ ପ୍ରତିଶତ ନିଶ୍ଚିତ। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁକୁଲଙ୍କୁ ଭାଜପାକୁ ସ୍ବାଗତ କରାଯିବ ନାହିଁ। ସେ ଜଣେ ପ୍ରତ୍ୟାଖ୍ୟାତ ନେତା। ଭାଜପା ତାଙ୍କୁ ଆବଶ୍ୟକ କରୁନାହିଁ। ଭାଜପା କର୍ମୀମାନେ ରାଜ୍ୟରେ ନିର୍ଯାତିତ ହେଉଥିବାବେଳେ ୨୦୨୧ ମେ’ ପରେ ଯେଉଁମାନେ ଦଳ ଛାଡ଼ିଥିଲେ, ସେମାନଙ୍କୁ ଦଳୀୟ ନେତା କୁହାଯାଇପାରିବ ନାହିଁ। ଅନ୍ୟପକ୍ଷେ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ମୁକୁଲ ଜଣେ ଭାଜପା ବିଧାୟକ। ଦିଲ୍ଲୀ ଗସ୍ତ ତାଙ୍କ ବ୍ୟକ୍ତିଗତ ବ୍ୟାପାର। ଇତିମଧ୍ୟରେ ମୁକୁଲଙ୍କ ପରିବାର ସେ ସୋମବାର ରାତିରୁ ନିଖୋଜ ଥିବା ନେଇ ଥାନାରେ ରିପୋର୍ଟ କରିଛି। ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣେ ନେତାଙ୍କୁ ନେଇ ଭାଜପା ଖେଳୁଛି ବୋଲି ମୁକୁଲଙ୍କ ପୁଅ ଶୁଭ୍ରାଙ୍ଗ୍‌ସୁ ଅଭିଯୋଗ ଆଣିଛନ୍ତି। ପୁଅଙ୍କ ମତରେ ମୁକୁଲ ଡେମିନ୍ସିଆ ଓ ପାର୍କିନ୍‌ସନ୍‌ ରୋଗରେ ପୀଡ଼ିତ। ଏଥିଲାଗି ଗତମାସରେ ତାଙ୍କର ନ୍ୟୁରୋସର୍ଜିକାଲ ଅସ୍ତ୍ରୋପଚାର କରାଯାଇଥିଲା। ମୁକୁଲଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସ୍‌.ଏନ୍‌. ସିଂ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅନେକ ଉନ୍ନତି ଆସିଲାଣି। ୬୯ ବର୍ଷୀୟ ମୁକୁଲ ତାଙ୍କ ସ୍ବାସ୍ଥ୍ୟକୁ ନେଇ କେତେଜଣ ବ୍ୟକ୍ତି ଗୁଜବ ସୃଷ୍ଟି କରୁଥିବା ସମାଲୋଚନା କରିଛନ୍ତି। ଟିଏମ୍‌ସିକୁ କାହିଁକି ଫେରିଥିଲେ ବୋଲି ପ୍ରଶ୍ନ କରାଯିବାରୁ ମୁକୁଲ କହିଥିଲେ, ସେହି ସମୟରେ ସେ ଅସୁସ୍ଥ ଥିଲେ। ମାନସିକ ସ୍ତରରେ ଟିଏମ୍‌ସି ସହ ସାମିଲ ହୋଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri