Posted inଜାତୀୟ

ମୁକୁଲ ରୟ: ନା ଏ କୂଳର…

କୋଲକାତା/ନୂଆଦିଲ୍ଲୀ,୨୦ା୪: ଏକଦା ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ମୁକୁଲ ରୟ ଏବେ ନା ଏ କୂଳର ନା ସେ କୂଳର। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ଭାଜପା) କେହି ନେଉ ନାହାନ୍ତି ଏହି ବର୍ଷୀୟାନ ନେତାଙ୍କୁ। ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ମୁକୁଲ ୨୦୧୭ରେ ଟିଏମ୍‌ସି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୨୧ରେ ସେ ଭାଜପା ଟିକେଟରେ ଜିତି ବିଧାୟକ ହେଲେ। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ଟିଏମ୍‌ସି ସପକ୍ଷରେ ଆସିବା ପରେ ମୁକୁଲ ପୁଣି ମମତାଙ୍କ ନିକଟକୁ ଫେରିଥିଲେ। ତେବେ ସେହି ସମୟରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ନ ଥିଲେ।
ସୋମବାର ରାତିରୁ ନିଖୋଜ ଥିବା ପୂର୍ବତନ ରେଳ ମନ୍ତ୍ରୀ ମୁକୁଲ ରୟଙ୍କୁ ଦିନକ ପରେ ଦିଲ୍ଲୀରେ ଦେଖାଯାଇଥିଲା। ଏବେ ସେ କହୁଛନ୍ତି, ଭାଜପାକୁ ଫେରିବେ। ମୁଁ ଜଣେ ଭାଜପା ବିଧାୟକ। ଭାଜପା ସହିତ ରହିବାକୁ ଚାହୁଁଛି। ଦିଲ୍ଲୀରେ ରହଣି ପାଇଁ ଦଳ ସବୁ ବ୍ୟବସ୍ଥା କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ କଥା ହେବି ବୋଲି ମଙ୍ଗଳବାର ସନ୍ଧ୍ୟାରେ ଏକ ବଙ୍ଗଳା ନ୍ୟୁଜ୍‌ ଚ୍ୟାନେଲକୁ ମୁକୁଲ କହିଥିଲେ। ମୁକୁଲଙ୍କ କହିବା ହେଲା, ସେ ଅସୁସ୍ଥ ଥିବାରୁ କିଛିଦିନ ଧରି ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସକ୍ରିୟ ରାଜନୀତିକୁ ଫେରିବେ। କିନ୍ତୁ ଟିଏମ୍‌ସି ସହ କେବେ ବି ଜଡ଼ିତ ରହିବେ ନାହିଁ ବୋଲି ୧୦୦ ପ୍ରତିଶତ ନିଶ୍ଚିତ। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁକୁଲଙ୍କୁ ଭାଜପାକୁ ସ୍ବାଗତ କରାଯିବ ନାହିଁ। ସେ ଜଣେ ପ୍ରତ୍ୟାଖ୍ୟାତ ନେତା। ଭାଜପା ତାଙ୍କୁ ଆବଶ୍ୟକ କରୁନାହିଁ। ଭାଜପା କର୍ମୀମାନେ ରାଜ୍ୟରେ ନିର୍ଯାତିତ ହେଉଥିବାବେଳେ ୨୦୨୧ ମେ’ ପରେ ଯେଉଁମାନେ ଦଳ ଛାଡ଼ିଥିଲେ, ସେମାନଙ୍କୁ ଦଳୀୟ ନେତା କୁହାଯାଇପାରିବ ନାହିଁ। ଅନ୍ୟପକ୍ଷେ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ମୁକୁଲ ଜଣେ ଭାଜପା ବିଧାୟକ। ଦିଲ୍ଲୀ ଗସ୍ତ ତାଙ୍କ ବ୍ୟକ୍ତିଗତ ବ୍ୟାପାର। ଇତିମଧ୍ୟରେ ମୁକୁଲଙ୍କ ପରିବାର ସେ ସୋମବାର ରାତିରୁ ନିଖୋଜ ଥିବା ନେଇ ଥାନାରେ ରିପୋର୍ଟ କରିଛି। ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣେ ନେତାଙ୍କୁ ନେଇ ଭାଜପା ଖେଳୁଛି ବୋଲି ମୁକୁଲଙ୍କ ପୁଅ ଶୁଭ୍ରାଙ୍ଗ୍‌ସୁ ଅଭିଯୋଗ ଆଣିଛନ୍ତି। ପୁଅଙ୍କ ମତରେ ମୁକୁଲ ଡେମିନ୍ସିଆ ଓ ପାର୍କିନ୍‌ସନ୍‌ ରୋଗରେ ପୀଡ଼ିତ। ଏଥିଲାଗି ଗତମାସରେ ତାଙ୍କର ନ୍ୟୁରୋସର୍ଜିକାଲ ଅସ୍ତ୍ରୋପଚାର କରାଯାଇଥିଲା। ମୁକୁଲଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସ୍‌.ଏନ୍‌. ସିଂ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅନେକ ଉନ୍ନତି ଆସିଲାଣି। ୬୯ ବର୍ଷୀୟ ମୁକୁଲ ତାଙ୍କ ସ୍ବାସ୍ଥ୍ୟକୁ ନେଇ କେତେଜଣ ବ୍ୟକ୍ତି ଗୁଜବ ସୃଷ୍ଟି କରୁଥିବା ସମାଲୋଚନା କରିଛନ୍ତି। ଟିଏମ୍‌ସିକୁ କାହିଁକି ଫେରିଥିଲେ ବୋଲି ପ୍ରଶ୍ନ କରାଯିବାରୁ ମୁକୁଲ କହିଥିଲେ, ସେହି ସମୟରେ ସେ ଅସୁସ୍ଥ ଥିଲେ। ମାନସିକ ସ୍ତରରେ ଟିଏମ୍‌ସି ସହ ସାମିଲ ହୋଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri