Posted inଜାତୀୟ

ପିଟ୍ରୋଡାଙ୍କ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ କଳା ରଙ୍ଗ କହି ଆକ୍ଷେପ କଲେ…

ନୂଆଦିଲ୍ଲୀ,୮।୫: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ‘ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟାର୍ଗେଟ କରିଛନ୍ତି।

ତେଲଙ୍ଗାନାର ୱାରଙ୍ଗାଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ମୋଦି କହିଛନ୍ତି, ଆଜି ମୁଁ ବହୁତ ରାଗିଛି। ମୋତେ ଦୁର୍ବ୍ୟବହାର କରାଯାଇଥିଲା, ମୁଁ ଏହାକୁ ସହ୍ୟ କରିଥିଲ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଉପଦେଷ୍ଟା ଯାହା କହିଛନ୍ତି ତାହା ମୋତେ ଅସନ୍ତୁଷ କରିଛି। ସେମାନେ ମୋ ଦେଶବାସୀଙ୍କ ଚର୍ମ ରଙ୍ଗକୁ ନେଇ ଅପମାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜକୁମାର ରାହୁଲଙ୍କ ଗାଇଡ ଅଙ୍କଲ କହିଛନ୍ତି ଯେ ଯେଉଁମାନଙ୍କର କଳା ଚେହେରା ଅଛି ସେମାନେ ଆଫ୍ରିକାର। ରଙ୍ଗ ଆଧାରରେ ଏତେ ବଡ଼ ଅପମାନ କରିଛନ୍ତି। ଚର୍ମର ରଙ୍ଗକୁ ଦେଖି ମାନିନେଲେ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଫ୍ରିକୀୟ ଅଟନ୍ତି। ଆଜି ତାଙ୍କର ଚିନ୍ତାଧାରା ସାମ୍ନାକୁ ଆସିଛି। ଚର୍ମର ରଙ୍ଗ ଯାହା ହେଇଥାଉ, ଆମେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାଉ।

ପିଏମ ମୋଦି ଆହୁରି କହିଛନ୍ତି, ରାଜକୁମାର ଆପଣଙ୍କୁ ଉତ୍ତର ଦେବାକୁ ପଡିବ। ଚର୍ମ ରଙ୍ଗ ଆଧାରରେ ଦେଶକୁ ଅପମାନ କିମ୍ବା ନାଗରିକଙ୍କ ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ। ମୋଦି ଏହାକୁ କଦାପି ବରଦାସ୍ତ କରିବେ ନାହିଁ। ଆପଣଙ୍କୁ ଉତ୍ତର ରଖିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri