ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ ବୁଦାମୂଳେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ଖୁଣ୍ଟୁଣୀ ଥାନା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରୁଥିବା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି। ତେବେ ଡାକ୍ତରଖାନାଠାରୁ ଗୋଟିଏ କିଲୋମିଟର ଦୂର ପଥରକଟାଠାରେ ଏକ କାର୍‌ ପଡ଼ିଥିବା ଦେଖିବାକୁ ମିଳିଛି। ପୋଲିସ କାର୍‌ ଓ ଡାକ୍ତରଖାନା ପାର୍ଶ୍ୱ ଏକ ଘରୁ ୩ଟି ଛେଳି ଜବତ କରିଛି। ଯୁବକ ଜଣକ ସୁସ୍ଥ ହେଲେ ତାଙ୍କଠାରୁ ସମସ୍ତ ଘଟଣା ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଶେଷଦେବ ରାଜ କହିଛନ୍ତି। ତେବେ ପୋଲିସ ଗୁରୁତର ଯୁବକ ଜଣକଙ୍କ ଘର ମାହାଙ୍ଗା ଥାନା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri