କୂଅରୁ ମିଳିଲା ପୀତବାସଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଖମାର ଗ୍ରାମର ନିଖୋଜ ବ୍ୟବସାୟୀ ପୀତବାସ ଦାସ (୪୮)ଙ୍କ କ୍ଷତବିକ୍ଷତ ମୃତଦେହ ଘରଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପୀତବାସ ଟ୍ରାକ୍ଟରରେ ଇଟା, ବାଲି ପରିବହନ ବ୍ୟବସାୟ କରୁଥିଲେ। ଗତ ବୁଧବାରଠାରୁ ସେ ନିଖୋଜ ଥିଲେ। ପରିବାର ପକ୍ଷରୁ ସଦର ଥାନାରେ ଅପହରଣ ଏବଂ ନିଖୋଜ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ବୋରାପଦା ନିକଟ ରାସ୍ତାକଡ଼ରୁ ତାଙ୍କ ବାଇକ୍‌ ଉଦ୍ଧାର କରାଯାଇଥିଲା। ଏହାପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସଦର ଥାନା, ଗୋବିନ୍ଦପୁର ଫାଣ୍ଡି ପୋଲିସ ବୋରାପଦା ନିକଟ ଜଙ୍ଗଲ, କୂଅ ପୋଖରୀରେ ଖୋଜାଖୋଜି କରିଥିଲା। ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ବୋରାପଦା ଗ୍ରାମ ଆମ୍ବତୋଟା ନିକଟ ଏକ କୂଅ ପାଖରେ ଖୋଜାଖୋଜି କରୁଥିବା ବେଳେ ମାଛି ଭଣଭଣ ହେଉଥିବା ଦେଖିଥିଲେ। ସନ୍ଦେହରେ କୂଅ ଭିତରକୁ ଦେଖିବାବେଳେ ଏକ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ସୂଚନା ପାଇ ସଦର ଥାନାଧିକାରୀ ଅଭିନବ ଡାଳୁଆ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ମୃତଦେହକୁ କୂଅରୁ ବାହାର କରିଥିଲେ। ଏହାପରେ ମୃତଦେହ ପୀତବାସଙ୍କର ବୋଲି ସ୍ପଷ୍ଟ ହୋଇଥିଲା।
ପରିବାର ଲୋକଙ୍କ କହିବା କଥା, ପୂର୍ବ ଶତ୍ରୁତାକୁ ନେଇ ରହିଥିବା ଏକ ବିବାଦର ସମାଧାନ କରିବାକୁ ୩ଦିନ ତଳେ ପୀତବାସଙ୍କ ନିକଟକୁ ଏକ ଫୋନ୍‌ ଆସିଥିଲା। ହେଲେ ସେ ଏଥିରେ ରାଜି ନ ଥିଲେ। ଅଭିଯୁକ୍ତମାନେ ତାଙ୍କୁ ଅପହରଣ ପରେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଘର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏ ସଂକ୍ରାନ୍ତରେ ନଂ. ୫୮୦/୨୧, ଦଫା ୩୪୧, ୩୨୩, ୩୬୪, ୩୬୫, ୨୦୧, ୩୦୨ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri