କୂଅରୁ ମିଳିଲା ପୀତବାସଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଖମାର ଗ୍ରାମର ନିଖୋଜ ବ୍ୟବସାୟୀ ପୀତବାସ ଦାସ (୪୮)ଙ୍କ କ୍ଷତବିକ୍ଷତ ମୃତଦେହ ଘରଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପୀତବାସ ଟ୍ରାକ୍ଟରରେ ଇଟା, ବାଲି ପରିବହନ ବ୍ୟବସାୟ କରୁଥିଲେ। ଗତ ବୁଧବାରଠାରୁ ସେ ନିଖୋଜ ଥିଲେ। ପରିବାର ପକ୍ଷରୁ ସଦର ଥାନାରେ ଅପହରଣ ଏବଂ ନିଖୋଜ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ବୋରାପଦା ନିକଟ ରାସ୍ତାକଡ଼ରୁ ତାଙ୍କ ବାଇକ୍‌ ଉଦ୍ଧାର କରାଯାଇଥିଲା। ଏହାପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସଦର ଥାନା, ଗୋବିନ୍ଦପୁର ଫାଣ୍ଡି ପୋଲିସ ବୋରାପଦା ନିକଟ ଜଙ୍ଗଲ, କୂଅ ପୋଖରୀରେ ଖୋଜାଖୋଜି କରିଥିଲା। ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ବୋରାପଦା ଗ୍ରାମ ଆମ୍ବତୋଟା ନିକଟ ଏକ କୂଅ ପାଖରେ ଖୋଜାଖୋଜି କରୁଥିବା ବେଳେ ମାଛି ଭଣଭଣ ହେଉଥିବା ଦେଖିଥିଲେ। ସନ୍ଦେହରେ କୂଅ ଭିତରକୁ ଦେଖିବାବେଳେ ଏକ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ସୂଚନା ପାଇ ସଦର ଥାନାଧିକାରୀ ଅଭିନବ ଡାଳୁଆ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ମୃତଦେହକୁ କୂଅରୁ ବାହାର କରିଥିଲେ। ଏହାପରେ ମୃତଦେହ ପୀତବାସଙ୍କର ବୋଲି ସ୍ପଷ୍ଟ ହୋଇଥିଲା।
ପରିବାର ଲୋକଙ୍କ କହିବା କଥା, ପୂର୍ବ ଶତ୍ରୁତାକୁ ନେଇ ରହିଥିବା ଏକ ବିବାଦର ସମାଧାନ କରିବାକୁ ୩ଦିନ ତଳେ ପୀତବାସଙ୍କ ନିକଟକୁ ଏକ ଫୋନ୍‌ ଆସିଥିଲା। ହେଲେ ସେ ଏଥିରେ ରାଜି ନ ଥିଲେ। ଅଭିଯୁକ୍ତମାନେ ତାଙ୍କୁ ଅପହରଣ ପରେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଘର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏ ସଂକ୍ରାନ୍ତରେ ନଂ. ୫୮୦/୨୧, ଦଫା ୩୪୧, ୩୨୩, ୩୬୪, ୩୬୫, ୨୦୧, ୩୦୨ ଓ ୩୪ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri