ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ ୧୮ ରାଜ୍ୟକୁ ଡିଜେଲ୍‌, ପେଟ୍ରୋଲ ଓ ଜେଟ୍‌ ଇନ୍ଧନ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଇଷ୍ଟ କୋଷ୍ଟର ୪୫ ପ୍ରତିଶତ ଇନ୍ଧନ ଉକ୍ତ ପାଇପ୍‌ଲାଇନରେ ପରିବହନ ହେଉଥିଲା। ୩ ଦିନ ହେଲା ଲାଇନରେ ଯୋଗାଣ ବନ୍ଦ ରହିଛି। ଫଳରେ ଆମେରିକା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସଡ଼କ ପଥରେ ଇନ୍ଧନ ପରିବହନ ଲାଗି ସରକାର ନିୟମ କୋହଳ କରିଛନ୍ତି। ଅର୍ଥାତ୍‌ ୧୮ ରାଜ୍ୟର ଡ୍ରାଇଭରମାନେ ଅଧିକ ସମୟ କାର୍ଯ୍ୟ କରି ପେଟ୍ରୋଲିୟମ ସାମଗ୍ରୀ ପରିବହନ କରିପାରିବେ।
ଡାର୍କସାଇଡ୍‌ ନାମକ ଅପରାଧୀ ଗ୍ୟାଙ୍ଗ ଏଭଳି ସାଇବର ଆକ୍ରମଣରେ ସମ୍ପୃକ୍ତ ଥିବା କୁହାଯାଉଛି। ଏହି ଗ୍ୟାଙ୍ଗ ବିଭିନ୍ନ କର୍ପୋରେଶନଠାରୁ ସଂଗ୍ରହ କରୁଥିବା ଅର୍ଥର ଏକ ଭାଗ ଦାତବ୍ୟ ଅନୁଷ୍ଠାନକୁ ପ୍ରଦାନ କରିଥାଏ ବୋଲି ତଦନ୍ତ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି ସୂଚନା ଦେଇଛନ୍ତି। ଶୁକ୍ରବାରଠାରୁ କମ୍ପାନୀ ଅଫ୍‌ଲାଇନରେ ଇନ୍ଧନ ପରିବହନ କରିବା ସହ ସେବା ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଜାରି ରଖିଥିବା କହିଛି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଇନ୍ଧନ ଦର ବଢ଼ି ନାହିଁ। ତେବେ ଏଭଳି ଅବସ୍ଥା ଅଧିକ ଦିନ ଲାଗି ରହିଲେ ଦର ବଢ଼ିବା ଆଶଙ୍କା ରହିଛି। ମଙ୍ଗଳବାର ସୁଦ୍ଧା ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ବଡ଼ ବିପର୍ଯ୍ୟୟ ଦେଖାଦେବ ବୋଲି ତୈଳ ବଜାର ବିଶ୍ଳେଷକ ଗୌରବ ଶର୍ମା କହିଛନ୍ତି। ଜର୍ଜିଆର କଲୋନିଆଲ ପାଇପ୍‌ଲାଇନ ଦ୍ୱାରା ପରିଚାଳିତ ଉକ୍ତ ପାଇପ୍‌ରେ ଟେକ୍ସାସ୍‌ରୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଗ୍ୟାସୋଲିନ୍‌, ଡିଜେଲ ଓ ପେଟ୍ରୋଲ ପରିବହନ ହେଉଥିଲା। ସାଇବର ଅପରାଧୀମାନେ ଡାଟା ଏନ୍‌କ୍ରିପ୍ଟ କରିବା ସହ ନେଟ୍‌ଓ୍ବର୍କକୁ ଅଚଳ କରିଦେବା ଫଳରେ କମ୍ପ୍ୟୁଟର ସିଷ୍ଟମ ଲକ୍‌ ହୋଇଯାଏ। ଏହା ପରେ ସେମାନେ ରାନ୍‌ସମଓ୍ବେର ଆକ୍ରମଣରୁ ସିଷ୍ଟମକୁ ମୁକ୍ତ କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବି କରିଥାନ୍ତି। ତେବେ କଲୋନିଆଲ ପାଇପ୍‌ଲାଇନକୁ ସାଇବର ଅପରାଧୀ ଅର୍ଥ ମାଗିଛନ୍ତି କି ନାହିଁ କିମ୍ବା ବୁଝାମଣା ହୋଇଛି କି ନାହିଁ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ।
ସାଇବର ଆକ୍ରମଣ ଆମେରିକାର ବାଣିଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ପ୍ରତିକାର ଲାଗି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ସହ ମିଶି ଉଦ୍ୟମ ଚଳାଇଥିବା ଆମେରିକା ବାଣିଜ୍ୟ ସଚିବ ରାଇମଣ୍ଡୋ କହିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ସାଇବର ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?