ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ ୧୮ ରାଜ୍ୟକୁ ଡିଜେଲ୍‌, ପେଟ୍ରୋଲ ଓ ଜେଟ୍‌ ଇନ୍ଧନ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଇଷ୍ଟ କୋଷ୍ଟର ୪୫ ପ୍ରତିଶତ ଇନ୍ଧନ ଉକ୍ତ ପାଇପ୍‌ଲାଇନରେ ପରିବହନ ହେଉଥିଲା। ୩ ଦିନ ହେଲା ଲାଇନରେ ଯୋଗାଣ ବନ୍ଦ ରହିଛି। ଫଳରେ ଆମେରିକା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସଡ଼କ ପଥରେ ଇନ୍ଧନ ପରିବହନ ଲାଗି ସରକାର ନିୟମ କୋହଳ କରିଛନ୍ତି। ଅର୍ଥାତ୍‌ ୧୮ ରାଜ୍ୟର ଡ୍ରାଇଭରମାନେ ଅଧିକ ସମୟ କାର୍ଯ୍ୟ କରି ପେଟ୍ରୋଲିୟମ ସାମଗ୍ରୀ ପରିବହନ କରିପାରିବେ।
ଡାର୍କସାଇଡ୍‌ ନାମକ ଅପରାଧୀ ଗ୍ୟାଙ୍ଗ ଏଭଳି ସାଇବର ଆକ୍ରମଣରେ ସମ୍ପୃକ୍ତ ଥିବା କୁହାଯାଉଛି। ଏହି ଗ୍ୟାଙ୍ଗ ବିଭିନ୍ନ କର୍ପୋରେଶନଠାରୁ ସଂଗ୍ରହ କରୁଥିବା ଅର୍ଥର ଏକ ଭାଗ ଦାତବ୍ୟ ଅନୁଷ୍ଠାନକୁ ପ୍ରଦାନ କରିଥାଏ ବୋଲି ତଦନ୍ତ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି ସୂଚନା ଦେଇଛନ୍ତି। ଶୁକ୍ରବାରଠାରୁ କମ୍ପାନୀ ଅଫ୍‌ଲାଇନରେ ଇନ୍ଧନ ପରିବହନ କରିବା ସହ ସେବା ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଜାରି ରଖିଥିବା କହିଛି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଇନ୍ଧନ ଦର ବଢ଼ି ନାହିଁ। ତେବେ ଏଭଳି ଅବସ୍ଥା ଅଧିକ ଦିନ ଲାଗି ରହିଲେ ଦର ବଢ଼ିବା ଆଶଙ୍କା ରହିଛି। ମଙ୍ଗଳବାର ସୁଦ୍ଧା ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ବଡ଼ ବିପର୍ଯ୍ୟୟ ଦେଖାଦେବ ବୋଲି ତୈଳ ବଜାର ବିଶ୍ଳେଷକ ଗୌରବ ଶର୍ମା କହିଛନ୍ତି। ଜର୍ଜିଆର କଲୋନିଆଲ ପାଇପ୍‌ଲାଇନ ଦ୍ୱାରା ପରିଚାଳିତ ଉକ୍ତ ପାଇପ୍‌ରେ ଟେକ୍ସାସ୍‌ରୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଗ୍ୟାସୋଲିନ୍‌, ଡିଜେଲ ଓ ପେଟ୍ରୋଲ ପରିବହନ ହେଉଥିଲା। ସାଇବର ଅପରାଧୀମାନେ ଡାଟା ଏନ୍‌କ୍ରିପ୍ଟ କରିବା ସହ ନେଟ୍‌ଓ୍ବର୍କକୁ ଅଚଳ କରିଦେବା ଫଳରେ କମ୍ପ୍ୟୁଟର ସିଷ୍ଟମ ଲକ୍‌ ହୋଇଯାଏ। ଏହା ପରେ ସେମାନେ ରାନ୍‌ସମଓ୍ବେର ଆକ୍ରମଣରୁ ସିଷ୍ଟମକୁ ମୁକ୍ତ କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବି କରିଥାନ୍ତି। ତେବେ କଲୋନିଆଲ ପାଇପ୍‌ଲାଇନକୁ ସାଇବର ଅପରାଧୀ ଅର୍ଥ ମାଗିଛନ୍ତି କି ନାହିଁ କିମ୍ବା ବୁଝାମଣା ହୋଇଛି କି ନାହିଁ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ।
ସାଇବର ଆକ୍ରମଣ ଆମେରିକାର ବାଣିଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ପ୍ରତିକାର ଲାଗି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ସହ ମିଶି ଉଦ୍ୟମ ଚଳାଇଥିବା ଆମେରିକା ବାଣିଜ୍ୟ ସଚିବ ରାଇମଣ୍ଡୋ କହିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ସାଇବର ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡା ସଂସଦରେ କନ୍ନଡରେ ଭାଷଣ ଦେଲେ ଏମ୍‌ପି

ଓଟଓ୍ବା,୨୦।୫: କର୍ନାଟକରେ ଜନ୍ମିତ କାନାଡାର ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ସେଠାକାର ସଂସଦରେ କନ୍ନଡରେ ଭାଷଣ ଦେଇଛନ୍ତି। ସେ ଏହି ଭାଷଣର ଭିଡିଓ ନିଜ ଟୁଇଟରରେ ପୋଷ୍ଟ...

କରୋନା ଆକ୍ରାନ୍ତ ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ହେଲେ ଟ୍ରୋଲ

ଇସଲାମାବାଦ,୨୬।୩: ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ଶନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ...

ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି...

୮ ବର୍ଷ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ଟୁଇଟ୍‌ କରିଥିଲେ ଏହି ବ୍ୟକ୍ତି

କାର୍ଲିଫର୍ଣ୍ଣିଆ,୨୭।୧: ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଆସିବା ପରେ ଆମେରିକାରେ ଶୋକର...

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…

ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ...

କରୋନା ମୁକାବିଲା ପାଇଁ ଡବ୍ଲୁଏଚ୍‌ଓକୁ ୨୦ ନିୟୁତ ଡଲାର ସହାୟତା ଦେବ ଚାଇନା

ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)କୁ ୨୦ ନିୟୁତ ଡଲାର...

ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

Advertisement
Archives

Model This Week