କାଉଡ଼ିଆ ନଦୀ, ସମୁଦ୍ରରେ ମିଶିଲା ପାଇପ୍‌ଲାଇନ ତେଲ

ପାରାଦୀପ,୨୧ା୧୦(ଶରତ ରାଉତ): ପାରାଦୀପରେ ବ୍ୟାପକ ଚୋରା କାରବାର ଘଟଣାକୁ ନେଇ ଅଘଟଣ ଘଟୁଥିଲେ ହେଁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁନାହିଁ। ୨ ଦିନ ତଳେ ମାଛଧରା ଡଙ୍ଗାରେ ବିଦେଶୀ ମଦ, ସିଗାରେଟ କାରବାର ସମୟରେ ଜଣେ ଯୁବକ ପାଣିରେ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ମନରୁ ନ ଯାଉଣୁ ପୁଣି ସେହି ନେହେରୁ ବଙ୍ଗଳା ଅଞ୍ଚଳରେ ରବିବାର ଆଉ ଏକ ଘଟଣା ଘଟିଛି। ପାରାଦୀପ ମେରାଇନ ଥାନା ଅନ୍ତର୍ଗତ ନେହେରୁ ବଙ୍ଗଳା ରାସ୍ତାର ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଛକ ପାଖରେ ମାଟି ତଳେ ଯାଇଥିବା ଇଣ୍ଡିଆନ୍‌ ଅଏଲ ପାଇପ୍‌ଲାଇନରୁ ବିପୁଳ ତେଲ ନିର୍ଗତ ହୋଇ ନିକଟସ୍ଥ କାଉଡ଼ିଆ ନଦୀ ଓ ସମୁଦ୍ରରେ ମିଶିଛି। ଘଟଣା ପ୍ରଘଟ ହେବାପରେ ଇଣ୍ଡିଆନ୍‌ ଅଏଲ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କଣାହୋଇଥିବା ପାଇପ୍‌ଲାଇନକୁ ମରାମତି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇନାହିଁ ବୋଲି ମେରାଇନ ଥାନାଧିକାରିଣୀ ସୁଜାତା ବେହେରା କହିଛନ୍ତି। ଘଟଣା ସମ୍ପର୍କରେ ଇଣ୍ଡିଆନ୍‌ ପାଇପ୍‌ଲାଇନ ଅଧିକାରୀ ଅମିତ୍‌ କୁମାରଙ୍କୁ ପଚାରିଲେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ତେବେ ଯେଉଁ ଜାଗାରେ ତେଲ ପାଇପ୍‌ କଣା କରାଯାଇଛି, ସେଠାରେ ୨୪ ଘଣ୍ଟିଆ ଘରୋଇ ସିକ୍ୟୁରିଟି ମୁତୟନ କରାଯାଇଛି। ମାଟିରେ ମିଶିଥିବା ତେଲ କଳାଥିବା ବେଳେ ତାହା ଡିଜେଲ ଭଳି ଗନ୍ଧ ହେଉଥିଲା। ଯେଉଁଠି କଣା ହୋଇଛି ସେଠାରେ ପ୍ଲାଷ୍ଟିକ ବ୍ୟାରେଲ, ଛୋଟ ପାଇପ ଆଦି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ସାଉଥ୍‌ ଅଏଲ ବର୍ଥଠାରୁ ବାଉରିଆପାଳନନ୍ଦା ତୈଳ ଟର୍ମିନାଲ ପର୍ଯ୍ୟନ୍ତ ୧୩ କି.ମି. ୪ ଥାକିଆ ପାଇପ୍‌ଲାଇନ ମାଟି ତଳେ ଯାଇଛି। ଜାହାଜରେ ଆସୁଥିବା ତେଲ ସେହି ପାଇପ୍‌ଲାଇନ ଯୋଗେ ଟର୍ମିନାଲ ପର୍ଯ୍ୟନ୍ତ ନେବା ଆଣିବା କରାଯାଏ। ଉକ୍ତ ପାଇପ୍‌ଲାଇନ କାଉଡ଼ିଆ ନଦୀ ପାଖ ହେନ୍ତାଳ ବଣ ଓ ରାସ୍ତା ମଝିରେ ରହିଛି। ତେଲ ଚୋରମାନେ ଡଙ୍ଗାରେ ଆସି ବଣ ଭିତରେ ମାଟି ଖୋଳି ପାଇପ୍‌ କଣା କରି ତେଲ ସଂଗ୍ରହ କରିଥାନ୍ତି। ଏହା ପ୍ରାୟତଃ ଚାଲୁଥିବା ଅଭିଯୋଗ ହୁଏ। ଏହି କାର୍ଯ୍ୟରେ ଅଧିକାରୀ, ପୋଲିସ ଓ ଚୋରା ବେପାରୀଙ୍କ ମଧ୍ୟରେ ସମନ୍ବୟ ରହିଥାଏ ବୋଲି କୁହାଯାଏ। ସେମିତି ତେଲ ପାଇପ୍‌ କଣା କରିବା ସମୟରେ ତାହା ଫାଟି ଅଧିକ ମାତ୍ରାରେ ବାହାରି ଯାଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri