୪ ଜିଲାରେ ପାଇଲଟ୍‌ ପ୍ରକଳ୍ପ

ଭୁବନେଶ୍ୱର,୩।୮(ବ୍ୟୁରୋ): କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧୀକରଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର କୃଷିଭବନଠାରେ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ୪ ଜିଲାରେ ପାଇଲଟ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେବ। ମୋଟ ୭ ବ୍ଲକ୍‌ର ୨୭ ଗ୍ରାମ ପଞ୍ଚାୟତର ୧୦୧ ଗ୍ରାମର ୧୬ହଜାର ଚାଷୀ ଉପକୃତ ହେବେ। ୧୮ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରୁ ୩,୩୪୩ ହେକ୍ଟର ଡାଲିଜାତୀୟ ଫସଲ, ୩,୭୪୫ ହେକ୍ଟର କପା ଫସଲ, ୯୨୮ ହେକ୍ଟର ତୈଳବୀଜ, ୨,୪୫୧ ହେକ୍ଟର ମକା, ୧,୩୨୨ ହେକ୍ଟର ମାଣ୍ଡିଆ ଏବଂ ୪୧୮ ହେକ୍ଟର ପନିପରିବା ଚାଷ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ଫସଲର ବିବିଧୀକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଙ୍ଗଠନକୁ ପ୍ରୋତ୍ସାହିତ କରାଯିବ। ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ତାଲିମ ଦିଆଯିବ। ଏହି ଯୋଜନାରେ ଅଣଧାନ ଫସଲ ଚାଷ, ମୃତ୍ତିକା ସ୍ବାସ୍ଥ୍ୟ ସଂରକ୍ଷଣ, ପୁଷ୍ଟି ବିବିଧୀକରଣ ଓ ଜଳ ବିନିଯୋଗ ଦକ୍ଷତା ବୃଦ୍ଧି ଆଦିର ଉପକାରିତା ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ମନ୍ତ୍ରୀ ସାହୁ ଡିବିଟି ମାଧ୍ୟମରେ ଚାଷୀଙ୍କୁ ରିହାତି ପ୍ରଦାନ ନିମନ୍ତେ ‘ଡିବିଟି ଇନ୍‌ପୁଟ୍‌ ଓଡ଼ିଶା ପୋର୍ଟାଲ୍‌’ର ଶୁଭାରମ୍ଭ କରିଥିଲେ। ସେ କହିଲେ, ଚଳିତ ୨୦୨୧-୨୨ ବର୍ଷରେ ଚାଷୀଙ୍କୁ ବିଭିନ୍ନ ପ୍ରକାର କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦିର କ୍ରୟ ପାଇଁ ଦିଆଯାଉଥିବା ରିହାତିକୁ ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ କରାଯିବ। ଚାଷୀମାନେ ସରକାରୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିପାରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏହି ବ୍ୟବସ୍ଥାକୁ ମୋବାଇଲ୍‌ ଆପ୍‌ ଓ ୱେବ୍‌ ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା କୃଷକ କଲ୍ୟାଣକାରୀ ଯୋଜନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ରହିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଶାସନ ସଚିବ ଆର୍‌. ରଘୁପ୍ରସାଦ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ବିଭିନ୍ନ ଜିଲାର କୃଷି ଅଧିକାରୀ ଓ ଚାଷୀମାନେ ଭର୍ଚୁଆଲରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri