ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ ଲମ୍ବା ବ୍ରିଟିଶ ନିର୍ମିତ କେନାଲ, ଜମ୍ବୁ ଲକ୍‌ଠାରେ ଗେଷ୍ଟ ହାଉସ୍‌ ଭଳି ଅନେକ କିମ୍ବଦନ୍ତୀ ରହିଛି। ଏହା ମଧ୍ୟରେ ଏକ ରୋଚକ କାହାଣୀ ଏବେବି ଶୁଣିବାକୁ ମିଳୁଛି। ୧୮୬୬-୬୭ରେ ପୂର୍ବ ଉପକୂଳରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି ହୋଇଥିଲା, ଯାହାକି ଦେଶର ତଥା ବଙ୍ଗୋପସାଗର ପୂର୍ବ ଉପକୂଳ ଅଞ୍ଚଳରେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଫଳରେ ବ୍ରିଟିଶ ଶାସକମାନେ ଖାଦ୍ୟ ଯୋଗାଇ ଦେବା ପାଇଁ ଫରାସୀ ନିର୍ମିତ ଏକ ବୃହତ୍‌ ପଣ୍ୟବାହୀ ଜାହାଜରେ ଚାଉଳ, ଗହମ, ଚୁଡା, ଗୁଡ, ନଡ଼ିଆ, ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ପଦାର୍ଥ ବିଦେଶରୁ ଆସୁଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ (ହୁକିଟୋଲା ୧୮୩୬-୩୮ ନିର୍ମିତ)ର ଅନତିଦୂରରେ ଗଭୀର ସମୁଦ୍ରରେ ବାଲିସ୍ତୂପ ଯୋଗୁ ସେଥିରେ ମାଡ଼ ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଜନ ଜୀବନ ସହ ସମସ୍ତ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଥିଲା।
ଜାହାଜରେ ଆସୁଥିବା ଏହି ଶୁଖିଲା ଖାଦ୍ୟ ହୁକିଟୋଲା ବୃହତ୍‌ ଗୋଦାମ ଘରେ ଗଚ୍ଛିତ ରଖାଯାଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଷ୍ଟିମର ଯୋଗେ କଟକ-ଚାନ୍ଦବାଲି-ପୁରୀ-ଧାମରା ଓ ବାଲେଶ୍ୱର ଆଦି ଅଞ୍ଚଳକୁ ଜଳପଥ ଦେଇ ଖାଦ୍ୟ ପଦାର୍ଥ ପରିବହନ କରାଯାଇ ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ଯୋଗାଇ ଦେବାର ଯୋଜନା ଥିଲା। ହେଲେ ଜାହାଜ ବୁଡ଼ିବା ପରେ ବ୍ରିଟିଶ ଶାସକମାନେ ଚିନ୍ତାରେ ପଡ଼ିଥିଲେ। ଅପରପକ୍ଷରେ ବ୍ରିଟିଶ ଶାସନ କାଳର ପରବର୍ତ୍ତୀ ସମୟରେ ଏହି ଜାହାଜ ଦୁର୍ଘଟଣା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।
ପରବର୍ତ୍ତୀ ସମୟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦୁର୍ଘଟଣା ହୋଇଥିବାରୁ ପ୍ରବେଶ କଟକଣା ରହିଛି। ହେଲେ ୨୦୧୧-୧୨ରେ ଜାତୀୟ ଆନ୍ତର୍ଜାତିକ ସାମୁଦ୍ରିକ ବୁଡ଼ାଳି ସବୀର ବକ୍ସ ବିନା ଅନୁମତିରେ ଏହି ଦୁର୍ଘଟଣାଗ୍ରସ୍ତ ଜାହାଜର ସବିଶେଷ ତଥ୍ୟ ଅନୁସନ୍ଧାନ କରିବା ପାଇଁ ବୁଡ଼ି ବିଭିନ୍ନ ଅଂଶ ନିରୀକ୍ଷଣ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତତ୍କାଳୀନ ଜମ୍ବୁ ତଥା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମିହିର ପଟ୍ଟନାୟକ ବେଆଇନ ଭାବରେ ପ୍ରବେଶ କରିଥିବାରୁ ସବୀର ବକ୍ସଙ୍କ ନାମରେ ମାମଲା ରୁଜୁ କରିଥିଲେ। ଅପରପକ୍ଷରେ ଏହି ଜାହାଜର ବିଭିନ୍ନ ଯନ୍ତ୍ରାଂଶ ଜଳଦସ୍ୟୁମାନେ କଟରରେ କାଟି ନେଇଛନ୍ତି। ଅଦ୍ୟାବଧି କେବଳ ଜାହାଜର ଦୁଇ ପାର୍ଶ୍ୱରେ ମଙ୍ଗଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ହେବା ଦୃଷ୍ଟାନ୍ତ ରହିଛି ବୋଲି ଜମ୍ବୁ, ଖରିନାସି, ରାମନଗର ଅଞ୍ଚଳର ଶକ୍ତିପଦମିର୍ଦ୍ଧା ଓ ଗୋପୀ ରଖିତ ପ୍ରମୁଖ ମତ୍ସ୍ୟଜୀବୀ କହିଛନ୍ତି। ଅପରପକ୍ଷରେ ସପ୍ତାହ ପୂର୍ବେ ପାରାଦୀପରୁ କାର୍ଗୋ ଜାହାଜ ବଙ୍ଗୋପସାଗର ଗଭୀର ମଝି ସମୁଦ୍ରରେ ବୁଡ଼ିବା ନେଇ ବ୍ରିଟିଶ ଶାସନ ସମୟରେ ଭେଲଦା ଜାହାଜ ବୁଡିବା ଅନେକ ସାମଞ୍ଜସ୍ୟ ରହିଛି। ଦୁର୍ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ସେ ସମୟରେ ହୁକିଟୋଲାରେ ନିୟୋଜିତ ଛପାଲି ବଡ଼ତୋଟା ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri