ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ ହେଲେ ଛାତ୍ରୀଛାତ୍ରଙ୍କ ପାଇଁ ବାରମ୍ବାର ଏକ୍ସ-ରେଗୁଲାର ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସେମାନେ ଥରେ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇଥିଲେ, ତାହାର ମାର୍କ ତିନିବର୍ଷ ପର୍ଯ୍ୟନ୍ତ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ସମୟ ଭିତରେ ବାରମ୍ବାର ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେବାକୁ ପଡିବ ନାହିଁ। ତିନିବର୍ଷ ପରେ ଏକ୍ସ-ରେଗୁଲାର ପିଲାଙ୍କୁ ପୁନଃ ଏହି ପରୀକ୍ଷା ଦେବାକୁ ହେବ। ପରିଷଦର ଏକାଡେମିକ କମିଟି ବୈଠକରେ ଏନେଇ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ୨୦୨୬ ବାର୍ଷିକ ପରୀକ୍ଷା ସମୟରେ କେତେଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ଅସୁବିଧା
ଓ ଅସଙ୍ଗତି ଉପରେ ଆଲୋଚନା ପରେ ଇଣ୍ଟରନାଲ/ପ୍ରୋଜେକ୍ଟ ମାର୍କର ବୈଧତା ସମ୍ପର୍କରେ ଏହି ନୂଆ ବ୍ୟବସ୍ଥା କରାଯାଇଛି। ଜଣେ ପରୀକ୍ଷାର୍ଥୀ ଥରେ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇଥିଲେ, ସେଥିରେ ସେ ଅସଫଳ ହେଲେ ମଧ୍ୟ ଉକ୍ତ ମାର୍କ ତିନିବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଏହି ଅବଧି ମଧ୍ୟରେ ପରୀକ୍ଷାର୍ଥୀ ଥିଓରୀ ପରୀକ୍ଷା ଦେଇପାରିବେ। କିନ୍ତୁ ପୁନଃ ଇଣ୍ଟରନାଲ ପରୀକ୍ଷା ଦେବା ଆବଶ୍ୟକ ହେବ ନାହିଁ। ତିନିବର୍ଷ ମଧ୍ୟରେ ପାସ କରିପାରି ନ ଥିଲେ, ପରବର୍ତ୍ତୀ ବର୍ଷ ଏକ୍ସ-ରେଗୁଲାର୍‌ ଭାବେ ପରୀକ୍ଷା ଦେବା ପୂର୍ବରୁ ପୁନର୍ବାର ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେବାକୁ ପଡ଼ିବ। କୌଣସି ପରୀକ୍ଷାର୍ଥୀ ଥିଓରୀ ପରୀକ୍ଷାରେ ଉପସ୍ଥିତ ରହି ଇଣ୍ଟରନାଲ କିମ୍ବା ପ୍ରୋଜେକ୍ଟ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଲେ, ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କ ଲିଖିତ ଅନୁମତି ନେଇ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା କେନ୍ଦ୍ର ଅଧୀକ୍ଷକ ପରୀକ୍ଷା ଅବଧି ମଧ୍ୟରେ ତାଙ୍କ ପାଇଁ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷାର ବ୍ୟବସ୍ଥା କରିପାରିବେ। ଏହି ନୂଆ ବ୍ୟବସ୍ଥା ଏଏଚ୍‌ଏସ୍‌ଇ-୨୦୨୭ରୁ ଲାଗୁ ହେବ। ଏହାଦ୍ୱାରା ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ଉଭୟ ବର୍ଗର ପରୀକ୍ଷାର୍ଥୀଙ୍କ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି।
ସେହିପରି ଏକାଡେମିକ କମିଟି ବୈଠକରେ ବିଭିନ୍ନ ବୋର୍ଡ ଓ ଶିକ୍ଷା ସଂସ୍ଥାର ପ୍ରମାଣପତ୍ରକୁ ସମକକ୍ଷ ମାନ୍ୟତା ପ୍ରଦାନ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ହୋଇଛି। ଜାମିଆ ଉର୍ଦ୍ଦୁ ବୋର୍ଡ, ଆଲିଗଡ଼ର ‘ଆଦିବ-ଇ-ମାହିର’ ସାର୍ଟିଫିକେଟକୁ ସିଏଚ୍‌ଏସ୍‌ଇର ଉଚ୍ଚ ମାଧ୍ୟମିକ ପରୀକ୍ଷା ସହ ସମକକ୍ଷ ଭାବେ ବିବେଚନା କରାଯିବ। ସେହିପରି ସିକିମ ମୁକ୍ତ ବିଦ୍ୟାଳୟ ଓ ଦକ୍ଷତା ଶିକ୍ଷା ବୋର୍ଡର ମାନବିକ ଓ ବାଣିଜ୍ୟ ବିଭାଗର ବିଷୟଗୁଡ଼ିକୁ ସମକକ୍ଷ ମାନ୍ୟତା ଦିଆଯାଇଛି। ତେବେ ପ୍ରାକ୍ଟିକାଲ ଥିବା ବିଜ୍ଞାନ ବିଷୟଗୁଡ଼ିକୁ ସିଏଚ୍‌ଏସ୍‌ଇ ପକ୍ଷରୁ ସମକକ୍ଷ ମାନ୍ୟତା ଦିଆଯାଇନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri