ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି ଏବଂ ରବିବାର ଅଟେ, ଯାହା ସୂର୍ଯ୍ୟଦେବଙ୍କୁ ସମର୍ପିତ। ଏହା ସହିତ ଦ୍ୱିତୀୟ ଚାତୁର୍ମାସ୍ୟର ଷଷ୍ଠ ଦିନ ମଧ୍ୟ। ଏହି ଦିନ ଅଗସ୍ତ୍ୟ ଅର୍ଘ୍ୟ ଦିଆଯାଏ, ଯାହାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଉତ୍ତରା ଭାଦ୍ରପଦ ନକ୍ଷତ୍ର ସହ ‘ସର୍ୱାର୍ଥ ସିଦ୍ଧି ଯୋଗ’ ପରି ଶୁଭ ଯୋଗର ସଂଯୋଗ ବନୁଛି। ଏହି କାରଣରୁ ଅଟକି ରହିଥିବା କାମ ପୁଣି ଟ୍ରାକ୍‌କୁ ଫେରିପାରେ ଏବଂ ନୂଆ ସୁଯୋଗ ମଧ୍ୟ ସାମ୍ନାକୁ ଆସିପାରେ।

ଏହି ଦିନ ଗ୍ରହମାନଙ୍କର ଚାଲ ବେଶ ର୍ନିଣ୍ଣାୟକ ରହିବ। ୩୦ ଅଗଷ୍ଟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ କେତୁଙ୍କର ତ୍ରିଗ୍ରହୀ ଯୁତି ସକ୍ରିୟ ରହିବ। ସୂର୍ଯ୍ୟ ନିଜ ସ୍ୱରାଶି ସିଂହରେ ଥିବାରୁ ଅତ୍ୟନ୍ତ ବଳବାନ ରହିବେ, ଯାହାଫଳରେ ‘ବୁଧାଦିତ୍ୟ ଯୋଗ’ର ପ୍ରଭାବ ବହୁଗୁଣିତ ହୋଇଯିବ। ଅନ୍ୟପଟେ ଗୁରୁ (ବୃହସ୍ପତି) କର୍କଟ ରାଶିରେ ଉଚ୍ଚ ଅବସ୍ଥାରେ ଥିବାରୁ ଜ୍ଞାନ ଏବଂ ଧନର ପ୍ରଚୁରତା ମିଳିବ।

ଏହା ସହିତ ଚନ୍ଦ୍ରମା ମୀନ ରାଶିରେ ପ୍ରବେଶ କରି ଶନିଙ୍କ ସହ ଯୁତି ବନାଇବେ, ଯାହାଫଳରେ ଭାବନାରେ କିଛିଟା ଉତ୍ଥାନ-ପତନ ରହିପାରେ। ମଙ୍ଗଳ ମିଥୁନ ରାଶିରେ, ଶୁକ୍ର କନ୍ୟା ରାଶିରେ, ଶନି ମୀନ ରାଶିରେ ବକ୍ରୀ ଅବସ୍ଥାରେ, ରାହୁ କୁମ୍ଭ ରାଶିରେ ଏବଂ କେତୁ ସିଂହ ରାଶିରେ ଅବସ୍ଥାନ କରିବେ।

ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ୩୦ ଅଗଷ୍ଟର ଏହି ଗ୍ରହ ସ୍ଥିତି କ୍ୟାରିୟର, ବ୍ୟବସାୟ ଏବଂ ରୋଜଗାର ଦୃଷ୍ଟିରୁ ଗେମ-ଚେଞ୍ଜର ସାବ୍ୟସ୍ତ ହୋଇପାରେ। ବିଶେଷ କରି ଦୀର୍ଘ ଦିନରୁ କୌଣସି ବଡ଼ ସଫଳତାକୁ ଅପେକ୍ଷା କରିଥିବା ଲୋକଙ୍କୁ ଏହାର ଫାଇଦା ମିଳିବ। ଏହି ଦୁର୍ଲଭ ଯୋଗ ସବୁ ରାଶି ଉପରେ ପ୍ରଭାବ ପକାଇବ, କିନ୍ତୁ ୫ଟି ରାଶିର ଜାତକଙ୍କ ପାଇଁ ଏହି ସମୟ କୌଣସି ବରଦାନଠାରୁ କମ ହେବନାହିଁ।

ମେଷ ରାଶି
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ୩୦ ଅଗଷ୍ଟ କାମକାର୍ଯ୍ୟ ଦୃଷ୍ଟିରୁ ବେଶ ଆକ୍ଟିଭ ରହିବ। ସୂର୍ଯ୍ୟ ଓ ବୁଧଙ୍କ ମଜବୁତ ସ୍ଥିତି ଆପଣଙ୍କ ଚିନ୍ତାଶକ୍ତି ଓ ର୍ନିଣ୍ଣୟ ନେବାର କ୍ଷମତାକୁ ବୃଦ୍ଧି କରିବ। କ୍ୟାରିୟରରେ ନୂଆ ପ୍ରୋଜେକ୍ଟ କିମ୍ୱା ଦାୟିତ୍ୱ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ଗାମ୍ଭୀର୍ଯ୍ୟର ସହ ଗ୍ରହଣ କରାଯିବ। ବ୍ୟବସାୟୀମାନେ ପୁରୁଣା ସମ୍ପର୍କରୁ ଲାଭବାନ ହେବେ। ଉପାର୍ଜନର ନୂଆ ବାଟ ଫିଟିବ।

ବୃଷ ରାଶି
ଆର୍ଥିକ ମାମଲାରେ ଏହି ଦିନଟି ନୂଆ ଆଶା ନେଇ ଆସିବ। ଗୁରୁଙ୍କ ଶୁଭ ଦୃଷ୍ଟି ଆପଣଙ୍କ ରୋଜଗାର ଏବଂ ସମ୍ୱଳ ବୃଦ୍ଧିରେ ସାହାଯ୍ୟ କରିବ। ଚାକିରିରେ ଆପଣଙ୍କ ପରିଶ୍ରମର ଫଳ ଦୃଶ୍ୟମାନ ହେବ ଏବଂ ବସ ଆପଣଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହେବେ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରିପାଇବାର ସମ୍ଭାବନା ଅଛି। ପରିବାର ସହ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଉପରେ ଆଲୋଚନା ହେବ। ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ ନିୟନ୍ତ୍ରଣରେ ରଖନ୍ତୁ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ ଏବଂ ଘର ସହ ଜଡ଼ିତ କୌଣସି ନିଷ୍ପତ୍ତି ମାନସିକ ଶାନ୍ତି ଦେବ।

କର୍କଟ ରାଶି
କର୍କଟ ରାଶିର ଜାତକଙ୍କ ପାଇଁ ଏହି ଦିନଟି ଆତ୍ମବିଶ୍ୱାସ ଓ ଅଗ୍ରଗତିର ଦିନ ହେବ। ଗୁରୁଙ୍କ ଉଚ୍ଚ ସ୍ଥିତି ଆପଣଙ୍କୁ ନିଷ୍ପତ୍ତି ନେବାରେ ସଠିକ ଦିଗଦର୍ଶନ ଦେବ। କ୍ୟାରିୟରରେ ଦୀର୍ଘ ଦିନରୁ ଅଟକିଥିବା ସୁଯୋଗ ପୁଣି ସାମ୍ନାକୁ ଆସିବ। ଚାକିରି ବଦଳାଇବାକୁ ଚାହୁଁଥିଲେ କୌଣସି ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ବ୍ୟବସାୟରେ ଆପଣଙ୍କ ବୁଦ୍ଧିମତ୍ତା କାମରେ ଆସିବ ଏବଂ ପୁରୁଣା କ୍ଲାଏଣ୍ଟ ପୁଣି ଯୋଡ଼ିହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଦାୟିତ୍ୱ ସହ ସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ସ୍ପଷ୍ଟ ହେବେ।

ତୁଳା ରାଶି
କ୍ୟାରିୟର ଏବଂ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ତୁଳା ରାଶି ପାଇଁ ଦିନଟି ବିଶେଷ ଅଟେ। ସୂର୍ଯ୍ୟଙ୍କ ପ୍ରଭାବ ଆପଣଙ୍କ କାର୍ଯ୍ୟ ଓ ସଫଳତାକୁ ସାମ୍ନାକୁ ଆଣିବ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନଙ୍କୁ ନୂଆ ଡିଲ କିମ୍ୱା ପାର୍ଟନରସିପ କରିବାର ସୁଯୋଗ ମିଳିବ। ରୋଜଗାର ବଢ଼ାଇବା ପାଇଁ କୌଣସି ବ୍ୟାବହାରିକ ଉପାୟ କାମ କରିବ। ସମାଜରେ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଯୋଡ଼ିହେବ। ପରୀକ୍ଷା ଓ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଫଳପ୍ରଦ ରହିବ।

ମୀନ ରାଶି
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ୩୦ ଅଗଷ୍ଟ ଜ୍ଞାନ, ପାଠପଢ଼ା ଏବଂ ଭବିଷ୍ୟତ ଯୋଜନା ପାଇଁ ଉତ୍ତମ ରହିବ। ଉଚ୍ଚ ଗୁରୁଙ୍କ ସ୍ଥିତି ଆପଣଙ୍କ ବୁଝାମଣା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ସ୍କିଲ ଟେଷ୍ଟରେ ସଫଳତା ପାଇବେ। ଚାକିରିରେ ନୂଆ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ବ୍ୟବସାୟରେ ଦୂର ସ୍ଥାନର କ୍ଲାଏଣ୍ଟ କିମ୍ୱା ଅନଲାଇନ କାମରୁ ଲାଭ ମିଳିବ। ଧନ ଆଗମନ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖିବା ଜରୁରୀ। କୌଣସି ପୁରୁଣା ଲକ୍ଷ୍ୟ ଉପରେ ପୁନର୍ୱାର କାମ ଆରମ୍ଭ କରିବା ଦ୍ୱାରା ମନକୁ ମାନସିକ ସନ୍ତୋଷ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri