ଅକ୍ଟୋବରରେ ପିକ୍‌କୁ ଯିବ କରୋନା ସଂକ୍ରମଣ, ଦୈନିକ ଚିହ୍ନଟ ହେବେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ,୩ ।୮: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଦେଖାଦେଇଛି । ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ଅଗଷ୍ଟରେ କରୋନାର ତୃତୀୟ ଲହର ଆସିଯିବା ସହ ଅକ୍ଟୋବରରେ ଏହା ପିକ୍‌କୁ ଯିବ । ସେତେବେଳେ ଦିନକୁ ଦେଢ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ । ଭାରତୀୟ ପ୍ରାଦ୍ଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ହାଇଦ୍ରାବାଦ ଓ କାନପୁରର ବିଶେଷଜ୍ଞମାନେ ଏହି ଅନୁମାନ ମ୍ୟାଥମେଟିକାଲ ମଡେଲ ଆଧାରରେ ଲଗାଇଥିବା ପ୍ରକାଶ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମୟ କ୍ରମେ ଅନ୍ୟ ରାଜ୍ୟରେ ବି ସ୍ଥିତି ଖରାପ ହେବ ବୋଲି ଅନୁମାନ କରାଯାଇଛି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ଲହର ଘାତକ ହେବ ନାହିଁ । କିନ୍ତୁ ଆରମ୍ଭରୁ ଆମକୁ କରୋନା ପ୍ରୋଟୋକଲ ପାଳନ କରିବାକୁ ପଡିବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ସାନିଟାଇଜର ବ୍ୟବହାର କରିବା ଇତ୍ୟାଦି ଉପରେ ଧ୍ୟାନ ଦେବା ଜରୁରୀ । ବିଶେଷ ଭାବେ ଶିଶୁ, ବୟସ୍କ ବ୍ୟକ୍ତି ଓ ରୋଗୀଙ୍କ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ । ଭିଡ ସ୍ଥାନକୁ ଆଦୌ ଯିବା ନାହିଁ କି ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ଗଣାବଳାତ୍କାର ମାମଲା: ଗିରଫ ହେଲେ ରାଜନେତାଙ୍କ ପୁଅ ସମେତ ୫ଅଭିଯୁକ୍ତ

ହାଇଦ୍ରାବାଦ,୪।୬: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର ଭିତରେ ଗଣବଳାତ୍କାର ମାମଲାରେ ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଇଛି,...

ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଲାଲକିଲାରେ ହେବ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୧ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ପ୍ରାୟ ୯ଟା ୧୫ରେ ନୂଆଦିଲ୍ଲୀର ଲାଲ କିଲାରେ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ...

ଅଜିତଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ମୁମ୍ବାଇ,୧୩।୭: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଅଜିତ ପାଓ୍ବାରଙ୍କ ସହ ତାଙ୍କର ୮ ବିଧାୟକଙ୍କୁ ମନ୍ତ୍ରିପଦର ଶପଥ ଦିଆସରିଛି। ହେଲେ ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ରାଜନୀତିରେ କେହି ଅବସର ନିଅନ୍ତି ନାହିଁ: ଲାଲୁ

ନୂଆଦିଲ୍ଲୀ,୬।୭: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମେଡିକାଲ ଚେକଅପ ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଖବରଦାତାଙ୍କ ସହ କଥା ହୋଇ ଭାଜପାକୁ...

ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଢେଙ୍କାନାଳର...

ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ ଲାଗି ସୁପାରିସ

ନୂଆଦିଲ୍ଲୀ,୨୬।୪(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୁଲାଇ ପରିବର୍ତ୍ତେ ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ କରିବା ଲାଗି ବିଶ୍ୱବିଦ୍ୟାଳୟ...

Advertisement
Archives

Model This Week