Posted inଜାତୀୟ

ପାଇଲଟ ଖୁସି: କହିଲେ କଂଗ୍ରେସ ଏବେ ଏକଜୁଟ…

ଜୟପୁର,୨୧।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ବହୁ ପ୍ରତୀକ୍ଷିତ ଅଦଳବଦଳ ହେବ। ଏହା ଅନ୍ତର୍ଗତ ୧୫ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୪ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ । ଯେଉଁଥିରେ ୧୧ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଏବଂ ଚାରିଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥି ସହିତ ଅଦଳବଦଳ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇ କହିଛନ୍ତି, କଂଗ୍ରେସରେ କୌଣସି ଗୋଷ୍ଠୀ ନାହିଁ।

ଏହି ସମୟରେ ସେ କହିଛନ୍ତି ଯେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିର୍ଦ୍ଦେଶକୁ କଂଗ୍ରେସ ଦଳ ପାଳନ କରୁଛି। କ୍ୟାବିନେଟରେ ଅଦଳ ବଦଳ ସମ୍ପର୍କରେ ସେ କହିଛନ୍ତି ଯେ ଗଭୀର ଚିନ୍ତା ପରେ ଦଳ ଗ୍ରହଣ କରିଥିବା ଭଲ ପଦକ୍ଷେପ ଯୋଗୁ ରାଜ୍ୟବାସୀଙ୍କ ନିକଟରେ ସକାରାତ୍ମକ ବାର୍ତ୍ତା ପହଞ୍ଚିପାରିବ॥

ସଚିନ ପାଇଲଟଙ୍କ ଦଳଗୋଷ୍ଠୀର ପାଞ୍ଚଜଣ ବିଧାୟକ ମନ୍ତ୍ରୀ ହେବେ ବୋଲି ପ୍ରକାଶିତ ଖବର ନେଇ ସେ କହିଛନ୍ତି ଯେ, କିଏ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ତାହା ଜଣାନାହିଁ। କଂଗ୍ରେସରେ ଗୋଷ୍ଠୀବାଦୀ ରାଜନୀତି ନାହିଁ। କଂଗ୍ରେସ ସମ୍ପୂଣ୍ଣ ଏକଜୁଟ ବୋଲି ସଚିନ କହିଛନ୍ତି। ଦଳ ନେଇଥିବା ପଦକ୍ଷେପ ଏକ ଭଲ ବାର୍ତ୍ତା ପଠାଇଛି। ସେ କହିଛନ୍ତି ଯେ ଦଳିତ ଏବଂ ଆଦିବାସୀଙ୍କୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଦିଆଯାଇଛି। ଚାରିଜଣ ଦଳୀୟ ମନ୍ତ୍ରୀ ନୂତନ କ୍ୟାବିନେଟରେ ଯୋଗ ଦେଇଛନ୍ତି, ଏହା ଜନସାଧାରଣଙ୍କୁ ଏକ ଭଲ ବାର୍ତ୍ତା ପଠାଇବ।

ସେ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ ଏବଂ ଭାଜପାର କୁକର୍ମର ପର୍ଦ୍ଦାଫାଶ୍‌ କରିବାକୁ ପଡିବ। ସେ କହିଛନ୍ତି ଯେ ରାଜସ୍ଥାନ କ୍ୟାବିନେଟକୁ ଏକ ନୂଆ ରୂପ ଦିଆଯାଇଛି। ରାଜ୍ୟ କ୍ୟାବିନେଟରେ କଂଗ୍ରେସ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିଛି। ଏହା ଆଞ୍ଚଳିକ ତଥା ସାମାଜିକ ସନ୍ତୁଳନ ବଜାୟ ରଖିବାରେ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri